ମାର୍ଚ୍ଚ ୩୧ ହେଉଛି ଶେଷ ତାରିଖ, ଶୀଘ୍ର କରାଇ ନିଅନ୍ତୁ ଅନଲାଇନ୍ E Nomination, ନଚେତ୍ ଅଟକିଯିବ PF ପଇସା

0

Get real time updates directly on you device, subscribe now.

E Nomination UAN: ଭାରତରେ ସମସ୍ତ ସରକାରୀ ଏବଂ ଘରୋଇ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ PF ରେ ଯୋଗଦାନ କରନ୍ତି । ଏଥିରେ ସଂଗଠନ ଏବଂ କର୍ମଚାରୀ ଦ୍ଵାରା ସ୍ୟାଲେରିର 12.5 ପ୍ରତିଶତ ଯୋଗଦାନ ଦିଆଯାଇଥାଏ । EPFO ନିକଟରେ ଭାରତର ନାଗରିକମାନଙ୍କ ଠାରୁ UAN ମାଧ୍ୟମରେ ଟୁଇଟରରେ ନିଜ ପରିବାର ପାଇଁ ସୋସିଆଲ ସିକ୍ୟୋରିଟି କନଫର୍ମ କରିବାପାଇଁ ଇ- ନୋମିନେଶନ ପାଇଁ ଆବେଦନ କରିବାପାଇଁ କହିଛି ।

ଇ- ନୋମିନେଶନ କାହିଁକି ଜରୁରୀ :-

EPFO ର ଟୁଇଟ ଅନୁଯାୟୀ, କର୍ମଚାରୀଙ୍କ ପରିବାରର ମେମ୍ବରମାନଙ୍କୁ 7 ଲକ୍ଷ ଟଙ୍କା ପର୍ଯ୍ୟନ୍ତ PF, ପେନସନ ଏବଂ ଏମ୍ପ୍ଲୟ ଡିପୋଜିଟ- ଲିଙ୍କଡ ଇନ୍ସୁରାନ୍ସ ସ୍କିମ(EDLI) ର ଅନଲାଇନ୍ ପେମେଣ୍ଟ ପାଇଁ ଇ- ନୋମିନେଶନ ଜରୁରୀ ଅଟେ । EPFO ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ବିବାହ ପରେ ଇ- ନୋମିନେଶନ ଜରୁରୀ ଅଟେ ।

E Nomination Documents: ଏଗୁଡ଼ିକ ହେଉଛି ଜରୁରୀ ଡକ୍ୟୁମେଣ୍ଟ :-

EPFO ନୋଟ କରିଛି ଯେ ନାଗରିକ ଯେତେବେଳେ ଚାହିଁବେ ନୋମିନେଶନକୁ ଅପଡେଟ କରିପାରିବେ ଏବଂ ଏଥିପାଇଁ କୌଣସି ଡକ୍ୟୁମେଣ୍ଟ କିମ୍ବା ଅଥରାଇଯେଶନ ଆବଶ୍ୟକ ନୁହେଁ । ସେଲ୍ଫ ଡିକ୍ଲେରେଶନ ଜରୁରୀ ଅଟେ । E Nomination Last Date ବିଷୟରେ କହିବାକୁ ଗଲେ ଏହି କାମ ଆପଣଙ୍କୁ ମାର୍ଚ୍ଚ 31 ତାରିଖ 2022 ସୁଦ୍ଧା କରିବାକୁ ପଡ଼ିବ ।

କୁହାଯାଉଛି ଯେ ଯଦି ଆପଣ ଇ- ନୋମିନେଶନ କାମ ପୁରା କରନ୍ତି ନାହିଁ, ତେବେ ଏପରି ପରିସ୍ଥିତିରେ ଆପଣଙ୍କ ପଇସା ଅଟକି ଯାଇପାରେ ଏବଂ ଏହାସହିତ ଆପଣ ପାସବୁକ୍ ମଧ୍ୟ ଦେଖିପାରିବେ ନାହିଁ । ପଇସା ଫସିଯିବ, ତାହା ପୁଣି କେମିତି ବୋଲି ଆପଣଙ୍କ ମନରେ ପ୍ରଶ୍ନ ନିଶ୍ଚୟ ଆସୁଥିବ । ତେବେ ଆମେ ଆପଣଙ୍କୁ କହିରଖୁଛୁ ଯେ ଯଦି ଖାତାଧାରି ଅର୍ଥାତ୍ କର୍ମଚାରୀଙ୍କ ମୃତ୍ୟୁ ହୋଇଯାଏ, ତେବେ ଏପରି ପରିସ୍ଥିତିରେ ପଇସା ଅଟକି ଯାଇପାରେ ।

Leave A Reply

Your email address will not be published.