ହରିଣକୁ ଜିଅନ୍ତା ଗିଳିବାକୁ ଚେଷ୍ଟା କରୁଥିଲା ଅଜଗର, ଠିକ୍ ସେତିକିବେଳେ ବଞ୍ଚାଇବା ପାଇଁ ପହଞ୍ଚିଗଲା ଯୁବକ,ଆଉ ତାପରେ ଯାହା ହେଲା ତାକୁ ଦେଖି ଆପଣ ମଧ୍ୟ ଥରିଉଠିବେ

0

Get real time updates directly on you device, subscribe now.

ଅଜଗର ବହୁତ୍ ଭୟଙ୍କର ଜୀବ ହୋଇଥାଏ । ସେ ନିଜଠାରୁ ବଡ ବଡ ପଶୁଙ୍କୁ ମଧ୍ୟ ଜିଅନ୍ତା ଗିଳିଦିଏ । ଆଜିକାଲି ସୋସିଆଲ ମିଡିଆରେ ଏପରି ଗୋଟିଏ ଭିଡିଓ ଭାଇରାଲ ହେଉଛି । ଏଥିରେ ଅଜଗର ଗୋଟିଏ ହରିଣକୁ ଜିଅନ୍ତା ଗିଳିବାକୁ ଚେଷ୍ଟା କରୁଥିବାର ଦେଖାଯାଉଛି । ଏହି ଚକ୍କରରେ ସେ ହରିଣକୁ ଗୁଡ଼ାଇ ରଖିଥିଲା । ଏହାମଧ୍ୟରେ ଏମିତି କିଛି ହୁଏ, ଯାହାକୁ ଦେଖିଲେ ଆପଣଙ୍କ ଦେହ ଥରିଉଠିବ ।

ହରିଣକୁ ଜିଅନ୍ତା ଗିଳିବାକୁ ଚାହୁଁଥିଲା ଅଜଗର :-

ଭିଡିଓରେ ଆପଣ ଦେଖିପାରିବେ ଯେ ଗୋଟିଏ ବଡ ଅଜଗର ହରିଣ ଦେହକୁ ଗୁଡ଼ାଇ ରଖିଛି । ସେ ହରିଣକୁ ଜିଅନ୍ତା ଗିଳିବାକୁ ଚାହୁଁଥିଲା । ଏହି ସମୟରେ ଜଣେ ଯୁବକଙ୍କ ନଜର ଅଜଗର ଏବଂ ହରିଣ ଉପରେ ପଡ଼ିଯାଏ । ଏହାପରେ ଯୁବକ ହରିଣର ଜୀବନ ବଞ୍ଚାଇବା ପାଇଁ ଚିନ୍ତା କରନ୍ତି । ଏଥିପାଇଁ ଯୁବକ ଗଛର ଗୋଟିଏ ଡାଳ ନେଇ ଆସନ୍ତି । ଯୁବକ ଗଛର ସେହି ଡାଳ ଦ୍ଵାରା ଅଜଗରକୁ ମାରିବାକୁ ଲାଗନ୍ତି । ଏହାପରେ ଅଜଗର ରାଗିଯାଏ ଏବଂ ଯୁବକଙ୍କ ଆଡ଼କୁ ଫଣା ଟେକି ଆକ୍ରମଣ କରିବାକୁ ଆସେ ।

ଭିଡିଓରେ ଦେଖାଯାଇପାରେ ଯେ ଅଜଗର ଯୁବକଙ୍କ ଆଡ଼କୁ ଆକ୍ରମଣ କରିବା ସମୟରେ ରାଗରେ ଥିବାର ଦେଖାଯାଉଛି । ତେବେ ଯୁବକ ପୂର୍ବରୁ ହିଁ ବହୁତ୍ ସତର୍କ ଥିଲେ । ଅଜଗର ଯେତେବେଳେ ତାଙ୍କ ଆଗକୁ ଆକ୍ରମଣ କରେ, ସେତେବେଳେ ସେ ବହୁତ୍ ଦୂରରେ ଠିଆ ହୋଇଥାନ୍ତି । ଏହାପରେ ଯୁବକ ଅଜଗରକୁ ଲଗାତାର ମାରିବାକୁ ଲାଗନ୍ତି, ଯାହା ପରେ ଅଜଗର ଶେଷରେ ହରିଣକୁ ଛାଡ଼ି ପଳାଇଯାଏ । ଯେଉଁ ସମୟରେ ଅଜଗର ହରିଣକୁ ନିଜ କବଳରୁ ଛାଡେ, ସେହି ସମୟରେ ଆପଣ ହରିଣକୁ ହେଉଥିବା ଯନ୍ତ୍ରଣାକୁ ଅନୁଭବ କରିପାରିବେ । ଅଜଗର ରାଗରେ ହରିଣକୁ ଛାଡ଼ିବା ପୂର୍ବରୁ ପୁରା ଶକ୍ତି ଲଗାଇ ତା ଶରୀରକୁ ଗୁଡେ଼ଇ ଦେଇଥାଏ ।

ଦେଖନ୍ତୁ ଭିଡିଓ :-

ଭିଡିଓରେ ଦେଖିପାରିବେ ହରିଣର ଛଟପଟ ହେବାର ଦୃଶ୍ୟ :-

ଏହି ପୁରା ଘଟଣା ସମୟର ସେଠାରେ ଯାଉଥିବା ଲୋକମାନେ ଭିଡିଓ ତିଆରି କରିଦେଲେ । ଏହାପରେ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଦେଲେ, ଯାହା ବର୍ତ୍ତମାନ ବହୁତ୍ ଭାଇରାଲ ହେଉଛି । ଭିଡିଓ ଦେଖି ଲୋକମାନେ ବହୁତ୍ ଚକିତ ହୋଇ ପଡ଼ୁଛନ୍ତି । ଭିଡିଓଟି ଥାଇଲ୍ୟାଣ୍ଡର ବୋଲି କୁହାଯାଉଛି । ଭିଡିଓରେ ଆପଣ ହରିଣ ନିଜ ଜୀବନ ବଞ୍ଚାଇବା ପାଇଁ ଛଟପଟ ହେଉଥିବାର ଦେଖି ଡରିଯିବେ ।

Leave A Reply

Your email address will not be published.