ଦୁନିଆର ସବୁଠାରୁ ଭୟଙ୍କର ମୋବାଇଲ ନମ୍ବର, ଯାହାକୁ ମିଳିଲା ତାର ହୋଇଗଲା ମୃତ୍ୟୁ, ବର୍ତ୍ତମାନ ଏହି ନମ୍ବରକୁ ନେବାପାଇଁ ଡରୁଛନ୍ତି ଲୋକମାନେ !

0

Get real time updates directly on you device, subscribe now.

Haunted Mobile Number : ଆପଣ ଏହି ପୃଥିବୀର ବହୁତ୍ ଭୟଙ୍କର ସ୍ଥାନ ବିଷୟରେ ଶୁଣିଥିବେ । ଦୁନିଆରେ ଏମିତି ଅନେକ ସ୍ଥାନ ରହିଛି, ଯାହାର ନାଁ ଶୁଣିଲେ ଲୋକମାନେ ଥରିବାକୁ ଲାଗନ୍ତି । କିନ୍ତୁ କଣ ଆପଣ ଭୟଙ୍କର ଫୋନ୍ ନମ୍ୱର୍ ବିଷୟରେ ଶୁଣିଛନ୍ତି କି ? ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠାରୁ ଭୟଙ୍କର ଏବଂ ଭୂତ ଫୋନ୍ ନମ୍ୱର୍ ବିଷୟରେ କହିବାକୁ ଯାଉଛୁ । ଏହା ବିଷୟରେ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଯେକୌଣସି ବ୍ୟକ୍ତି ଏହି ଫୋନ୍ ନମ୍ୱର୍ ନେଇଛନ୍ତି, ତାର ମୃତ୍ୟୁ ହୋଇଗଲା ।

ଦୁନିଆର ସବୁଠାରୁ ଭୂତ ଫୋନ୍ ନମ୍ବର :-

ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଏହା ଦୁନିଆର ଏପରି ରହସ୍ୟମୟ ନମ୍ୱର୍ ଅଟେ, ଯାହାକୁ ଯେକୌଣସି ବ୍ୟକ୍ତି ନେଇଛନ୍ତି ତାଙ୍କ ଘର ପର୍ଯ୍ୟନ୍ତ ମୃତ୍ୟୁ ପହଞ୍ଚିଗଲା । ଗତ 20 ବର୍ଷ ଧରି ଏହି ଘଟଣା ଚାଲିଆସିଛି । ଏହି ଭୂତ ନମ୍ବରକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି । ବର୍ତ୍ତମାନ ସୁଦ୍ଧା ତିନିଜଣ ଲୋକ ଏହି ଫୋନ୍ ନମ୍ବର ଅଲଟ କରାଇଥିଲେ, ତିନିଜଣ ଯାକ ଲୋକଙ୍କର ବହୁତ୍ ଯନ୍ତ୍ରଣାଦାୟକ ମୃତ୍ୟୁ ହୋଇଛି । ସେହି ତିନିଜଣଙ୍କ ସହିତ ଏପରି ଖରାପ ଘଟଣା ଘଟିଲା, ଯାହାକୁ ଜାଣି ଲୋକଙ୍କର ଲୋମ ଟାଙ୍କୁରି ଉଠିଲା ।

ଏହି ଫୋନ୍ ନମ୍ବର ବୁଲଗାରିଆର ଅଟେ । ଏହି ଫୋନ୍ ନମ୍ବରକୁ ସର୍ବପ୍ରଥମେ ମୋଭିଟେଲ କମ୍ପାନୀର ସିଇଓ ନେଇଥିଲେ । ତାଙ୍କର ନାମ ଭ୍ଲାଦମିର ଗେସନୋବ ଥିଲା । ସେ 0888888888 ଫୋନ୍ ନମ୍ବରକୁ ନିଜ ପାଇଁ ଜାରି କରାଇଥିଲେ । ଏହାର ପରବର୍ତ୍ତୀ ବର୍ଷ ଭ୍ଲାଦମିରଙ୍କ ମୃତ୍ୟୁ କ୍ୟାନ୍ସର କାରଣରୁ ହୋଇଗଲା । କୁହାଯାଏ ଯେ କ୍ୟାନ୍ସର ଦ୍ଵାରା ମୃତ୍ୟୁ ହେବାର ଗୁଜବ ପ୍ରଚାର କରାଯାଇଥିଲା, କିନ୍ତୁ ମୃତ୍ୟୁର ପ୍ରକୃତ କାରଣ ଫୋନ୍ ନମ୍ବର ଥିଲା ।

ତିନି ମୃତ୍ୟୁ ବିସ୍ତାର କଲା ଭୟ :-

ବୁଲଗାରିଆର କିଛି ମିଡ଼ିଆ ରିପୋର୍ଟ୍ ଅନୁଯାୟୀ ଏହି ଫୋନ୍ ନମ୍ବର ହିଁ ତାଙ୍କ ଜୀବନର ଶତ୍ରୁ ପାଲଟିଲା । ଏହାପରେ ଡିମେତ୍ରୋବ ନାମକ ଜଣେ କୁଖ୍ୟାତ ଡ୍ରଗ ଡିଲର ଏହି ନମ୍ବରକୁ ବ୍ଯବହାର କରିବା ଚାଲୁ କଲେ । ଏହି ନମ୍ବରକୁ ନେବାର କିଛି ସମୟ ପରେ ଡିମେତ୍ରୋବଙ୍କ ମୃତ୍ୟୁ ହୋଇଗଲା । ଡିମେତ୍ରୋବଙ୍କୁ ଜଣେ ଋଷିଆନ ମାଫିଆ ମାରି ଦେଇଥିଲେ ।

ଏହାପରେ ଏହି ନମ୍ୱର୍ ବୁଲଗାରିଆର ହିଁ ଜଣେ ବେପାରୀ ନେଇଥିଲେ । ଏହାପରେ 2005ରେ ତାଙ୍କର ମଧ୍ୟ ମର୍ଡର କରି ଦିଆଯାଇଥିଲା । ସେ ଗୋଟିଏ କୋକିନ ଟ୍ରାଫିକିଙ୍ଗ ଅପରେସନ ଚଲାଉଥିଲେ । 2005 ରେ ତିନିଜଣଙ୍କ ମୃତ୍ୟୁ ପରେ ଏହି ନମ୍ବରକୁ ସବୁଦିନ ପାଇଁ ସସ୍ପେଣ୍ଡ କରିଦିଆଗଲା ।

Leave A Reply

Your email address will not be published.