ଦୁର୍ଘଟଣାରେ ହରେଇଲେ ଗୋଡ଼ କିନ୍ତୁ କମି ନାହିଁ ଆତ୍ମବିଶ୍ୱାସ,ଝିଅଟିର ଡ୍ୟାନ୍ସ ଦେଖି ସଲାମ୍ କରନ୍ତି ଲୋକମାନେ,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

କୁହାଯାଏ ଜୀବନ ହେଉଛି ସଂଘର୍ଷର ଅନ୍ୟନାମ । ଏଥିରେ ଅନେକ ଉତ୍ଥାନ-ପତନ ଆସିଥାଏ,କିନ୍ତୁ ତଥାପି ଯିଏ ଅବିରତ ରହିଥାଏ ସେ ହିଁ ପ୍ରକୃତ ଖେଳାଳି ଭାବରେ ପରିଗଣିତ ହୁଏ । ଅନେକ ଲୋକ ଦୁର୍ଘଟଣାରୁ ଶିକ୍ଷା ଗ୍ରହଣ କରୁଥିବାବେଳେ ଆଉ କିଛି ସେସବୁରେ ନିରାଶ ହୋଇ ସାରା ଜୀବନ ଅନୁତାପ କରନ୍ତି । ଏମିତି ହିଁ ଏକ ଉଦାହରଣ ହେଉଛନ୍ତି ରେଖା ମିଶ୍ର,ଯିଏ କି ଝାରଖଣ୍ଡର ବାସିନ୍ଦା । ଏକ ଦୁର୍ଘଟଣାରେ ତାଙ୍କୁ ତାଙ୍କର ଗୋଟିଏ ଗୋଡ଼ ହରେଇବାକୁ ପଡିଥିଲା । ଆସନ୍ତୁ ଆପଣଙ୍କୁ ତାଙ୍କ ଉତ୍ସାହ ଏବଂ ଉତ୍ସାହରେ ପରିପୂର୍ଣ୍ଣ କାହାଣୀ ବିଷୟରେ କହିବା ।

ପିଲାଦିନେ ହୋଇଯାଇଥଲା ଏହି ଦୁର୍ଘଟଣା :-

ରେଖା ମିଶ୍ର ହେଉଛନ୍ତି ଧନବାଦ୍ ଜିଲ୍ଲାର ବଲିଆପୁର ଠାରୁ ୯ କିଲୋମିଟର ଦୂରରେ ଥିବା ଭର୍ସିଂହପୁର ଗ୍ରାମ ନିବାସୀ କୃଷ୍ଣ ମିଶ୍ରଙ୍କ ଝିଅ । ୧୧ ବର୍ଷ ବୟସରେ ଝିଅ ରେଖା ସହିତ ଏକ ଦୁର୍ଘଟଣା ଘଟିଯାଇଥିଲା । ଯେଉଁଥିରେ ସେ ତାର ଗୋଟିଏ ଗୋଡ଼ ହରେଇ ଦେଇଥିଲା । ତାଙ୍କ ପିତା କୃଷ୍ଣ କହୁଥିଲେ କି ରେଖାକୁ ଡ୍ୟାନ୍ସ ର ବହୁତ ସଉକ ଥିଲା । ସେ ଚାହୁଁଥିଲେ କି ରେଖା ପଠା ପଢ଼ା ସହିତ ଡ୍ୟାନ୍ସ ଉପରେ ମଧ୍ୟ ଫୋକସ୍ କରୁ,କିନ୍ତୁ ଏହି ଦୁର୍ଘଟଣା ସବୁକିଛି ବଦଳେଇଦେଲା ।

୧୧ବର୍ଷ ବୟସରେ ହେଲା ଦୁର୍ଘଟଣା :-

୨୦୧୪ ମସିହାରେ ୧୧ବର୍ଷ ବୟସର ଝିଅ ରେଖା ପଶ୍ଚିମବଙ୍ଗର ଗୋଟିଏ ଗାଁକୁ ମେଳା ଦେଖିବାକୁ ଯାଇଥିଲା । ସେ ସେଠାରୁ ଫେରୁଥିବାବେଳେ ଦୁବଡ଼ା ପାଡା ମଧ୍ୟରେ ଗୁଡଗୁଡିଆରେ ଏକ ସଡକ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣା ରେ ବହୁତ ଲୋକଙ୍କୁ ଆଘାତ ଲାଗିଥିଲା । ଏମିତି ରେ ରେଖାର ଗୋଡ଼ ରେ ମଧ୍ୟ ଆଘାତ ଲାଗିଥିଲା । ପରେ ଡାକ୍ତର ଙ୍କୁ ରେଖାକୁ ଜୀବନ୍ତ ରଖିବା ପାଇଁ ତାଙ୍କ ଗୋଡ କାଟିବାକୁ ପଡିଥିଲା ।

