ଶାଶୂଘର ଲୋକ ଜ୍ବାଇଁ ସହିତ କଲେ ଏମିତି କିଛି, ବର୍ତ୍ତମାନ ପୋଲିସଠାରୁ ମାଗୁଛନ୍ତି ସାହାଯ୍ୟ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଏହି ମାମଲାଟି ବିହାରର ଜମୁଇ ଜିଲ୍ଳାର ଅଟେ । ଏଠାରେ ଜଣେ ବ୍ୟକ୍ତି କହିଛନ୍ତି ଯେ ତାଙ୍କ ସ୍ତ୍ରୀକୁ ତାଙ୍କ ବାପଘର ଲୋକେ ଅଟକାଇ ରଖିଛନ୍ତି ଏବଂ ବାରମ୍ବାର କହିବା ସତ୍ତ୍ବେ ମଧ୍ୟ ସେ ଲୋକମାନେ ସ୍ତ୍ରୀକୁ ତାଙ୍କ ସହିତ ପଠାଉ ନାହାଁନ୍ତି । କେବଳ ଏତିକି ନୁହେଁ, ବ୍ୟକ୍ତିଜଣକ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସେ ନିଜ ସ୍ତ୍ରୀକୁ ଆଣିବାପାଇଁ ଶ୍ଵଶୁର ଘରକୁ ଗଲେ, ସେତେବେଳେ ତାଙ୍କ ଶ୍ବଶୁର ଘର ଲୋକେ ଗୋଟିଏ ରୁମରେ ବନ୍ଦ୍ କରି ତାଙ୍କୁ ବହୁତ୍ ମାରପିଟ କଲେ । ଯାହା ପରେ ବର୍ତ୍ତମାନ ବ୍ୟକ୍ତିଜଣକ ଏହି ମାମଲାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଅନ୍ୟପଟରେ କୁହାଯାଉଛି ଯେ ବ୍ୟକ୍ତିଙ୍କ ସ୍ତ୍ରୀ ମାରପିଟ କୁ ନେଇ ସ୍ଥାନୀୟ ଥାନାରେ ସ୍ବାମୀ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି ।

ବିହାରର ବାସିନ୍ଦା :-

କୁହାଯାଉଛି ଯେ ଏହି ବ୍ୟକ୍ତି ଯମୁଇ ଜିଲ୍ଲାର ସଦର ବ୍ଲକଅନ୍ତର୍ଗତ ଦୌଲତପୁର ଗାଁର ବାସିନ୍ଦା ଅଟେ । ଏହି ବ୍ୟକ୍ତିଙ୍କ ନାମ ବିକାଶ କୁମାର ଏବଂ ବୟସ 36 ବର୍ଷ ବୋଲି କୁହାଯାଉଛି । ବିକାସଙ୍କ ସ୍ତ୍ରୀ ରିଙ୍କି କୁମାରୀ ଗତ ଅନେକ ସମୟ ଧରି ନିଜ ବାପଘରେ ରହୁଛନ୍ତି । ଏପରି ପରିସ୍ଥିତିରେ ସେ ଯେବେ ବି ନିଜ ସ୍ତ୍ରୀକୁ ଆଣିବାପାଇଁ ଯାଆନ୍ତି, ସେତେବେଳେ ତାଙ୍କ ଶ୍ବଶୁର ଘରଲୋକେ ତାଙ୍କ ସହିତ ମାରପିଟ କରନ୍ତି । ଏଥିପାଇଁ ବିକାଶ ଗତ ଏକ ବର୍ଷ ହେଲାଣି ନିଜ ଶଳା ପ୍ରଦୀପ ଶର୍ମା ଏବଂ ଚିଣ୍ଟୁ ଶର୍ମାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

