ହଜାର ହଜାର ପିଲାଙ୍କର ମାଗଣାରେ କରିଛନ୍ତି ହାର୍ଟ ସର୍ଜରୀ,୪ ବର୍ଷରୁ କରିଥିଲେ ଷ୍ଟେଜ ଶୋ,ଜାଣନ୍ତୁ ଏହି ସିଙ୍ଗରଙ୍କ ବିଷୟରେ

0

Get real time updates directly on you device, subscribe now.

ନିଜର ମଧୁର ଶବ୍ଦ ମାଧ୍ୟମରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଥିବା ଗାୟିକା ପଲକ ମୁଛାଲଙ୍କର ଆଜି ଜନ୍ମଦିନ ଅଟେ । ପଲକ ବହୁତ୍ କମ୍ ବୟସରେ ବଡ଼ ସଫଳତା ହାସଲ କରିଛନ୍ତି । ସୀଙ୍ଗିଙ୍ଗ ଦୁନିଆରେ ଧୀରେ ଧୀରେ ପଲକ ବଡ ନାମ ହୋଇଯାଇଛି । ପଲକ ଆଜି ନିଜ ପରିଶ୍ରମରେ ହିଁ ସେହି ସଫଳତା ହାସଲ କରିଛନ୍ତି, ଯାହାକୁ ପାଇବାପାଇଁ ଲୋକଙ୍କୁ ଦଶକ ଲାଗିଯାଏ । ତେବେ ଚାଲନ୍ତୁ ଆଜି ପଲକ ମୁଛାଲଙ୍କ ଏହି ଜନ୍ମଦିନ ଅବସରରେ ତାଙ୍କ ବିଷୟରେ କିଛି ଖାସ କଥା ଜାଣିବା ।

ପଲକଙ୍କ ଜନ୍ମ ରତଲାମର ମାରବାଡି ପରିବାରରେ ହୋଇଛି । ସେ ବହୁତ୍ କମ ବୟସରେ ବଡ ସଫଳତା ହାସଲ କରିଛନ୍ତି । ପଲକଙ୍କ ମାଙ୍କ ନାମ ଅମିତା ମୁଛଲ୍, ବାପାଙ୍କ ନାମ ରାଜକୁମାର ମୁଛାଲ ଅଟେ, ଯିଏ ଗୋଟିଏ ଘରୋଇ ସଙ୍ଗଠନରେ ଲେଖାକାର ଭାବେ କାର୍ଯ୍ୟରତ । ପଲକ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଶିକ୍ଷା ମଧ୍ୟ କରିଛନ୍ତି ।

4 ବର୍ଷ ବୟସରେ କରିଛନ୍ତି ଷ୍ଟେଜ ଶୋ :-

ସେ ପିଲାଦିନରୁ ହିଁ ଗୀତ ଗାଇବାପାଇଁ ଭଲ ପାଉଥିଲେ, ଯେଉଁ କାରଣରୁ 4 ବର୍ଷର କମ୍ ବୟସରେ ହିଁ ସେ ଷ୍ଟେଜ ଶୋ ଆରମ୍ଭ କରି ଦେଇଥିଲେ । କୁହାଯାଏ ଯେ ପଲକ ମାତ୍ର 9 ବର୍ଷ ବୟସରେ ନିଜର ପ୍ରଥମ ଆଲବମ Child For Children ବାହାର କରିଥିଲେ, ଯାହାକୁ ଟିପ୍ସ ମ୍ୟୁଜିକ ରିଲିଜ୍ କରିଥିଲା । ଏହି ଗ୍ରୁପର ସେ ସବୁଠାରୁ ଛୋଟ ଗାୟିକା ଥିଲେ ।

ସଲମାନ ଖାନ ଦେଲେ ସୁଯୋଗ :-

କୁହାଯାଏ ଯେ ପଲକଙ୍କ କ୍ୟାରିୟରରେ ଏମିତି ଗୋଟିଏ ସମୟ ଆସିଥିଲା, ଯେତେବେଳେ ବଲିଉଡ଼ର ଭାଇଯାନ ସଲମାନ ଖାନ ତାଙ୍କର ପ୍ରଶଂସା କରିଥିଲେ । ସଲମାନ ଖାନ ତାଙ୍କୁ ନୋଟିସ କଲେ ଏବଂ ଶୀଘ୍ର ତାଙ୍କୁ ଫିଲ୍ମ ବୀରରେ ଗାଇବାକୁ ସୁଯୋଗ ଦେଲେ । ତାପର ଠାରୁ ସେ ବଲିଉଡରେ ଗୋଟିଏ ପରେ ଗୋଟିଏ ହିଟ ଗୀତ ଗାଇବାକୁ ଦେଲେ ।

2200 ରୁ ଅଧିକ ପିଲାଙ୍କର କରାଇଛନ୍ତି ହାର୍ଟ ସର୍ଜରୀ :-

ପଲକ ବର୍ତ୍ତମାନ ସୁଦ୍ଧା ପ୍ରାୟ 2200 ରୁ ଅଧିକ ସର୍ଜରୀ କରାଇବାରେ ନିଜର ଯୋଗଦାନ ଦେଇଛନ୍ତି । ତାଙ୍କର ଏହି କାମକୁ ଅମିତାଭ ବଚ୍ଚନଙ୍କ ଠାରୁ ନେଇ ଆମିର ଖାନ ଏବଂ ସଲମାନ ଖାନ ମଧ୍ୟ ପ୍ରଶଂସା କରିଛନ୍ତି । କେବଳ ଏତିକି ନୁହେଁ, ପଲକ ଅନେକଥର ନିଜ ଭାଇ ସହିତ ଏହି ପିଲାମାନଙ୍କ ଅପରେସନ ସମୟରେ ହସ୍ପିଟାଲରେ ମଧ୍ୟ ଉପସ୍ଥିତ ରହିଛନ୍ତି । ତାଙ୍କର ଏହି କାମ ପାଇଁ ତାଙ୍କ ନାମ “ଗିନିଜ ବୁକ୍” ଏବଂ “ଲିମକା ବୁକ୍ ଅଫ୍ ୱର୍ଲ୍ଡ ରେକର୍ଡ଼”ରେ ମଧ୍ୟ ରହିଛି ।

Leave A Reply

Your email address will not be published.