ଏହି ଠାରୁ AC, ଫ୍ୟାନ ଏବଂ ରେଫ୍ରିଜରେଟର ଶସ୍ତାରେ କିଣନ୍ତୁ, ମୂଲ୍ୟ ୯୯୯ ଟଙ୍କାରୁ ଆରମ୍ଭ !

0

Get real time updates directly on you device, subscribe now.

ଗରମ ଆରମ୍ଭ ହେବାପରେ ଇ- କମର୍ସ ପ୍ଲାଟଫର୍ମରେ ସେଲ ଆରମ୍ଭ ହୋଇଯାଇଛି । Amazon ରେ ସମର ଅପ୍ଲାୟନ୍ସ ସେଲ ଚାଲିଛି, ଯାହାଦ୍ଵାରା 60 ପରସେଣ୍ଟ ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳୁଛି । ଏହାସହିତ ଏହି ସେଲରେ ୟୁଜର୍ସଙ୍କୁ ବ୍ୟାଙ୍କ୍ ଡିସକାଉଣ୍ଟ ମଧ୍ୟ ମିଳୁଛି ।

Amazon ସେଲରେ ଗ୍ରାହକମାନଙ୍କୁ ଫେଡରାଲ ବ୍ୟାଙ୍କ୍ ଡେବିଟ ଏବଂ କ୍ରେଡିଟ କାର୍ଡ ଉପରେ 10 ପରସେଣ୍ଟ ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳୁଛି । ତେବେ ଇ- କମର୍ସ ପ୍ଲାଟଫର୍ମ ସେଲର ତାରିଖ ଘୋଷଣା କରିନାହିଁ । ଅର୍ଥାତ୍ ସେଲ କେବେ ପର୍ଯ୍ୟନ୍ତ ଚାଲିବ, ଏହାର ସୂଚନା ନାହିଁ ।

Amazon ସେଲରେ ଗ୍ରାହକ 40 ପରସେଣ୍ଟ ପର୍ଯ୍ୟନ୍ତ ଡିସକାଉଣ୍ଟରେ ଏୟାର କୁଲର କିଣିପାରିବେ । ଏହାବ୍ୟତୀତ ଏହି ସେଲରେ 999 ଟଙ୍କାର ଆରମ୍ଭ ମୂଲ୍ୟରେ ଫ୍ୟାନ ମିଳୁଛି । ଇନଭର୍ଟର ଏବଂ ଷ୍ଟେବଲାଇଯର ଉପରେ ମଧ୍ୟ 40 ପରସେଣ୍ଟ ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳୁଛି । ଆପଣଙ୍କୁ ଏହି ସେଲରେ ଏସି ମଧ୍ୟ 40 ପରସେଣ୍ଟ ଡିସକାଉଣ୍ଟରେ ମିଳିବ ଏବଂ ରେଫ୍ରିଜରେଟର 6790 ଟଙ୍କାର ଆରମ୍ଭ ମୂଲ୍ୟରେ ମିଳୁଛି ।

AC ଉପରେ କଣ୍ ଅଫର୍ ରହିଛି :-

ଏହି ସେଲରେ 1 ଟନ କ୍ଷମତା ଥିବା ସ୍ପ୍ଲିଟ ଏୟାର କଣ୍ଡିଶନରକୁ ଆପଣ 22, 499 ଟଙ୍କାର ଆରମ୍ଭ ମୂଲ୍ୟରେ କିଣିପାରିବେ । ସେହିପରି 1.5 ଟନ କ୍ଷମତା ଥିବା AC ର ମୂଲ୍ୟ 25,499 ଟଙ୍କାରୁ ଆରମ୍ଭ ଅଛି । ସେହିପରି ୱିଣ୍ଡୋ ଏସି ଉପରେ 35% ଡିସକାଉଣ୍ଟ ମିଳୁଛି ।

ରେଫ୍ରିଜରେଟର ଉପରେ ମିଳୁଛି ଡିସକାଉଣ୍ଟ :-

ଏହି ସେଲରେ ଗ୍ରାହକମାନେ 9,790 ଟଙ୍କାର ଆରମ୍ଭ ମୂଲ୍ୟରେ ସିଙ୍ଗଲ ଡୋର ରେଫ୍ରିଜରେଟର କିଣି ପାରିବେ ଏବଂ ଡବଲ ଓ ଟ୍ରିପଲ ଡୋର ରେଫ୍ରିଜରେଟର ର ମୂଲ୍ୟ 25,499 ଟଙ୍କାରୁ ଆରମ୍ଭ ହୋଇଥାଏ । ଏହାସହିତ ରେଫ୍ରିଜରେଟର ଉପରେ 40% ର ଡିସକାଉଣ୍ଟ ମଧ୍ୟ ମିଳୁଛି । ଏହାସହିତ ଗ୍ରାହକମାନଙ୍କୁ 3000 ଟଙ୍କାର କୁପନ ଡିସକାଉଣ୍ଟ ମଧ୍ୟ ମିଳୁଛି ।

Leave A Reply

Your email address will not be published.