ବୈଶାଖୀ ଠାରୁ ଡ୍ୟାନ୍ସ ପର୍ଯ୍ୟନ୍ତ ରାସ୍ତା :-

ଏହି ଦୁର୍ଘଟଣା ପରେ ଗୋଟେ ଗୋଡ଼ର ଜାଗା ବୈଶାଖୀ ନେଇଗଲା । ତାଙ୍କ ସାଙ୍ଗ ତାଙ୍କୁ ସାହାଯ୍ୟ କରନ୍ତି ଆଉ ତାଙ୍କୁ ସ୍କୁଲ୍ ନେଇକି ଯାଆନ୍ତି । ଘରକୁ ଆସି ସେ ବହୁତ ଘଣ୍ଟା ପର୍ଯ୍ୟନ୍ତ ନିରାଶ ରେ ବସି ରୁହନ୍ତି । ସେ ଟିଭି ଦେଖେ ଏବଂ ସଙ୍ଗୀତ ରେ ଧୀରେ ଧୀରେ ତା ମନ ବଢିବାକୁ ଲାଗେ । ରେଖା ନିଜକୁ ମୋଟିଭେଟ କରିବା ପାଇଁ ମୋଟିଭେସନ ସ୍ପୀଚ ଶୁଣୁଥିଲା । ଏମିତିରେ ଧୀରେ ଧୀରେ ଟିଭି ଆଉ ସୋସିଆଲ୍ ମିଡିଆରେ ଭିଡ଼ିଓ ଦେଖି ଦେଖି ଡ୍ୟାନ୍ସ କରିବା ଶିଖିବାକୁ ଲାଗେ । ଏମିତି କିଛି ଦିନ ପରେ ସେ ସ୍କୁଲର କାର୍ଯ୍ୟକ୍ରମ ରେ ମଧ୍ୟ ଡ୍ୟାନ୍ସ କରିବାକୁ ଲାଗେ ।

ଭିଡିଓଗୁଡ଼ିକ ପ୍ରତିଦିନ ଭାଇରାଲ ହେଉଛି :-

ରେଖାଙ୍କ ଡ୍ୟାନ୍ସ ସମସ୍ତଙ୍କୁ ବହୁତ ଭଲ ଲାଗୁଥିଲା । ସାଙ୍ଗମାନେ ତାଙ୍କୁ ସୋସିଆଲ୍ ମିଡିଆରେ ଆସିବାକୁ କହିଲେ । ସେ ଛୋଟ ଛୋଟ ଭିଡ଼ିଓ ବନେଇବାକୁ ଲାଗିଲେ,ତାପରେ ସେ ଏହି ଭିଡ଼ିଓ ସୋସିଆଲ୍ ମିଡିଆରେ ଅପଲୋଡ଼ କରିବା ଆରମ୍ଭ କଲେ । ଲୋକମାନଙ୍କୁ ମଧ୍ୟ ତାଙ୍କ ଡ୍ୟାନ୍ସ ପସନ୍ଦ ଆସିଲା । ୟୁଟୁବ ରେ ସେ ଡ୍ୟାନ୍ସ ର ଭିଡ଼ିଓ ଅପଲୋଡ଼ କରୁଛନ୍ତି । ସେ ତାଙ୍କ ଗାଁ ର ଗଳିରେ, ବିଲରେ,ଟ୍ରେଲ୍ ରେ ଡ୍ୟାନ୍ସ କରନ୍ତି । ରେଖା ବର୍ତ୍ତମାନ ପଢିବା ସହିତ ଡ୍ୟାନ୍ସ ମଧ୍ୟ କରୁଛନ୍ତି । ତାଙ୍କୁ ସ୍କୁଲ୍ ଆଉ ଲୋକାଲ ଲେବଲ ରେ ଅନେକ ପୁରସ୍କାର ମିଲିସାରିଛି । ରେଖା ଚାହୁଁଚି କି ସେ ଗୋଟେ ଦିନ ଟିଭି ଶୋ କୁ ଯାଉ ଏବଂ ନିଜର ମାତା ପିତା ନାଁ ଆଲୋକିତ କରୁ । ବର୍ତ୍ତମାନ ସେ ତାଙ୍କ ପାଇଁ ପରିଶ୍ରମ କରୁଛି । ପ୍ରତିଦିନ ଇଣ୍ଟରନେଟ ରେ ତାଙ୍କ ଭିଡ଼ିଓ ଲୋକମାନଙ୍କ ପାଖରେ ପହଂଚୁଛି । ଲୋକମାନେ ତାଙ୍କର ବହୁତ ପ୍ରଶଂସା କରୁଛନ୍ତି ।

Leave A Reply

Your email address will not be published.