ଗୁଗୁଲରେ ସୁନ୍ଦରୀ କନ୍ୟା ଖୋଜି ଖୋଜି ଦିଲ୍ଲୀରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ପହଞ୍ଚିଗଲା ଇଞ୍ଜିନିୟର, ଆଉ ତା ପରେ ଫସିଗଲା ଜାଲରେ ! ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ବିବାହ କଥା ଉଠିବା ମାତ୍ରେ ପ୍ରଥମେ ଝିଅର ସୁନ୍ଦରତା ଉପରେ ପ୍ରଶ୍ନ ଉଠେ । ସବୁ ପୁଅ ଚାହାଁନ୍ତି ଯେ ତାର ହେବାକୁ ଯାଉଥିବା ସ୍ତ୍ରୀ ସୁନ୍ଦର୍ ହୋଇଥାଉ । ଅନେକଥର ଏହି ଇଚ୍ଛା ପୁରା ମଧ୍ୟ ହୋଇଯାଏ । ସେହିପରି ଅନେକଥର ଏହି ଇଚ୍ଛାକୁ ପୁରା କରିବାପାଇଁ ବହୁତ୍ କଷ୍ଟ କରିବାକୁ ପଡେ । ଏମିତି କିଛି ଦିଲ୍ଲୀର ଜଣେ ଇଞ୍ଜିନିୟରଙ୍କ ସହିତ ଘଟିଛି ।

ଦିଲ୍ଲୀର ସଫ୍ଟଓୟାର ଇଞ୍ଜିନିୟର ମଧ୍ୟ ସୁନ୍ଦର୍ ଝିଅଟିଏ ସହିତ ବିବାହ କରି ନିଜର ଜୀବନ ବିତାଇବାକୁ ଚାହୁଁଥିଲା । ଏହି କାରଣରୁ ସେ ଗୁଗଲର ସାହାଯ୍ୟ ନେଲା । ଗୁଗଲରେ ଯେଉଁ ସୂଚନା ତାକୁ ମିଳିଲା, ତାକୁ ଭରଷା କରି ସେ ମଧ୍ୟପ୍ରଦେଶ ଆସିଗଲା । ଏଠାରେ ତାକୁ କନ୍ୟା ତ ମିଳିଗଲା, କିନ୍ତୁ ଏମିତି ସମସ୍ୟା ଆସିଲା ଯେ ବର୍ତ୍ତମାନ ସେ ପୋଲିସ ଦୁଆର ମୁହଁରେ ଚକ୍କର କାଟୁଛି ।

ଦିଲ୍ଲୀରେ ଅମିତ୍ ବଞ୍ଜାରା ନାମକ ଯୁବକ ସଫ୍ଟଓୟାର ଇଞ୍ଜିନିୟର ଅଟନ୍ତି । ସେ ବିବାହ କରିବାକୁ ଚାହୁଁଥିଲେ ଏବଂ କୌଣସି ସୁନ୍ଦର୍ ଝିଅକୁ ନିଜର ସ୍ତ୍ରୀ କରିବାକୁ ଚାହୁଁଥିଲା । ଏହି କାରଣରୁ ସେ ଗୁଗଲର ସାହାଯ୍ୟ ନେଲା । ସେ ଇଣ୍ଟରନେଟରେ ନିଜ ଜାତିର ଝିଅ ଖୋଜିବା ଆରମ୍ଭ କରିଦେଲେ । ଠିକ୍ ସେତିକିବେଳେ ସେ କନଟ୍ରାକ୍ଟ ମ୍ୟାରେଜ ବିଷୟରେ ଜାଣିବାକୁ ପାଇଲେ ।

ଅଧିକ ସୂଚନା ଖୋଜିବାପରେ ସେ ଜାଣିବାକୁ ପାଇଲେ ଯେ ମଧ୍ୟପ୍ରଦେଶର ଶିବପୁରୀରେ କନଟ୍ରାକ୍ଟ ମ୍ୟାରେଜ ହୋଇଥାଏ । ତାପରେ ସେ ସୁନ୍ଦରୀ ଝିଅ ଖୋଜି ଖୋଜି ଦିଲ୍ଲୀରୁ ସିଧା ମଧ୍ୟପ୍ରଦେଶ ଚାଲିଗଲେ । ଏଠାରେ ସେ ଶିବପୁରୀ ଜିଲ୍ଲାରେ ପହଁଚିଗଲେ ଏବଂ ଜାଣିବାକୁ ଚେଷ୍ଟା କଲେ ।

