ଟଙ୍କା ନଥିଲେ ବି ଆରମ୍ଭ କରି ପାରିବେ ଏହି ୫ଟି ବିଜିନେସ ! ଜାଣନ୍ତୁ କେଉଁ କେଉଁ ବିଜିନେସ ଓ କେମିତି କରିବେ ?

0

Get real time updates directly on you device, subscribe now.

କରୋନା ସମୟରେ ଲକ୍ଷ ଲକ୍ଷ ବିଜନେସ ବୁଡ଼ିଯାଇଛି। ଲକ୍ଷାଧିକ ଲୋକଙ୍କୁ ଚାକିରୀ ମଧ୍ୟ ହରାଇବାକୁ ପଡ଼ିଲା ଯେଉଁଥିରେ ତାଙ୍କ ପରିବାରକୁ ଏହି ପ୍ରଭାବ ପଡ଼ିଥିଲା। ସେହିପରି ଏକ ଟେକ୍ନିକ କାରଣରୁ ଲୋକମାନଙ୍କ କାରଣରୁ ନିଜ ଭିତରେ କନେକ୍ସନ ରହୁଛି। ଆମେ ଇଣ୍ଟରନେଟ କଥା କହିବାକୁ ଯାଉଛୁ ଆଜିର ଇଣ୍ଟରନେଟ ଯୁଗରେ ଆମେ ବଞ୍ଚୁଛେ, ଇଣ୍ଟରନେଟ ଆସିବା କାରଣରୁ ସୂଚନାର ଆଦାନ ପ୍ରଦାନରେ ବହୁତ ସହଜ ହୋଇଯାଇଛି। କରୋନା କାଳରେ ଇଣ୍ଟରନେଟର ବହୁତ ସାରା ବିଜନେସ ଚାଲିଥାଏ ଓ ଏଥିରୁ ପ୍ରଫିଟ ମଧ୍ୟ ହୋଇଥାଏ। ଇଣ୍ଟରନେଟ କାରଣରୁ ଆପଣ କେଉଁଠାରୁ ବି ନିଜ ବିଜନେସ ଚଳାଇ ପାରନ୍ତି। ଯଦି ଆପଣ କୌଣସି କାମ କରିବାକୁ ଚାହାଁନ୍ତି ତାହେଲେ ଇଣ୍ଟରନେଟ ଜରିଆରେ କାମ କରି ଭଲ ଟଙ୍କା କମାଇ ପାରିବେ। ଏହି ବିଜନେସ ଆପଣ ନିଜ ଘରେ ବସି ମଧ୍ୟ ଆରମ୍ଭ କରିପାରିବେ। ଆସନ୍ତୁ ଏହା ବିଷୟରେ ଜାଣିବା।

ଗ୍ରାଫିକ ଡ଼ିଜାଇନିଂ:-

ଆଜିର ଡିଜିଟାଲ ଦୁନିଆରେ ଗ୍ରାଫିକ୍ସ ଡ଼ିଜାଇନିଂର ଡିମାଣ୍ଡ ବଢିଯାଇଛି ଓ ଆପଣ ମଧ୍ୟ ଏହି ସ୍କିଲ ଘରେ ବସି ଶିଖିପାରିବେ। କେତେକ କମ୍ପାନୀ ନିଜପାଇଁ ଗ୍ରାଫିକ ଡିଜାଇନର ହାୟର କରିଥାଆନ୍ତି ଓ ତାଙ୍କୁ ମୋଟା ଆମାଉଣ୍ଟରେ ମଧ୍ୟ ପେ କରିଥାଆନ୍ତି। ଅନଲାଇନ ଘରେ ବସି ଆପଣ ଏହି ବିଜନେସ ଆରମ୍ଭ କରିପାରିବେ।

