ହସ୍ପିଟାଲ ତରଫରୁ ଦୁଇ ଦିନରେ ବିଲ ଆସିଲା 52 ଲକ୍ଷ ଟଙ୍କା, ଆଉ କ୍ରୋଧିତ ହୋଇ ରୋଗୀ ଘରକୁ ଆସି ନିଜେ ତିଆରି କରିଦେଲା X-ray ମେସିନ |

0

Get real time updates directly on you device, subscribe now.

ଆମ ଜୀବନର କିଛି ଅଚାନକ ଏବଂ ଗୁରୁତ୍ୱପୂର୍ଣ୍ଣ ଖର୍ଚ୍ଚଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ହସ୍ପିଟାଲର ଭାରି ରକମର ବିଲ । ଯଦି ରୋଗ ଅଛି ତେବେ ହସ୍ପିଟାଲ୍ ଯିବା ମଧ୍ୟ ଜରୁରୀ ଅଟେ ଏବଂ ସେଠିକାର ଖର୍ଚ୍ଚ ଦେବାକୁ ମଧ୍ୟ ମନା କରାଯାଇପାରିବ ନାହିଁ । ଏମିତି ଜଣେ ବ୍ୟକ୍ତିଙ୍କୁ 2 ଦିନ ହସ୍ପିଟାଲରେ ରହିବା ପରେ 52 ଲକ୍ଷ ଟଙ୍କାର ବିଲ ଦିଆଯିବାରୁ ସେ ନିଜର ଏକ୍ସ- ରେ ମେସିନ ଆବିଷ୍କାର କରିଦେଲେ ।

ୟୁଟ୍ୟୁବରେ ଭିଡିଓ କରୁଥିବା ବିଲ ଓସ୍ମାନ ବୃତ୍ତିରେ ଜଣେ ଇଞ୍ଜିନିୟର ଅଟନ୍ତି । ସେ ଯେତେବେଳେ ରୋଗରେ ପଡିଗଲେ, ସେତେବେଳେ ସେ ହସ୍ପିଟାଲ୍ ଯାଇ ନିଜର ଚିକିତ୍ସା କରାଇଲେ । ଓସ୍ମାନଙ୍କୁ ସେଠାରେ ଦୁଇ ଦିନ ଧରି ଭର୍ତ୍ତି ହେବାକୁ ପଡ଼ିଲା ଏବଂ ଏହି ସମୟରେ ତାଙ୍କୁ ଯେଉଁ ଟ୍ରିଟମେଣ୍ଟ ମିଳିଲା, ତାହା ବହୁତ୍ ବେଶିକ ଥିଲା । ଯେତେବେଳେ ତାଙ୍କୁ ଏହି ବେଶିକ ଟ୍ରିଟମେଣ୍ଟର ଖର୍ଚ୍ଚ $69,000 ଅର୍ଥାତ୍ ଭାରତୀୟ ମୁଦ୍ରାରେ 52 ଲକ୍ଷ 63 ଲକ୍ଷ ଟଙ୍କା କୁହାଗଲା, ସେତେବେଳେ ଓସ୍ମାନଙ୍କର ଇଞ୍ଜିନିୟର ବୁଦ୍ଧି ମେଡିକାଲ୍ ଆଡ଼କୁ ଦୌଡ଼ିବାକୁ ଲାଗିଲା ।

ନିଜର ଏକ୍ସ- ରେ ମେସିନ ତିଆରି କରିଦେଲେ :-

ତେବେ ଖୁସିର କଥା ଏହା ଯେ ଓସ୍ମାନ ମେଡିକାଲ୍ ଇନ୍ସ୍ୟୁରାନ୍ସ କରିଥିଲେ ଏବଂ ସେଥିପାଇଁ ତାଙ୍କୁ ନିଜର ଏହି ବିଲ ପାଇଁ ମାତ୍ର $2,000 ଅର୍ଥାତ୍ ଦେଢ଼ ଲକ୍ଷ ଟଙ୍କା ହିଁ ଦେବାକୁ ପଡ଼ିଲା । ଓସ୍ମାନ୍ ବାହାରକୁ ଆସିବାପରେ ଭାବିଲେ ଯେ 52 ଲକ୍ଷ ଟଙ୍କାର ବିଲକୁ ଭୁଲ ପ୍ରମାଣିତ କରିକି ହିଁ ରହିବେ । ତାଙ୍କୁ କେବଳ କିଛି ଆଣ୍ଟିବାୟୋଟିକ ଏବଂ ଏକ୍ସ- ରେ ପାଇଁ ଏତେ ଟଙ୍କା ଦେବାକୁ ପଡ଼ିଲା । ଏପରି ପରିସ୍ଥିତିରେ କଣ୍ଟେଣ୍ଟ କ୍ରିଏଟଲ ଓଷ୍ମାନ ନିଜର ଏକ୍ସ- ରେ ମେସିନ ତିଆରି କରିବା ଆରମ୍ଭ କରିଦେଲେ । ତାଙ୍କର ଏହି ମେସିନର ମୂଲ୍ୟ ସେ ଦେଢ଼ ଲକ୍ଷ ଟଙ୍କାରୁ ମଧ୍ୟ କମ୍ ରଖିଲେ, ଯାହା ତାଙ୍କୁ ହସପିଟାଲକୁ ଦେବାକୁ ପଡ଼ିଥିଲା ।

କିପରି ତିଆରି ହେଲା ପର୍ସନାଲ ଏକ୍ସ- ରେ ମେସିନ ?

ବିଲ ଓଷ୍ମାନଙ୍କର ତିଆରି କରାଯାଇଥିବା ମେସିନ ପାଇଁ ତାଙ୍କୁ $400 ର ପାୱାର ସପ୍ଲାଇ ଏବଂ $155 ର ଏକ୍ସ- ରେ ଭ୍ୟାକୟୁମ ଟ୍ୟୁବ୍ ଦରକାର୍ ଥିଲା । ଏହାବ୍ୟତୀତ କିଛି ଗିଗର କାଉଣ୍ଟର ଏବଂ ସିଟ ମେଟଲ ରୋଲ ସହିତ ସେ ଏହି ଏକ୍ସପେରିମେଣ୍ଟ୍ ଆରମ୍ଭ କଲେ ।

ସେ Unilad ସହିତ କଥା ହୋଇ କହିଛନ୍ତି ଯେ ଏକ୍ସ- ରେକୁ ଦେଖିବାପାଇଁ ବିଶେଷ ମେଟେରିଆଲର ସିଟ ଏବଂ ଇନ୍ସ୍ତେନ୍ସ ସ୍କ୍ରିନ୍ ଆବଶ୍ୟକ ହୋଇଥାଏ, ଯେଉଁଥିରେ କିରଣ ଦେଖାଯାଇ ପାରିବ । DSLR କ୍ୟାମେରା ଦ୍ଵାରା ସେ ଫଟୋକୁ କ୍ୟାପଚର କଲେ ଏବଂ 40 କିଲୋୱାଟ ର ସିଲିକନ୍ ଇନ୍ସୁଲେଟେଡ ୱାୟର ଏବଂ ଟ୍ୟୁବ୍ ମାଧ୍ୟମରେ ସେ ଏହାକୁ ପୁରା କଲେ । ଓଷ୍ମାନ ଡେମୋ ପରେ ଏହି ମେସିନକୁ ଡିସମେଣ୍ଟଲ କରିଦେଲେ ।

Leave A Reply

Your email address will not be published.