ଖେଳାଳିଙ୍କ ଉପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା IPL ଟିମ କିପରି ରୋଜଗାର କରିଥାନ୍ତି ? ପ୍ରତିବର୍ଷ ମିଳିଥାଏ କେତେ ଫାଇଦା ?

0

Get real time updates directly on you device, subscribe now.

ଆଇପିଏଲ ଦୁନିଆର ସବୁଠାରୁ ଅଧିକ ଦେଖାଯାଉଥିବା କ୍ରିକେଟ ଲିଗ ଅଟେ । ଏଠାରେ ଖେଳିଲେ ପ୍ଲେୟର୍ସ ଏବଂ ପଇସା ସୁନାମ ଉଭୟ ମିଳିଥାଏ । ମେଗା ଆକ୍ସନରେ ଆଇପିଏଲ ଟିମ ପ୍ଲେୟର୍ସ ଉପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି । କଣ୍ ଆପଣ ଜାଣିଛନ୍ତି ଯେ ଆଇପିଏଲ ଟିମ୍ ଏହି ପଇସା କେଉଁଠାରୁ ଆଣନ୍ତି । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଆଇପିଏଲରେ ଆୟର ସ୍ରୋତ କଣ୍ ରହିଛି ।

ଏହା ହେଉଛି ଆଇପିଏଲ ଟିମ ଗୁଡ଼ିକର ରୋଜଗାରର ମାଧ୍ୟମ :-

ସମସ୍ତ ଆଇପିଏଲ ଟିମ୍ ଏବଂ ବିସିସିଆଇ ସେଣ୍ଟ୍ରାଲ ରେଭେନ୍ୟୁ ଦ୍ଵାରା IPL ରେ କରନ୍ତି । ସେଣ୍ଟ୍ରାଲ ରେଭେନ୍ୟୁ ଦ୍ଵାରା ରୋଜଗାରର ଦୁଇଟି ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ରହିଛି । ଏଥିରେ ମିଡ଼ିଆ ବ୍ରାଡକଷ୍ଟିଙ୍ଗ ଏବଂ ଟାଇଟଲ ସ୍ପାନରସିପରୁ ହୋଇଥାଏ । ସେହିପରି ବିଜ୍ଞାପନ ମଧ୍ୟ ବିସିସିଆଇ ପାଇଁ ରୋଜଗାରର ମାଧ୍ୟମ ଅଟେ । ମୋଟ ରୋଜଗାରର ପ୍ରାୟ 10 ପ୍ରତିଶତ ଟିକେଟରୁ ଆସିଥାଏ ।

ଟାଟା ହେଉଛି ଆଇପିଏଲର ସ୍ପାନର :-

ବିସିସିଆଇ ଏବଂ ଆଇପିଏଲ ଟିମ ଗୁଡ଼ିକର ସବୁଠାରୁ ବଡ ରୋଜଗାର ମିଡ଼ିଆ ଏବଂ ବ୍ରାଡକଷ୍ଟିଙ୍ଗ ରାଇଟସକୁ ବିକ୍ରି କରି ହୋଇଥାଏ । ବ୍ରାଡକଷ୍ଟିଙ୍ଗ ରାଇଟସର ଅର୍ଥ ହୋଇଥାଏ ଯେ IPL ର ମ୍ୟାଚ୍ କେବଳ ସେହି ଚ୍ୟାନେଲ ଦେଖାଇ ପାରିବ, ଯାହା ପାଖରେ ଏହାର ରାଇଟସ ଥିବ । ବର୍ତ୍ତମାନ ମିଡ଼ିଆ ରାଇଟସ ଷ୍ଟାର ସ୍ପୋର୍ଟସ ପାଖରେ ରହିଛି । ସେ 2018 ଏବଂ 2022 ପର୍ଯ୍ୟନ୍ତ 16347 କୋଟି ଟଙ୍କାରେ କିଣିଛି । 2022ର ଆଇପିଏଲର ଟାଇଟଲ ସ୍ପଂସରସିପ ଟାଟା ଅଟେ । ସେ ଏଥିପାଇଁ 600 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

ଆଡରୁ ହୋଇଥାଏ ଫାଇଦା :-

ଆଇପିଏଲ ଟିମ୍ ବିଜ୍ଞାପନ ଏବଂ ପ୍ରମୋସନରୁ ମଧ୍ୟ ପଇସା ରୋଜଗାର କରନ୍ତି । ଅମ୍ପାୟର ଙ୍କ ଜର୍ସି, ହେଲମେଟ, ୱିକେଟ, ପଡିଆ ଏବଂ ବାଉଣ୍ଡ୍ରୀ ଲାଇନରେ ଦେଖାଯାଉଥିବା କମ୍ପାନୀର ନାମ ଏବଂ ଲୋଗୋ ପାଇଁ କମ୍ପାନୀ ଗୁଡ଼ିକ ଟିମକୁ ପଇସା ଦିଅନ୍ତି । ଟିମ୍ ନିଜର ନାମ ଏବଂ ଲୋଗୋ ଥିବା ଟି- ସର୍ଟ, କ୍ୟାପ, ଗ୍ଲୋବସ ବିକ୍ରି କରି ମଧ୍ୟ ପଇସା ରୋଜଗାର କରନ୍ତି । ସେହିପରି ଖେଳାଳି ଆଇପିଏଲର ଆଡ ମଧ୍ୟ ଶୁଟ କରନ୍ତି, ଯାହାଦ୍ଵାରା ସେମାନଙ୍କର ଫାଇଦା ହୋଇଥାଏ ।

ପ୍ରତିବର୍ଷ ହୋଇଥାଏ ଏତେ ଫାଇଦା :-

ଆଇପିଏଲ ଟିମ୍ ଗୁଡ଼ିକର ପ୍ରତିବର୍ଷ ପ୍ରାୟ 300 କୋଟି ଟଙ୍କାର ରୋଜଗାର ହୋଇଥାଏ । ଯଦି ସେଥିରୁ 160-165 କୋଟି ଖର୍ଚ୍ଚ ପାଇଁ ବାହାର କରାଯାଏ, ତେବେ ବାର୍ଷିକ ପ୍ରାୟ 130-140 କୋଟି ଟଙ୍କାର ଫାଇଦା ଅର୍ଥାତ୍ ରୋଜଗାର ହୋଇଥାଏ ।

Leave A Reply

Your email address will not be published.