ବଢ଼ିଲା ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ ର ଅବଧି, ଜାଣନ୍ତୁ ଆଉ କେତେ ମାସ ମିଳିବ ନିଶୁଳ୍କ ଖାଦ୍ୟଶସ୍ୟ

0

Get real time updates directly on you device, subscribe now.

ଭାରତ ସରକାର ଶନିବାର ଦିନ ଦେଶର ୮୦ କୋଟି ଜନତାଙ୍କୁ ଆଶ୍ୱସ୍ତ କରିବା ସହିତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧିକୁ ସମ୍ପ୍ରସାରଣ କରିଛନ୍ତି। ଏହି ଯୋଜନାର କାର୍ଯ୍ୟକାଳ ଆଉ ୬ ମାସ ବଢାଇ ୩୦ ସେପ୍ଚେମ୍ବର ୨୦୨୨ ପର୍ଯ୍ୟନ୍ତ କରିଦିଆଯାଇଛି। ଏ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ସନ୍ଧ୍ୟାରେ ଟ୍ୱିଟ୍‌ କରି ଏହି ବାର୍ତ୍ତା ବିଷୟରେ ସୂଚିତ କରିଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କର ଟ୍ୱିଟରେ ‘ଭାରତର ସାମର୍ଥ୍ୟ ତାର ପ୍ରତ୍ୟେକ ନାଗରିକର ଶକ୍ତିରେ ରହିଛି। ଏହି ଶକ୍ତିକୁ ଆହୁରି ମଜବୁତ କରିବା ପାଇଁ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଜାରି ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ଫଳରେ ଦେଶର ୮୦ କୋଟିରୁ ଅଧିକ ଲୋକ ପୂର୍ବ ପରି ଯୋଜନାର ଲାଭ ମଧ୍ୟ ନେଇପାରିବେ।’

ସୂଚନା ଅନୁସାରେ କେନ୍ଦ୍ର କ୍ୟାବିନେଟ୍ ପିଏମଜିକେଏୱାଇକୁ ଆହୁରି ୬ ମାସ ସମ୍ପ୍ରସାରଣ କରିବା ଲାଗି ମଞ୍ଜୁର ଦେଇଛନ୍ତି। ଏହା ପୂର୍ବରୁ ଏହି ଯୋଜନାର ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଥିଲା। ତେବେ ଏହା ପୂର୍ବରୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦ୍ୱିତୀୟ ପାଳି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ରାଜ୍ୟରେ ଏହି ଯୋଜନାକୁ ଅଧିକ ୩ ମାସ ପାଇଁ ସମ୍ପ୍ରସାରଣ କରିଥିଲେ। ତେବେ ପ୍ରଧାନମନ୍ତ୍ରୀ ଶନିବାର ଦିନ ସନ୍ଧ୍ୟାରେ ଟ୍ୱିଟ କରି ସାରା ଦେଶବାସୀଙ୍କୁ ଆଶ୍ୱସ୍ତ କରିଛନ୍ତି।

ଦେଶରେ କୋରନା ଭାଇରସ ମହାମାରୀ ପାଇଁ ଲକଡାଉନ କାଳରେ ପ୍ରଧାନମନ୍ତ୍ରୀ ନିତ୍ୟାନ୍ତ ଆବଶ୍ୟକ କରୁଥିବା ଲୋକମାନଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରିଥିଲେ। ଯାହାକି ଲକଡାଉନ କାଳରେ କାମଧନ୍ଦା ହରାଇ ଖାଲିହାତରେ ଘରେ ବସିଥିବା ଲୋକମାନଙ୍କ ପାଇଁ ବହୁତ ସହାୟକ ହୋଇଥିଲା। ୨୦୨୦ ଓ ୨୦୨୧ ମସିହାରେ କରୋନା ଦେଶରେ ବିତ୍ପାତ ରଚିଥିଲା। ଏଥିରେ ଅନେକ ଲୋକ ପ୍ରଭାବିତ ହୋଇଥିବା ସମୟରେ ଲକଡାଉନର ଅବଧି ମଧ୍ୟ ବଢ଼ିବଢି଼ ଚାଲିଥିଲା। ଏଣୁ ବେରୋଜଗାରୀରେ କରୋନା କାଳ ହୋଇଥିବା ସମୟରେ ଯୋଜନା ଅନ୍ତତଃ ଲୋକମାନଙ୍କ ଜୀବନକୁ ବଞ୍ଚାଇ ଦେଇଛି।

Leave A Reply

Your email address will not be published.