୫ ବର୍ଷ ଧରି ନିଜ ମା ସହିତ ଦେଖା କରିନାହାନ୍ତି ଯୋଗୀ ଆଦିତ୍ୟନାଥ, ପୁଅ ଦ୍ୱିତୀୟଥର CM ହେବାରୁ କହିଲେ ଏହି କଥା !

0

Get real time updates directly on you device, subscribe now.

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ 2017 ମସିହା ପରେ 2022 ରେ ପୁଣି ଦ୍ୱିତୀୟଥର ଐତିହାସିକ ବିଜୟ କରି ଯୋଗୀ 2.0 ଯୁଗର ଆରମ୍ଭ କରିଛନ୍ତି । ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଲୋକଙ୍କ ମନରେ ତାଙ୍କର ଗୋଟିଏ ଅଲଗା ଛବି ରହିଛି । ସେ ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଅଟନ୍ତି । ରିପୋର୍ଟ ଅନୁଯାୟୀ ଶପଥ ଗ୍ରହଣ କରିବା ସମୟରେ ଯୋଗୀ ଆଦିତ୍ୟନାଥ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ କହିବାକୁ ଯାଉଛନ୍ତି । ଏହାମଧ୍ୟରେ ଏହା ମଧ୍ୟ ଜଣାପଡିଛି ଯେ ସେ ପ୍ରାୟ 5 ବର୍ଷ ହେଲାଣି ନିଜ ମା ସହିତ ଦେଖା ମଧ୍ୟ କରିନାହାନ୍ତି ।

କିଏ କିଏ ଅଛନ୍ତି ସିଏମ ଯୋଗୀଙ୍କ ପରିବାରରେ :-

କୁହାଯାଉଛି ଯେ ସିଏମ ଯୋଗୀଙ୍କର 3ଜଣ ଭାଇ ଏବଂ ତିନିଜଣ ଭଉଣୀ ଅଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାପାଙ୍କ ନାମ ଆନନ୍ଦ ସିଂହ ବିଷ୍ଟ ଅଟେ । ଯୋଗିଙ୍କର ସବୁଠାରୁ ବଡ ଭାଇଙ୍କ ନାମ ମାନବେନ୍ଦ୍ର ସିଂହ ବିଷ୍ଟ ଅଟେ । ସେ ଗୋଟିଏ କଲେଜରେ କାମ କରନ୍ତି ।

ଏହାପରେ ସୀଏମ ଯୋଗୀଙ୍କ ର ଜନ୍ମ ହୋଇଥିଲା ଏବଂ ତାଙ୍କ ସାନଭାଇଙ୍କ ନାମ ମହେନ୍ଦ୍ର ସିଂହ ବିଷ୍ଟ ଅଟେ । ଏହାବ୍ୟତୀତ ତାଙ୍କର ଜଣେ ଭାଇ ଶୈଲେନ୍ଦ୍ର ମୋହନ ସେନାରେ ନିୟୋଜିତ ଅଛନ୍ତି । ସେ ଭାରତ – ଚୀନ ବୋର୍ଡରେ ନିୟୋଜିତ ଅଛନ୍ତି ।

ଆଦିତ୍ୟନାଥ ଯୋଗୀଙ୍କ ପରିବାର ସହିତ ମିଡ଼ିଆ କଥାବାର୍ତ୍ତା କରିଥିଲା । ଏହି ସମୟରେ ତାଙ୍କ ଭାଇ ମାନବେନ୍ଦ୍ର ସିଂହ କହିଛନ୍ତି ଯେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, କିନ୍ତୁ ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣ ଦେଖିବାପାଇଁ ସେ ନିଜ ଗାଁକୁ ଆସିଗଲେ । ସେ ଏହି ସମୟରେ କହିଛନ୍ତି ଯେ, ” ଯେତେବେଳେ ଯୋଗୀ ଆଦିତ୍ୟନାଥ ପୈତୃକ ଗାଁରେ ପହଞ୍ଚିଥିଲେ, ସେତେବେଳେ ଆମର ତାଙ୍କ ସହିତ ପ୍ରାୟ ଅଧା ଘଣ୍ଟା କଥାବାର୍ତ୍ତା ହୋଇଥିଲା ଏବଂ ଏହି ସମୟରେ ସେ ଆମର ହାଲଚାଲ ପଚାରିଥିଲେ ।”

କଣ୍ କହିଲେ ଯୋଗୀଙ୍କ ସାନଭାଇ ମହେନ୍ଦ୍ର ସିଂହ ବିଷ୍ଟ କହିଛନ୍ତି ଯେ, ” ଆଜି ଦିନରେ ଗାଁରେ ସବୁ ଲୋକ ଖୁସି ଅଛନ୍ତି । ଗାଁରେ ଭଜନ କୀର୍ତ୍ତନର କାର୍ଯ୍ୟକ୍ରମ ରହିଛି । ଭାଇ ଏବଂ ମା ସୀଏମ୍ ଯୋଗୀଙ୍କ ଶପଥଗ୍ରହଣ କରିବା ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି । ”

ଏହି ସମୟରେ ଯୋଗୀଙ୍କ ମାଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିବାପାଇଁ ସୁଯୋଗ ମିଳିଲା । ସେ କହିଛନ୍ତି ଯେ ” ପୁଅ ପୁଣିଥରେ ଶିଏମ ହେବାରୁ ସେ ବହୁତ୍ ଖୁସି ଅଛନ୍ତି । ଏହି ସମୟରେ ଯେତେବେଳେ ଯୋଗୀଙ୍କ ମାଙ୍କୁ ପଚରାଗଲା ଯେ ଆଦିତ୍ୟନାଥ ଆପଣଙ୍କ ସହିତ କେବେ ଦେଖା କରିବାକୁ ଆସିଥିଲେ ? ଏହାର ଉତ୍ତରରେ ସେ କହିଥିଲେ ଯେ ପାଞ୍ଚ ବର୍ଷ ପୂର୍ବରୁ ଗତ ବିଧାନସଭା ନିର୍ବାଚନ ସମୟରେ ମା ପୁଅଙ୍କ ଦେଖା ହୋଇଥିଲା ।

Leave A Reply

Your email address will not be published.