ଯୁଦ୍ଧକୁ ମାତ ଦେଲା ପ୍ରେମ : ପ୍ରେମିକକୁ ପାଇବା ପାଇଁ ୟୁକ୍ରେନରୁ ଏକୁଟିଆ ଆସି ଭାରତରେ ପହଞ୍ଚିଲେ ଏନା,ବହୁ କିମି ପାଦରେ ବି ଚାଲିଚାଲି ଆସିଲେ !

0

Get real time updates directly on you device, subscribe now.

ୟୁକ୍ରେନର ଘୋମାଘୋଟ ଲଢେଇ ମଧ୍ୟରେ ନିଜ ପ୍ରେମ ପାଇବା ପାଇଁ ଏନା ୟୁକ୍ରେନରୁ ଭାରତ ପାଇଁ ଚାଲି ଆସିଲେ|ରାସ୍ତାରେ ବହୁ ବାଧାବିଘ୍ନର ସମ୍ମୁଖିନ ହୋଇ ଶେଷରେ ଭାରତ ପହଞ୍ଚିଲେ|ଏଵେ ସେ ଦିଲ୍ଲୀରେ ଭାରତୀୟ ପ୍ରେମିକ ସହ ବିବାହ କରିବାକୁ ଯାଉଛନ୍ତି|ଚାଲନ୍ତୁ ତାଙ୍କ ଲଭଷ୍ଟୋରୀ ବିଷୟରେ ସମ୍ପୁର୍ଣ୍ଣ ଭାବେ ଜାଣିବା :

ଭାରତରେ ରହୁଥିବା ୩୩ ବର୍ଷୀୟ ଅନୁଭବ ଜଶୀନ ଯିଏ ପେଶାରେ ଦିଲ୍ଲୀ ହାଇକୋର୍ଟରେ ଓକିଲ ଅଟନ୍ତି ତାଙ୍କର ୨୯ ବର୍ଷୀୟା ୟୁକ୍ରେନ ପ୍ରେମିକା ଏନା ହାରୋଦେତ୍ସକା ନିଜ ଘର କିଭରୁ ଯାତ୍ରା ଆରମ୍ଭ କରି ନିଜ ପ୍ରେମ ପାଇଁ ଭାରତ ପହଞ୍ଚିଲେ|ଯୁଦ୍ଧର ଭୟଙ୍କର ମାହୋଲରେ ସେ ମରିତରି ଯେତେବେଳେ ଭାରତରେ ପହଞ୍ଚିଲେ ସେତେବେଳେ ଅନୁଭବ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ |

ଏହି ଦୁହିଁଙ୍କ ମଧ୍ୟରେ ସମ୍ବନ୍ଧ ଆଜିକୁ ଅଢେଇ ବର୍ଷ ପୂର୍ବେ ହୋଇଥିଲା ଯେତେବେଳେ ୨୦୨୦ରେ ଦୁନିଆ ଲକଡାଉନ୍ ପାଇଁ ବନ୍ଦ ରହିଥିଲା| ଦୁହେଁ ଏକାବେଳେ ଭାରତରେ ବୁଲୁଥିଲେ|ଏନା ଆଇଟି କମ୍ପାନୀରେ କାମ କରିବା ସହ ଘରେ ମେକ୍ ଅପ କାମ ମଧ୍ୟ କରୁଥିଲେ| ଯେତେବେଳେ ଲକଡାଉନ ପାଇଁ ଫ୍ଲାଇଟ ବନ୍ଦ ହୋଇଯାଇଥିଲା, ସେତେବେଳେ ସେ ଅନୁଭବ ଘରେ ରହିଲେ| ଫଳରେ ପ୍ରେମ ଗଢିଉଠିଥିଲା|

ଏହାପରେ ଦ୍ୱିତୀୟ ଲହର ଆସିଲା କିନ୍ତୁ ଦୁହେଁ ଦୁହିଁଙ୍କ ସମ୍ପର୍କରେ ଥିଲେ|ପୁଣି ଯେତେବେଳେ ଲକଡାଉନ ହଟିଲା ଦୁହେଁ ଦୁବାଇରେ ମିଳନ ହୋଇଥିଲେ|ପୁଣି ସେ ଭାରତ ଆସିଲେ ଓ ଅନୁଭବ ମିଳିବା ପାଇଁ କିବ ଯାଇଥିଲେ|

