ଘରେ ଦୁଇ ଦୁଇ ଜଣ ସ୍ତ୍ରୀ ରଖି ତୃତୀୟ ବିବାହ ପାଇଁ ପ୍ରସ୍ତୁତି କରୁଥିଲେ ରେଲୱେ ଡ଼୍ରାଇଭର,କିନ୍ତୁ ଖୋଲିଗଲା ସବୁ ପୋଲ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଦେଶରେ ଏକାବେଳେ ବିନା ଛାଡ଼ପତ୍ର ଦେଇ ଦୁଇଥର ବିବାହ କରିବା ଆଇନଗତ ଅପରାଧ ଅଟେ । ତେଣୁ ଆପଣ ସମସ୍ତେ ଏହି କଥା ଜାଣିଛନ୍ତି ଯେ ଯଦି ଦ୍ୱିତୀୟ ବିବାହ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ପ୍ରଥମ ସ୍ତ୍ରୀକୁ ଛାଡ଼ପତ୍ର ଦେବାକୁ ପଡ଼ିବ । କିନ୍ତୁ ଜଣେ ସରକାରୀ କର୍ମଚାରୀ ଘରେ ଦୁଇ ଦୁଇ ଜଣ ସ୍ତ୍ରୀ ଥିବା ସତ୍ତ୍ବେ ତୃତୀୟ ବିବାହ କରିବାକୁ ବନ୍ଦୋବସ୍ତ କରୁଥିଲା ।

ରେଲୱେରେ ଲୋକୋ ପାଇଲଟ୍ ଏହି ସରକାରୀ କର୍ମଚାରୀ ବିବାହ ପ୍ରିୟ ବାହାରିଛନ୍ତି । ପୂର୍ବରୁ ହିଁ ମିଛ କହି ଦ୍ୱିତୀୟ ବିବାହ କରିଥିଲେ । ଏହାପରେ ମଧ୍ୟ ଯେତେବେଳେ ତାର ମନ ପୁରିଲା ନାହିଁ, ସେତେବେଳେ ତୃତୀୟ ବିବାହ କରିବାକୁ ଚେଷ୍ଟା କରୁଥିଲା ।କିନ୍ତୁ ତାଙ୍କର ଦ୍ୱିତୀୟ ସ୍ତ୍ରୀ ହିଁ ତାଙ୍କର ପୋଲ ଖୋଲିଦେଲେ । ବର୍ତ୍ତମାନ ପୋଲିସ ତାକୁ ଖୋଜୁଛି, କିନ୍ତୁ ସେ ପୋଲିସଠାରୁ ବଞ୍ଚିବାପାଇଁ ଫେରାର ହୋଇଚାଲିଛି ।

ରେଲୱେ ଡ଼୍ରାଇଭରର ବିବାହର ଏହି ମାମଲା ବିହାରରୁ ସାମ୍ନାକୁ ଆସିଛି । ଏଠାରେ ଏମିତି ଜଣେ ସରକାରୀ କର୍ମଚାରୀଙ୍କ ବିଷୟରେ ପୋଲ ଖୋଲିଛି, ଯିଏକି ଚପଲ, ପୋଷାକ ଭଳି ସ୍ତ୍ରୀ ରଖିବାକୁ ଭଲ ପାଉଥିଲା । ଏହି କର୍ମଚାରୀ ଦାନାପୁରର ଖଗୌଲର ନୈନଚକର ବାସିନ୍ଦା ଅଟେ । ତାର କାମ ହିଁ ଝିଅମାନଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିଥିବା ଥିଲା ।

ପାଲିଗଞ୍ଜ ଅନୁମଣ୍ଡଳର ଦୁଲ୍ହିନ ବଜାର ଅଞ୍ଚଳରେ ରାମ ପ୍ରବେଶ ପାସବାନ ରୁହନ୍ତି । ତାଙ୍କ ଝିଅ ଗୁଞ୍ଜାଙ୍କର ମାର୍ଚ୍ଚ 12ତାରିଖ 2020 ରେ ଅଜୟଙ୍କ ସହିତ ବିବାହ ହୋଇଥିଲା । ପିଲା ରେଳୱେରେ ଡ଼୍ରାଇଭର ଥିଲା, ତେଣୁ ବିବାହ ମଧ୍ୟ ଆରାମରେ ହେଇଗଲା । ଝିଅର ବାପାଙ୍କୁ କୁହାଯାଇଥିଲା ଯେ ଯୁବକ ଅବିବାହିତ ଏବଂ ଏହା ତାର ପ୍ରଥମ ବିବାହ ହେଉଛି ।