2011 ରେ ହୋଇଥିଲା ବିବାହ :-

ବିକାସ ଏବଂ ରୀଙ୍କିଙ୍କ ବିବାହ 2011 ମସିହାରେ କରାଯାଇଥିଲା । ଯାହା ପରେ ବିକାଶ 2014ରେ ସ୍ତ୍ରୀ ସହିତ ନିଜର ଚାକିରି କାରଣରୁ ଦମନ ଚାଲି ଯାଇଥିଲେ । ତାପରେ ପରବର୍ତ୍ତୀ ବର୍ଷ 2015ରେ ସେମାନେ ନିଜ ପୁଅ ସହିତ ହୋଲି ମନାଇବା ପାଇଁ ପରିବାର ପାଖକୁ ଆସିଲେ । ଏହି ସମୟରେ ହିଁ ରିଙ୍କି ନିଜ ପୁଅ ସହିତ ବାପଘର ଚାଲିଗଲେ ଏବଂ ଆଉ ଫେରିଲେ ନାହିଁ ।

ବିକାସ ଯେବେ ବି ରିଙ୍କିଙ୍କୁ ଆଣିବାପାଇଁ ଯାଆନ୍ତି, ସେତେବେଳେ ତାଙ୍କୁ ମନା କରିଦିଆଯାଏ ଏବଂ ତାଙ୍କ ସହିତ ମାରପିଟ କରାଯାଏ । ତେବେ କଥା ଯେତେବେଳେ କୋର୍ଟ ପର୍ଯ୍ୟନ୍ତ ପହଞ୍ଚିଲା ସେତେବେଳେ କୋର୍ଟର ଆଦେଶ ଅନୁଯାୟୀ ରୀଙ୍କିଙ୍କୁ ବିକାଶ ସହିତ ପଠାଇ ଦିଆଗଲା । ଏହାପରେ ଗତ ବର୍ଷ 2021 ରେ ବିକାସ ସ୍ଵସୁରଙ୍କ ମୃତ୍ୟୁ ହେବାରୁ ରୀଙ୍କୀଙ୍କୁ ବାପଘର ପଠାଇଲେ, କିନ୍ତୁ ତାପରେ ଶ୍ଵଶୁର ଘରଲୋକେ ପୁଣିଥରେ ରିଙ୍କୀଙ୍କୁ ପଠାଇବା ପାଇଁ ମନା କରିଦେଲେ ।

ଶ୍ଵଶୁର ଘରଲୋକେ ପଇସା ମାଗୁଛନ୍ତି :-

ବିକାସ ଅଭିଯୋଗ କରିଛନ୍ତି ଯେ ସ୍ୱସୁରଙ୍କ ମୃତ୍ୟୁ ସମୟରେ ଶ୍ଵଶୁର ଘରଲୋକେ ତାଙ୍କୁ ପଇସା ମାଗିଥିଲେ । ଯେଉଁଥିପାଇଁ ସେ ସ୍ତ୍ରୀକୁ ପାଞ୍ଚ ହଜାର ଟଙ୍କା ମଧ୍ୟ ଦେଲେ । କିନ୍ତୁ ଶ୍ୱସୁରଙ୍କ ଶ୍ରାଦ୍ଧ କାର୍ଯ୍ୟକ୍ରମ ପରେ ଶ୍ଵଶୁର ଘରଲୋକେ ସ୍ତ୍ରୀକୁ ପଠାଇବା ପାଇଁ ମନା କରିଦେଲେ । ଏପରି ପରିସ୍ଥିତିରେ ଯେତେବେଳେ ବିକାସ ନିଜ ସ୍ତ୍ରୀକୁ ଆଣିବାପାଇଁ ଗଲେ, ସେତେବେଳେ ସେଠାରେ ତାଙ୍କ ଶାଶୁ, ଶାଳୀ ଏବଂ ଶଳାମାନେ ରୁମରେ ବନ୍ଦ୍ କରି ତାଙ୍କୁ ବହୁତ୍ ପିଟିଲେ । ଯେଉଁଥିପାଇଁ ବିକାଶଙ୍କର ଚିକିତ୍ସା ମଧ୍ୟ ଚାଲିଛି ।

Leave A Reply

Your email address will not be published.