ପରୀକ୍ଷାରେ ହିନ୍ଦୀ ପେପର ଖରାପ ହେବାରୁ ଟେନସନ ହୋଇ ଆତ୍ମହତ୍ୟା କଲେ ଛାତ୍ରୀ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ୟୁପିର ହରଦୋଇ ଜିଲ୍ଲାରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛି । ଛାତ୍ରୀ ଜଣଙ୍କ ଇଣ୍ଟରମିଡ଼ିଏଟ୍ ରେ ପଢୁଥିଲେ । ସେ ଗୁରୁବାର ଦିନ ୟୁପି ବୋର୍ଡ ପରୀକ୍ଷାରେ ହିନ୍ଦି ପେପର ଖରାପ ହେବା ଯୋଗୁ ଚିନ୍ତାରେ ଥିଲେ ।

ୟୁପିର ହରଦୋଇ ଜିଲ୍ଲାରେ ହିନ୍ଦୀ ପେପର ଖରାପ ହେବାରୁ ଇଣ୍ଟରମିଡ଼ିଏଟ୍ ର ଜଣେ ଛାତ୍ରୀ ଫାଶୀ ଲଗେଇ ଜୀବନ ଦେଇଛନ୍ତି । ପେପର ଖରାପ ହେବାରୁ ଛାତ୍ରୀ ବହୁତ ଚିନ୍ତାରେ ଥିଲେ । ଏହି ପୁରା ଘଟଣା ହରିଆଣା ଥାନା ଅଞ୍ଚଳର ପୁରିଲା ଗାଁ ର ଅଟେ । ମୃତ ଛାତ୍ରୀଙ୍କ ନାଁ ପୂଜା ଥିଲା ଏବଂ ତାଙ୍କ ବୟସ ୧୭ବର୍ଷ ଥିଲା । ପୂଜା ତାଙ୍କ ତିନି ଭଉଣୀଙ୍କ ଭିତରେ ଦ୍ୱିତୀୟ ନମ୍ବର ଥିଲେ ଏବଂ ତାଙ୍କର ଦୁଇ ଭାଇ ମଧ୍ୟ ଥିଲେ ।

ଗୁରୁବାରକୁ ତାଙ୍କର ଇଣ୍ଟର ୟୁପି ବୋର୍ଡ ପରୀକ୍ଷାର ହିନ୍ଦୀର ପେପର ଥିଲା । ପେପର ଦେବା ପରେ ପୂଜା ଘରକୁ ଆସିଲେ ତ ଚିନ୍ତାରେ ଥିଲେ । ପରିବାର ଲୋକ ଯେତେବେଳେ ପୂଜାଙ୍କୁ ଚିନ୍ତାର କାରଣ ପଚାରିଲେ ସେତେବେଳେ ସ୍ୱ କହିଥିଲେ କି ପେପର ଖରାପ ହୋଇଗଲା । ଯାହା ପରେ ପରିବାର ଲୋକ ତାକୁ ବୁଝେଇଲେ କି ଚିନ୍ତା କରିବା କିଛି ଦରକାର ନାହିଁ । କିନ୍ତୁ ରାତିରେ ସେ ତାଙ୍କ ରୁମ ରେ ଫାଶୀ ଲଗେଇ ଦେଇଥିଲେ ।

ପୂଜାଙ୍କ ମାଆ ଯେତେବେଳେ କୌଣସି କାମ ପାଇଁ ରୁମ୍ କୁ ଗଲେ ତ ସେତେବେଳେ ତାଙ୍କର ହୋଶ ଉଡିଯାଇଥିଲା ତାଙ୍କ ଚିତ୍କାର ଶୁଣି ପରିବାରର ବାକି ଲୋକ ବି ଦୌଡ଼ି ଆସିଥିଲେ । ଖବର ବ୍ୟାପିଲା ପରେ ପଡୋଶୀ ମାନଙ୍କ ଭିଡ଼ ମଧ୍ୟ ଏକାଠି ହୋଇଥିଲା । ଏହା ମଧ୍ୟରେ ଜଣେ ବ୍ୟକ୍ତି ପୋଲିସ କୁ ସୂଚନା ଦେଲେ । ଘଟଣାର ସୂଚନା ମିଳିଲା ପରେ ପୋଲିସ ଠିକ ସମୟରେ ଆସି ପହଁଚିଲା ଏବଂ ଯାଞ୍ଚ କରିବା ପରେ ଶବ କୁ ପୋଷ୍ଟ ମଟମ ପାଇଁ ପଠେଇ ଦେଲେ ।

Leave A Reply

Your email address will not be published.