ଅଟୋ ବାଲା ପହଞ୍ଚାଇ ଦେଲା ଠିକଣା ପର୍ଯ୍ୟନ୍ତ :-

ଶିବପୁରୀରେ ଅମିତ୍ କାହାକୁ ବି ଜାଣିନଥିଲେ । ଏପରି ପରିସ୍ଥିତିରେ ସେ ସେଠିକାର ଲୋକାଲ ଅଟୋ ବାଲା ଠାରୁ ସାହାଯ୍ୟ ମାଗିଲେ । ସେ ଅଟୋ ବାଲାକୁ ନିଜର ସବୁ କଥା କହିଲେ, ତେଣୁ ଅଟୋ ଡ଼୍ରାଇଭର ତାଙ୍କୁ ଠିକଣା ପର୍ଯ୍ୟନ୍ତ ନେଇଯିବ ବୋଲି କହିଲା । ରାହୁଲ ଗୋସ୍ୱାମୀ ନାମକ ଅଟୋ ବାଲା ଅମିତଙ୍କୁ ନେଇ କିରଣ ନାମକ ଜଣେ ମହିଳାଙ୍କ ପାଖରେ ପହଞ୍ଚିଲା । କିରଣ ତାଙ୍କୁ ପୁରା ମାମଲା ପଚାରିଲେ ।

ଏହାପରେ ରାହୁଲ ଅମିତଙ୍କୁ ବଡୋଡଦି ଯିବାକୁ କହିଲା । ଏଠାରେ ପହଞ୍ଚି ଅମିତଙ୍କର ମୋନୁ ନାମକ ଝିଅ ସହିତ ଦେଖା ହେଲା । ମୋନୂ ଅମିତଙ୍କୁ ବିବାହ ପାଇଁ ଭରଷା ଦେଲା । ସେ ବେଡିୟା ସମାଜର ଗୋଟିଏ ଝିଅ ସହିତ ବିବାହ କରିବାକୁ କହିଲେ । ସେ ଏହି ସମାଜର ଝିଅ ସହିତ ଅମିତଙ୍କର ବିବାହ ମଧ୍ୟ କରାଇ ଦେଲା । ଏହି ପୁରା ବିବାହ ମନ୍ଦିରରେ ସମ୍ପନ୍ନ ହେଲା ।

ବିବାହ ପରେ ଫସିଗଲା ଜାଲରେ :-

ଅମିତ୍ ଜାଣିନଥିଲେ ଯେ ସେ ବିବାହ ଚକ୍କରରେ କୌଣସି ଗ୍ୟାଙ୍ଗ ଜାଲରେ ଫସି ଚାଲିଛନ୍ତି । ଯେଉଁ ପରିବାରର ଝିଅ ସହିତ ଅମିତ୍ ବିବାହ କରିଥିଲେ, ସେମାନେ ପ୍ରକୃତରେ ଚୋର ଗ୍ୟାଙ୍ଗ ବାହାରିଲେ । ଯାହାଙ୍କ କାମ ହିଁ ଝିଅ ବିବାହ କରିବାପରେ ଲୁଟ କରିବା ହିଁ ଥିଲା । ବିବାହ ହେବା ପରଠାରୁ ସେ ଲୋକେ ଅମିତଙ୍କୁ ହଇରାଣ କରିବାକୁ ଲାଗିଲେ ।

ଝିଅର ପରିବାର ଲୋକେ ବିବାହ ପରଠାରୁ ହିଁ ଲଗାତାର ତାଙ୍କ ଠାରୁ ପଇସା ମାଗି ଚାଲିଲେ । ସେହିପରି ତାଙ୍କ ଘର ନିଜ ନାଁରେ କରିବାକୁ ଧମକ ଦେଲେ । ସେହିପରି ଅମିତଙ୍କ ନାଁରେ ବ୍ୟାଙ୍କରେ ଯେଉଁ ଏଫଡି ଅଛି, ସେମାନେ ତାକୁ ମଧ୍ୟ ନିଜ ନାଁରେ କରିବାକୁ ଦାବି କଲେ । ଅମିତ୍ କହିଛନ୍ତି ଯେ ମନା କରିବାରୁ ସେମାନେ ଜୀବନରୁ ମାରିଦେବେ ବୋଲି ମଧ୍ୟ ଧମକ ଦେଲେ । ଅମିତ୍ ଏସବୁ ସୂଚନା ପୋଲିସକୁ ଦେଇଛନ୍ତି ।

Leave A Reply

Your email address will not be published.