ଏ ବର୍ଷ ଚାମ୍ପିଅନ ଦଳ ଉପରେ ହେବ ଧନବର୍ଷା,ରନର୍ସଅପ ଠାରୁ ଆରମ୍ଭ କରି ଅରେଞ୍ଜ-ପର୍ପଲ କ୍ୟାପଧାରୀମାନଙ୍କୁ ମିଳିବ ଏତେ ଟଙ୍କା !

0

Get real time updates directly on you device, subscribe now.

ଦୁନିଆର ସବୁଠାରୁ ବଡ କ୍ରିକେଟ୍ ଲିଗ୍‌ ଆଇପିଏଲ ୨୦୨୨ର ସିଜିନ ଆରମ୍ଭ ହୋଇଯାଇଛି। ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଉଅଛି। ଗତ ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସ ଚାମ୍ପିଅନ ହୋଇଥିବା ସମୟରେ କୋଲକାତା ନାଇଟ ରାଇଡର୍ସ ଉପ ବିଜେତା ରହିଥିଲା।

ଚେନ୍ନାଇର ଏଥର ନୂତନ ଅଧିନାୟକ ରବୀନ୍ଦ୍ର ଜାଡେଜାଙ୍କ ନେତୃତ୍ଵରେ ଟାଇଟଲ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପଟେ କେକେଆର ତୃତୀୟ ଟାଇଟଲର ସନ୍ଧାନରେ ଅଛି। ଗତଥର ଚାମ୍ପିଅନ ଚେନ୍ନାଇକୁ ପୁରସ୍କାର ଭାବରେ ୨୦ କୋଟି ଟଙ୍କା ମିଳିଥିଲା। ବର୍ତ୍ତମାନ ପ୍ରଶଂସକଙ୍କ ମନରେ ଏହି ପ୍ରଶ୍ନ ଉଠୁଥିବକି, ଏଥର ଚାମ୍ପିଅନ ଦଳକୁ କେତେ ଟଙ୍କା ମିଳିବ?

ଏଥର ମଧ୍ୟ ଆଇପିଏଲର ବିଜେତାଙ୍କୁ ୨୦ କୋଟି ଟଙ୍କା ମିଳିବ। ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଉପ ବିଜେତା ଦଳକୁ ୧୩ କୋଟି ଟଙ୍କା ମିଳୁଥିବା ସମୟରେ ତୃତୀୟ ନମ୍ବରରେ ରହୁଥିବା ଦଳ ଅର୍ଥାତ କ୍ଵାଲିଫାୟର-୨ରେ ହାରୁଥିବା ଦଳକୁ ମଧ୍ୟ ୭ କୋଟି ଏବଂ ଚତୁର୍ଥ ସ୍ଥାନରେ ରହୁଥିବା ଦଳକୁ ୬.୫ କୋଟି ଲେଖାଏଁ ଟଙ୍କା ମିଳିବ।

ପ୍ଲେ ଅଫ୍‌ର କେଉଁ ଦଳକୁ କେତେ ଟଙ୍କା ମିଳିବ:-

– ବିଜେତା- ୨୦ କୋଟି ଟଙ୍କା

– ଉପ ବିଜେତା- ୧୩ କୋଟି

– କ୍ଵାଲିଫାୟର-୨ରେ ହାରୁଥିବା ଦଳ- ୭ କୋଟି

– କ୍ଵାଲିଫାୟର-୧ରେ ହାରୁଥିବା ଦଳ- ୬.୫ କୋଟି

ଆଓ୍ଵାର୍ଡ:-

– ଅରେଞ୍ଜ କ୍ୟାପ୍ ବିଜେତା- ୧୫ ଲକ୍ଷ ଟଙ୍କା

– ପର୍ପଲ କ୍ୟାପ୍ ବିଜେତା- ୧୫ ଲକ୍ଷ

– ସୁପର ଷ୍ଟ୍ରାଇକ୍ ଅଫ ଦ ସିଜିନ- ୧୫ ଲକ୍ଷ

– କ୍ରେକର ଇଟ୍ ସିକ୍ସେସ ଅଫ ଦ ସିଜିନ- ୧୨ ଲକ୍ଷ ଟଙ୍କା

– ପାଓ୍ଵାର ପ୍ଲେୟାର ଅଫ ଦ ସିଜିନ- ୧୨ ଲକ୍ଷ

– ମୋଟ୍ ଭେଲ୍ୟୁଏବଲ ପ୍ଲେୟାର- ୧୨ ଲକ୍ଷ

-ଗେମ ଚେଞ୍ଜର ଅଫ ଦ ସିଜିନ- ୧୨ ଲକ୍ଷ

– ଏମର୍ଜିଂ ପ୍ଲେୟାର- ୨୦ ଲକ୍ଷ

ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ସିଜିନର ବିଜେତା ଦଳକୁ କେତେ ଟଙ୍କା ପୁରସ୍କାର ରାଶି ମିଳିଛି:-

– ୨୦୦୮- ୪.୮ କୋଟି

– ୨୦୦୯- ୬ କୋଟି

– ୨୦୧୦- ୮ କୋଟି

– ୨୦୧୧- ୧୦ କୋଟି

– ୨୦୧୨- ୧୦ କୋଟି

– ୨୦୧୩- ୧୦ କୋଟି

– ୨୦୧୪- ୧୫ କୋଟି

– ୨୦୧୬- ୨୦ କୋଟି

– ୨୦୧୭- ୧୫ କୋଟି

– ୨୦୧୮- ୨୦ କୋଟି

– ୨୦୧୯- ୨୦ କୋଟ

– ୨୦୨୦- ୧୦ କୋଟି

– ୨୦୨୧- ୨୦ କୋଟି

Leave A Reply

Your email address will not be published.