ଏଭଳି ଭାବେ ପୂର୍ବବର୍ଷ ଡିସେମ୍ବରରେ ଏନା ଭାରତ ଆସିଥିଲେ ଓ ଅନୁଭବ ପରିବାର ସହ ମିଳିଲେ ଓ ଵିଵାହ ପାଇଁ ନିଷ୍ପତ୍ତି ନେଲେ|ଏହାପରେ ସେ ୟୁକ୍ରେନ ଫେରିଗଲେ|

ସବୁକିଛି ଯୋଜନା ମୁତାବକ ଚାଲୁଥିଲା କିନ୍ତୁ ୨୪ ଫେବୃଆରୀ ସବୁକିଛି ବଦଳିଗଲା|ଯେତେବେଳେ ରୂଷ ୟୁକ୍ରେନ ସହ ଯୁଦ୍ଧ କଲା|ଏନା ଘରେ ବମ ମାଡ ସହ ଲଢ଼ୁଥିଲେ|ସେ ପୋଲାଣ୍ଡ ଯିବା ନିଷ୍ପତ୍ତି ନେଲେ|ଫଳରେ ସେ କିଛି ଗରମ କପଡା ସହ ଜରୁରୀ ସାମାନ ଧରି ଷ୍ଟେସନ୍ ଯିବାପାଇଁ କେବ୍ ଖୋଜିଲେ, ଯେଉଁଠି ସେ ମା ଓ କୁକୁରକୁ ଛାଡିଲେ|ତାଙ୍କ ମା ତାଙ୍କ ମା’ଙ୍କ ଘର କମାଏନ୍କା ଚାଲିଗଲେ|ଏଵେ ଏନା ଏକୁଟିଆ ଯାତ୍ରା ଆରମ୍ଭ କରିଥିଲେ|ସେ ଲିବିବ ଯିବାପାଇଁ ୨ ଘଣ୍ଟା ଟ୍ରେନ ଅପେକ୍ଷା କଲେ|ଏହି ଜାଗା ୟୁକ୍ରେନ ପଶ୍ଚିମରେ ଅଟେ ଓ ପୋଲିସ ସୀମା ପାଖାପାଖି ଅଟେ|

ଲିବିବରେ ସେ ରାତିସାରା ରହିଲେ|୨୮ରେ ସେ ପୋଲାଣ୍ଡରୁ ବସ ନେଵା ପାଇଁ ନିଷ୍ପତ୍ତି ନେଲେ କିନ୍ତୁ ସେଠାରେ ଜଣାପଡ଼ିଲା ଯେ ପୋଲାଣ୍ଡ ସୀମାରେ ଲୋକମାନଙ୍କୁ ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପାର କରିବାକୁ ଲାଗୁଛି|ସେ ନିଷ୍ପତ୍ତି ବଦଳାଇ ସ୍ଲୋଭାକିଆ ଯିବାକୁ ମନସ୍ଥ କରିଥିଲେ|ସେ ରାତି ଅଧରେ ସୀମାରେ ପହଞ୍ଚିଲେ ଯେଉଁଠି ସେ କିଛି ସମୟ ଅଟକି ପାଦରେ ସୀମା ଅତିକ୍ରମ କରିଥିଲେ|

ଯେପରି ସେ ସ୍ଲୋଭାକିଆରେ ପ୍ରବେଶ କରିଥିଲେ ସେଠାରୁ ପୋଲାଣ୍ଡର କ୍ରୋବାବ ପର୍ଯ୍ୟନ୍ତ ମିନି ବସରେ ପହଞ୍ଚିଲେ|ସେଠାରେ ଦୁଇ ସପ୍ତାହ ବିତିଗଲା|ସେଠାରେ ତାଙ୍କର କିଛି ବନ୍ଧୁ ରହିବା ଓ ଖାଇବା ବ୍ୟବସ୍ଥା କରିଥିଲେ|ସେ ପୋଲାଣ୍ଡରେ ଭାରତ ପାଇଁ ଭିସା ମାଗିଥିଲେ ଫଳରେ ଯେପରି ଭିସା ମିଳିଲା ସେ ଭାରତରେ ପହଞ୍ଚିଗଲେ|ଯେଉଁଠାରେ ଅନୁଵବ ବିବାହ ପ୍ରସ୍ତାବ ଦେବାପାଇଁ ଅପେକ୍ଷା କରିଥିଲେ|

Leave A Reply

Your email address will not be published.