ମେ 31 ତାରିଖ ପୂର୍ବରୁ ଆଧାର ସହିତ ପ୍ୟାନ ଲିଙ୍କ କରାଇ ନିଅନ୍ତୁ ନଚେତ ଭରିବାକୁ ହେବ ଜରିମାନା

0

Get real time updates directly on you device, subscribe now.

ଆଧାର ଓ ପ୍ୟାନ କାର୍ଡ଼କୁ ଲିଙ୍କ କରିବାର ଶେଷ ସମୟ ମାର୍ଚ୍ଚ 31 ତାରିଖ ଅଟେ ଓ ଏପ୍ରିଲ 1 ତାରିଖକୁ ଏହା ଅନିବାର୍ଯ୍ୟ କରି ଦିଆଯାଇଛି। ଯଦି ଆପଣ ଏଯାଏଁ ନିଜର ଆଧାର ଓ ପ୍ୟାନକୁ ଲିଙ୍କ କରି ନାହାଁନ୍ତି ତାହେଲେ ବହୁତ ଜଲଦି କରାଇ ନିଅନ୍ତୁ। ନହେଲେ ଆପଣଙ୍କୁ ଜରିମାନା ଭରିବାକୁ ପଡ଼ିପାରେ, ଏହାକୁ ନେଇ କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ଼ ଏକ ନୋଟିଫିକେସନ ଜାରି କରିଛନ୍ତି।

ଜରିମାନା ଦେଇ ମାର୍ଚ୍ଚ 31 ତାରିଖରେ କରିପାରିବେ ଲିଙ୍କ:-

ପ୍ୟାନ କାର୍ଡ଼କୁ ଆଧାରରେ ଲିଙ୍କ କରିବାର ଶେଷସ ତାରିଖ ମାର୍ଚ୍ଚ 31 ଅଟେ, ଏହାପରେ ବି ଆପଣ ଜରିମାନା ଦେଇ ଆଧାର ଓ ପ୍ୟାନ ଲିଙ୍କ କରିପାରିବେ। ସିବିଡ଼ିଟି ନୋଟିଫିକେସନ ଜାରି କରି ବତାଇଛନ୍ତି କି, ମାର୍ଚ୍ଚ 31 ତାରିଖ ପରେ ମଧ୍ୟ ଆଧାର ଓ ପ୍ୟାନକୁ ଲିଙ୍କ କରିପାରିବେ। କିନ୍ତୁ ଏହାପରେ ପେନଲ୍ଟି ଦେବାକୁ ହେବ।

ମାର୍ଚ୍ଚ 31 ପରେ କେତେ ଲାଗିବ ଜରିମାନା:-

ନୋଟିଫିକେସନ ଆଧାରରେ ଯଦି ଆପଣ ମାର୍ଚ୍ଚ 31 ତାରିଖ ପରେ 3 ମାସ ଭିତରେ ଲିଙ୍କ କରାଉଛନ୍ତି ତାହେଲେ ଆପଣଙ୍କୁ 500 ଟଙ୍କା ଜରିମାନା ଭରିବାକୁ ପଡ଼ିବ। ସେହିପରି ଯଦି ଆପଣ 3 ମାସ ପରେ ଲିଙ୍କ କରୁଛନ୍ତି ତାହେଲେ ଆପଣଙ୍କୁ 1000 ଟଙ୍କା ଜରିମାନା ଦେବାକୁ ହେବ।

ଏହିପରି ଭାବରେ ଅନଲାଇନ ଲିଙ୍କ କରନ୍ତୁ ପ୍ୟାନ ଓ ଆଧାର:-

1. ପ୍ୟାନ ଓ ଆଧାରକୁ ଲିଙ୍କ କରିବାପାଇଁ ଇଙ୍କମ ଟ୍ୟାକ୍ସର ଇ ଫାଇଲିଙ୍ଗ ୱେବସାଇଟକୁ ଯାଆନ୍ତୁ।

2. ସାଇଟ ରେ ବାମପଟରେ ଆପଣଙ୍କୁ କ୍ୱିକ ଲିଙ୍କସ ଅଫର ମିଳିବ। ଏହାପରେ ଆପଣଙ୍କୁ ଲିଙ୍କ ଆଧାର ଅପ୍ସନ ରେ କ୍ଲିକ କରିବାକୁ ହେବ।

3. ଏଠାରେ ଆପଣଙ୍କୁ ନିଜର ପ୍ୟାନ ଓ ଆଧାର ନମ୍ବର ଡିଟେଲସ ଦେବାକୁ ହେବ।

4. ସୂଚନା ଦେବାପରେ ଆପଣଙ୍କୁ ଏକ OTP ପଠାଯିବ। OTP କୁ ଏଣ୍ଟର କରିବାପରେ ଆପଣଙ୍କ ଆଧାର ଓ ପ୍ୟାନ ଲିଙ୍କ ହୋଇଯିବ।

ବ୍ରୋକର୍ସଙ୍କ ସଙ୍ଗଠନ ମାଗିଲେ ମୋର୍ଚ୍ଚା:-

ପ୍ୟାନ କାର୍ଡ଼କୁ ଆଧାରରେ ଲିଙ୍କ କରିବାକୁ ନେଇ ବ୍ରୋକର୍ସ ସଙ୍ଗଠନ ମୋର୍ଚ୍ଚା ମାଗିଛନ୍ତି। କିନ୍ତୁ ଏହାକୁ ଅସ୍ୱୀକାର କରି ଦିଆଯାଇଛି। ବ୍ରୋକର୍ସ ସଙ୍ଗଠନ SEBI କୁ କହିଛନ୍ତି କି, ଆଧାରରେ ପ୍ୟାନକୁ ଲିଙ୍କ କରିବା ଏକ ଅନଗୋଇଙ୍ଗ ପ୍ରୋସେସ ଅଟେ। ଯେଉଁଥିପାଇଁ 6 ମାସ ପୂର୍ବରୁ ଏହାର ଘୋଷଣା କରିବା ଉଚିତ। ANMI ର କହିବା ହେଲା ଏହି ସମସ୍ତ ଆକାଉଣ୍ଟ ଯିଏକି 31 ମାର୍ଚ୍ଚ ପର୍ଯ୍ୟନ୍ତ ଲିଙ୍କ କରାଇ ନପାରନ୍ତି, ତାଙ୍କ ଆକାଉଣ୍ଟକୁ ସସପେଣ୍ଡ ନକରାଯାଉ।

Leave A Reply

Your email address will not be published.