ଆସନ୍ତାକାଲି ଭାରତ ବନ୍ଦ,ଜାଣନ୍ତୁ କାହିଁକି ?

0

Get real time updates directly on you device, subscribe now.

ଆସନ୍ତାକାଲି ଓ ତା’ପର ଦିନ ଭାରତ ବନ୍ଦ। ଅର୍ଥାତ ମାର୍ଚ୍ଚ ୨୮ ଓ ୨୯ ତାରିଖରେ ଭାରତ ବନ୍ଦ ପାଇଁ ଟ୍ରେଡ ୟୁନିୟନ ଡାକରା ଦେଇଛି। ଏହି ଭାରତ ବନ୍ଦକୁ ସଫଳ କରିବା ପାଇଁ ଆହ୍ୱାନ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରିବା ପାଇଁ ଟ୍ରେଡ ୟୁନିୟନ ଏହି ଡାକରା ଦେଇଛି। ଏହି ଆନ୍ଦୋଳନରେ ବ୍ୟାଙ୍କ ୟୁନିୟନ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଭାରତ ବନ୍ଦ କରିବା ନେଇ ଦିଲ୍ଲୀରେ ଟ୍ରେଡ ୟୁନିୟନମାନଙ୍କ ତରଫରୁ ଏକ ବୈଠକ କରାଯାଇ ଆନ୍ଦୋଳନର ରୂପରେଖ ପ୍ରସ୍ତୁତ କରାଯାଇଛି। ଏ ବିଷୟରେ ଟ୍ରେଡ ୟୁନିୟନମାନେ କହିଛନ୍ତିକି, କେନ୍ଦ୍ର ସରକାରଙ୍କର କୃଷକ ମାରଣ, ଜନ ବିରୋଧୀ ଓ ରାଷ୍ଟ୍ର ବିରୋଧୀ ନୀତି, ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଅହେତୁକ ଦରବୃଦ୍ଧି, ଇପିଏଫଧାରୀମାନଙ୍କୁ ଜମା ଉପରେ ସୁଧର ହାରକୁ ହ୍ରାସ କରିବା ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି।

କେନ୍ଦ୍ର ସରକାର ଯେଉଁଭଳି ଭାବରେ ନୂତନ ଶ୍ରମକୋଡ ଲାଗୁ କରିଛନ୍ତି। ସାଧାରଣତଃ ଶ୍ରମିକମାନଙ୍କୁ ଶୋଷଣ କରିବା ପାଇଁ ଚେଷ୍ଟା କରିଛନ୍ତି। ବିଶେଷ ଭାବରେ ଏହା ବିରୋଧରେ ଏହି ଆନ୍ଦୋଳନରେ ମୁଣ୍ଡ ଟେକିଛି ବୋଲି ଟ୍ରେଡ ୟୁନିୟନ ନେତାମାନେ କହିଛନ୍ତି। ଏହି ଆନ୍ଦୋଳନକୁ ନିର୍ମାଣ ଶ୍ରମିକ, ବିଜୁଳି କର୍ମଚାରୀ, ଟ୍ରାନ୍ସପୋର୍ଟ କର୍ମଚାରୀ ସଂଘଗୁଡିକ ବର୍ତ୍ତମାନ ସମର୍ଥନ ଜଣାଇଛନ୍ତି।

ଏହା ସହିତ ବ୍ୟାଙ୍କ ଓ ବୀମା ସହ ଜଡିତ କର୍ମଚାରୀ ସଂଘ, କୋଇଲା, ଇସ୍ପାତ, ତୈଳ, ଡାକ କର୍ମଚାରୀ ସଂଘ, ଦୂରସଂଚାର କର୍ମଚାରୀ ସଂଘ, ଆୟକର ବିଭାଗ କର୍ମଚାରୀ ସଂଘଗୁଡିକ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଦୁଇ ଦିନ ପାଇଁ ଭାରତ ବନ୍ଦରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ବନ୍ଦକୁ ନେଇ ଷ୍ଟେଟ ବ୍ୟାଙ୍କ ମାର୍ଚ୍ଚ ୨୮ ଓ ୨୯ ତାରିଖରେ ବ୍ୟାଙ୍କ ସେବା ପ୍ରଭାବିତ ରହିବ ବୋଲି ନିଜର ଗ୍ରାହକମାନଙ୍କୁ ପୂର୍ବରୁ ସୂଚନା ଦେଇଛନ୍ତି।

ସେପଟେ ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାରମାନେ କଡା ସୁରକ୍ଷା ବ୍ୟବସ୍ଥା କରିଛନ୍ତି। ଆନ୍ଦୋଳନ ବେଳେ ହିଂସାକୁ ରୋକିବା, ଶାନ୍ତିପୂର୍ଣ୍ଣ ଭାବେ ଭାରତ ବନ୍ଦରେ ସାମିଲ ଥିବା ଲୋକ ଯେପରି ଆନ୍ଦୋଳନ କରିପାରିବେ ତାହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି।

Leave A Reply

Your email address will not be published.