ଅନଲାଇନ କୋଚିଂ କ୍ଳାସେସ:-

ଆଜିର ସମୟରେ ପ୍ରତ୍ୟେକ କାମ ଅନଲାଇନ ହୋଇସାରିଛି। ଏମିତିରେ ପାଠପଢ଼ା ମଧ୍ୟ ଅନଲାଇନ ହେଉଛି। କରୋନା ସମୟରେ ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ଅନଲାଇନ କ୍ଲାସ ନେଉଛନ୍ତି। ଯଦି ଆପଣ ପିଲାଙ୍କୁ ପଢ଼ାଇବାର ଶୋଉକ ରଖନ୍ତି ତାହେଲେ ଏହି ବିଜନେସ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ସାବ୍ୟସ୍ତ ହେବ। ଆପଣ ଏହି ଅନଲାଇନ ବିଜନେସ କରି ଭଲ ଟଙ୍କା ରୋଜଗାର କରିପାରିବେ। ଏଥିପାଇଁ ଆପଣଙ୍କୁ ୟୁଟ୍ୟୁବରେ ଆପଣଙ୍କୁ ନିଜର ଏକ ଚ୍ୟାନେଲ ବନାଇବାକୁ ହେବ।

Blogging:-

ଆଜିର ଦୁନିଆରେ ଲୋକେ Blogging ଦ୍ୱାରା ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ଜଣାଇଦେଉଛୁ କି, Blogging ଜରିଆରେ କୌଣସି ବି ବ୍ୟକ୍ତି ନିଜ ପାଇଁ ଏକ ୱେବସାଇଟ ଖୋଲି ଭଲ ଆର୍ଟିକଲ ଲେଖିପାରିବେ। Blogging ରେ ଆପଣ ନିଜର ଇଛା ଅନୁସାରେ ଆର୍ଟିକଲ ଲେଖିପାରିବେ। Blogging ରୁ ଟଙ୍କା କମାଇବାର ବହୁତ ପ୍ରଣାଳୀ ରହିଛି। ସେଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ହେଉଛି ଗୁଗଲ ଆଡ଼ସେନ୍ସ, ଆଫିଲିଏଟ, ପ୍ରମୋଶନ ଟଙ୍କା ମିଳିବା ମଧ୍ୟ ଆରମ୍ଭ ହୋଇଯିବ।

ଫୋଟୋ ସେଲିଂ:-

ଯଦି ଆପଣଙ୍କୁ ଫୋଟ ଉଠାଇବାର ଶୋଉକ ରହିଛି ଓ ଆପଣ ଜଣେ ଭଲ ଫୋଟୋଗ୍ରାଫର ଅଟନ୍ତି ତାହେଲେ ଆପଣ ଅନଲାଇନ ନିଜର ଫୋଟ ସେଲ କରିପାରିବେ। ଏମିତି କିଛି ୱେବସାଇଟ ରହିଛି ଯିଏକି ଲୋକଙ୍କ ଫୋଟୋକୁ କିଣି ତାଙ୍କୁ ଟଙ୍କା ପେ କରୁଛନ୍ତି। ଏମିତିରେ ଆପଣ ଫ୍ରି ଲାନ୍ସ ମଧ୍ୟ ଆରମ୍ଭ କରିପାରିବେ। ଟଙ୍କା ଭଲ ରୋଜଗାର ହେଲେ ଆପଣ ପ୍ରତ୍ୟେକ ସମୟ କାମ କରିପାରିବେ।

ୟୁଟ୍ୟୁବ ଚ୍ୟାନେଲ ବନାଇ ରୋଜଗାର କରିପାରିବେ:-

ଆଜିର ସମୟରେ ଭିଡ଼ିଓ କଣ୍ଟେଣ୍ଟ ବହୁତ ଦେଖାଯାଉଛି। ସବୁଠାରୁ ଫ୍ରି ଭିଡ଼ିଓ ପ୍ଲାଟଫର୍ମ ୟୁଟ୍ୟୁବ ଅଟେ। ଏଠାରେ ଆପଣ ନିଜର ଭିଡ଼ିଓ ବନାଇବା ପାଇଁ କିଛି ନିୟମ ଓ ସର୍ତ୍ତାବଳୀ ଦେଇ ଯିବାକୁ ହୋଇଥାଏ। ଏହାପରେ ଆପଣଙ୍କୁ ନିଜର କାମ ଆରମ୍ଭ କରିବାକୁ ହୋଇଥାଏ। ଆପଣଙ୍କୁ ୟୁଟ୍ୟୁବରର ହିଁ କିଛି ଭିଡ଼ିଓ ମିଳିଯିବ ଯେଉଁମାନେ ଆପଣଙ୍କୁ କହିବେ ୟୁଟ୍ୟୁବ ଉପରେ କେମିତି କାମ କରିବେ।

Leave A Reply

Your email address will not be published.