ସ୍ତ୍ରୀ ଗର୍ଭବତୀ ହେବାରୁ ଖୋଲିଲା ପୋଲ :-

ଝିଅର ବାପା ମଧ୍ୟ ନିଜର ସାହାସ ଅନୁସାରେ ସବୁ ଯୌତୁକର ଜିନିଷ ମଧ୍ୟ ଜ୍ବାଇଁ ଅଜୟକୁ ଦେଲେ । ଏହାପରେ ଯେତେବେଳେ ଗୁଞ୍ଜା ଗର୍ଭବତୀ ହେଲେ, ସେତେବେଳେ ସ୍ବାମୀ ଅଜୟଙ୍କ ସତ ଜଣାପଡ଼ିଲା । ସେ ପୁର୍ବରୁ ହିଁ ବିବାହିତ ଥିଲା । ଗୁଞ୍ଜା କହିଛନ୍ତି ଯେ ବିବାହ ପରେ ସେ ତାଙ୍କୁ ନେଇ ଦିଲ୍ଲୀ ଚାଲି ଯାଇଥିଲା । ଏଠାରେ ତାଙ୍କୁ ଭଡ଼ା ଘରେ ରଖାଯାଇଥିଲା ।

ଯେତେବେଳେ ଛଅ ମାସ ପରେ ସେ ଗର୍ଭବତୀ ହେଲେ, ସେତେବେଳେ ତାଙ୍କୁ ନେଇ ବାପଘରେ ଛାଡି ଆସିଲା । ଯେତେବେଳେ ତାଙ୍କର ପିଲା ଜନ୍ମ ହେଲା, ସେତେବେଳେ ଗୁଞ୍ଜା ଜାଣିବାକୁ ପାଇଲେ ଯେ ଅଜୟ ତାଙ୍କୁ ଧୋକା ଦେଉଥିଲା । ସେ ତ ପୂର୍ବରୁ ଜଣେ ବିବାହିତ ପୁରୁଷ । କେବଳ ଏତିକି ନୁହେଁ, ଅଜୟଙ୍କ ପ୍ରଥମ ସ୍ତ୍ରୀଙ୍କ ଠାରୁ ତିନୋଟି ପିଲା ମଧ୍ୟ ଅଛନ୍ତି । ଚାକିରି ହେବା ପୂର୍ବରୁ ହିଁ ତାଙ୍କର ପ୍ରଥମ ବିବାହ ହୋଇଥିଲା ।

ଶାଶୂଘର ଲୋକେ ମାଡ ମାରି ଘଉଡାଇ ଦେଲେ :-

ଗୁଞ୍ଜା ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସେ ସତ ଜାଣିଲେ, ସେତେବେଳେ ସେ ଆପତ୍ତି କଲେ ଏବଂ ସିଧା ନିଜ ଶାଶୁଘର ଯାଇ ଧୋକା ଦେବା କଥା ପଚାରିଲେ । କିନ୍ତୁ ଅଜୟଙ୍କ ଘରଲୋକେ ଓଲଟା ତାଙ୍କୁ ଘରେ ପଶିବାକୁ ଦେଲେନାହିଁ । ତାର ମା, ବାପା ଏବଂ ଭଉଣୀ ତାଙ୍କ ସହିତ ମାରପିଟ କରି ଘରୁ ଘଉଡାଇ ଦେଲେ ।

ସେହିପରି ଅଜୟ ମଧ୍ୟ ତାଙ୍କୁ ଧମକ ଦେଲେ ଏବଂ ତୃତୀୟ ବିବାହ କରିବାକୁ କହିଲେ । ଏହାପରେ ଗୁଞ୍ଜା ରାଗିଯାଇ ସିଧା ମହିଳା ଥାନାରେ ପହଞ୍ଚିଲେ । ସେ ଏଠାରେ ପୋଲିସକୁ ସବୁ କଥା କହିଲେ ଏବଂ ଅଭିଯୋଗ ଦେଲେ । ପୋଲିସ ଶାଶୂଘର ଲୋକଙ୍କୁ ନୋଟିସ ପଠାଇଲା । ସେହିପରି ପୋଲିସ କହିଛି ଯେ ଘଟଣା ପରେ ଅଭିଯୁକ୍ତ ସ୍ବାମୀ ଫେରାର ଅଛି । ପୋଲିସ ମାମଲାର ଯାଞ୍ଚ କରୁଛି ।

Leave A Reply

Your email address will not be published.