ଦିଲ୍ଲୀ ଠାରୁ ହାରିବା ପରେ ରୋହିତ ଶର୍ମା ଫସିଗଲେ ବଡ଼ ମୁସ୍କିଲରେ,କରାଗଲା ଲକ୍ଷାଧିକ ଟଙ୍କାର ଜରିମାନା |

0

Get real time updates directly on you device, subscribe now.

ଆଇପିଏଲର ଦ୍ଵିତୀୟ ମ୍ୟାଚ ବହୁତ ବଡ଼ ରୋମାଞ୍ଚକର ଥିଲା। ଏହି ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲସ ମଧ୍ୟରେ ଥିଲା। ଏହି ମ୍ୟାଚରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ସାମ୍ନାରେ 178 ରନର ବିଜୟ ଲକ୍ଷ୍ୟ ରଖିଥିଲା। ଜବାବରେ ଦିଲ୍ଲୀ ମୁକାବିଲାକୁ 10 ବଲ ବାକି ଥାଇ ଶେଷ କରିଥିଲା ଓ ମୁମ୍ବାଇ ଇଣ୍ଡିଆନ୍ସକୁ 4ଟି ଉଇକେଟରେ ହରାଇଥିଲା। ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଆଇପିଏଲ ର ଆରମ୍ଭ ପୁଣିଥରେ ନିରାଶ ଜନକ ଥିଲା। କିନ୍ତୁ ଏହି ପରାଜୟ ଠାରୁ ବର୍ତ୍ତମାନ ଏକ ଦଣ୍ଡ ରୋହିତ ଶର୍ମାଙ୍କୁ ସହିବାକୁ ପଡ଼ିଛି।

ରୋହିତଙ୍କ ଉପରେ ଲାଗିଲା ଜରିମାନା:-

ମୁମ୍ୱାଇ ଓ ଦିଲ୍ଲୀ ମଧ୍ୟରେ ଲାଗିଥିବା ଏହି ମ୍ୟାଚରେ ରୋହିତ ଓଭର ଧିମା କରାଇବା ଯୋଗୁଁ ତାଙ୍କ ଉପରେ 12 ଲକ୍ଷ ଟଙ୍କାର ଜରିମାନା ଲାଗିଥିଲା। ଏହି ମ୍ୟାଚରେ ମୁମ୍ବାଇକୁ 4 ଉଇକେଟରେ ହାରିବାକୁ ପଡ଼ିଥିଲା। ମିଡ଼ିଆ ରିପୋର୍ଟସରେ କୁହାଯାଇଥିଲା। ଆଇପିଏଲ ମିଡ଼ିଆ ବିଜ୍ଞପ୍ତି ଅନୁସାରେ, ଦିଲ୍ଲୀ ବିପକ୍ଷ ମ୍ୟାଚରେ ମୁମ୍ବଇ ଅଧିନାୟକ ରୋହିତ ଶର୍ମା ଧିମା ଓଭର କାରଣରୁ ତାଙ୍କ ଉପରେ ଜରିମାନା ଲଗାଯାଇଛି। ଏଥିରେ କୁହାଯାଇଛି ଓଭର ଧିମା କରିବାରେ ମୁମ୍ବାଇର ଏହା ପ୍ରଥମ ଭୁଲ ଥିଲା ଯେଉଁଥିପାଇଁ ରୋହିତଙ୍କ ଉପରେ 12 ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି।

ଇଶାନ କିଶାନଙ୍କ ପାରି ବେକାର ଗଲା:-

ମୁମ୍ବାଇ ବ୍ୟଟ୍ସମ୍ୟାନ ମାନେ ଏହି ସିଜିନର ନିଜର ପ୍ରଥମ ମ୍ୟାଚରେ ଶାନଦାର ଆରମ୍ଭ କରିଛନ୍ତି। ମୁମ୍ବାଇ ପାଇଁ ରୋହିତ ଶର୍ମା ଓ ଇଶାନ କିଶନ ଓପନ କରିବାକୁ ଆସିଥିଲେ ଓ ଛକା ଚୌକାର ବର୍ଷା କରିଥିଲେ। ରୋହିତ 41 ରନ ବନାଇ ଆଉଟ ହୋଇଗଲେ କିନ୍ତୁ ଇଶାନ ଏକ ଶାନଦାର ପାରି ଖେଳିଲେ। ଇଶାନ 48 ବଲରୁ 81 ରନର ପାରି ଖେଳି ଦଳକୁ 5 ଉଇକେଟ ବିନିମୟରେ 177 ରନରେ ପହଞ୍ଚାଇ ଦେଇଥିଲେ। ତିଲକ ବର୍ମା ମଧ୍ୟ 22 ରନର ପାରି ଖେଳିଥିଲେ। କିନ୍ତୁ ଦିଲ୍ଲୀ କ୍ୟାପିଟାଲସ ମୁମ୍ବାଇର ଏହି ପରିଶ୍ରମକୁ ବେକାର ସାବ୍ୟସ୍ତ କରିଥିଲେ ଓ ଏହି ମ୍ୟାଚରେ ମୁମ୍ବାଇକୁ ପରାଜୟର ସାମ୍ନା କରିବାକୁ ପଡ଼ିଲା।

5 ଥର ଚମ୍ପିୟାନ ମୁମ୍ବାଇ ଇଣ୍ଡିଆନ୍ସ:-

ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ସବୁଠାରୁ ସଫଳ ଟିମ ଅଟେ। ରୋହିତ ଶର୍ମାଙ୍କ ଅଧିନାୟକତାରେ ମୁମ୍ବାଇ 2013,2015,2017,2019 ଓ 2020 ଟ୍ରଫି ଜିତିସାରିଛି। ମୁମ୍ବାଇ ନିଲାମୀରେ ଡେବାଲଡ଼ ବ୍ରେଭିସ, ଇଶାନ କିଶନ, ଟିମ ଡେଭିଡ଼ ଓ ଟାଇମଲ ମିଲସଙ୍କ ଭଳି ଖେଳାଳିଙ୍କୁ ଦଳରେ ସାମିଲ କରିଛି। ରୋହିତ ମୁମ୍ବାଇ ପାଇଁ 2013 ରୁ ଅଧିନାୟକତା କରି ଆସୁଛନ୍ତି। ସେ ମୁମ୍ବାଇ ପାଇଁ 130 ମ୍ୟାଚରେ ଅଧିନାୟକତା କରିଛନ୍ତି ସେଥିରୁ 75 ଟି ବିଜୟୀ ହୋଇଥିବା ବେଳେ 51 ଟି ହାରିଛନ୍ତି ଓ 4ଟି ମ୍ୟାଚ ଟାଇ ହୋଇଯାଇଛି।

Leave A Reply

Your email address will not be published.