ବ୍ୟାଙ୍କରେ ଚାକିରୀ କରିବା ପାଇଁ ଇଛୁକ ପ୍ରାର୍ଥୀମାନଙ୍କ ପାଇଁ ଖୁସି ଖବର,ଜଲଦି ଜଲଦି ଆବେଦନ କରନ୍ତୁ !

0

Get real time updates directly on you device, subscribe now.

ବର୍ତ୍ତମାନ ଦେଶରେ ବେକାରୀ ସମସ୍ୟା ଶୀର୍ଷରେ ପହଞ୍ଚିଥିବା ସମୟରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆରେ ନିଯୁକ୍ତି ସୁଯୋଗ ବାହାରିଛି। ମୋଟ ୨୯୪ Grade ‘B’ ଅଫିସର ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଗ୍ରେଡ ବି ହେଉଛି ଏକ ଜାତୀୟ ସ୍ତରୀୟ ସରକାରୀ ପରୀକ୍ଷା ଯାହାକି, ରିଜର୍ଭ ବ୍ୟାଙ୍କ ଦ୍ୱାରା ବ୍ୟାଙ୍କିଙ୍ଗ କ୍ଷେତ୍ରର ଏକ ଅଂଶ ହେବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ବ୍ୟକ୍ତିମାନଙ୍କ ପାଇଁ କରାଯାଇଥାଏ। ଏହା ଏକ ଉଚ୍ଚ ଦରମା ଏବଂ ସମ୍ମାନଜନକ ଚାକିରି ହୋଇଥିବାରୁ ଏହାର ପ୍ରତିଯୋଗିତା ବଢୁଛି। ତେବେ ଏହି ନିଯୁକ୍ତି ପାଇଁ ବିଦେଶୀ ନାଗରିକ ମଧ୍ୟ ସର୍ତ୍ତମୂଳକ ଆବେଦନ କରିପାରିବେ। ତବେ ଆସନ୍ତୁ ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା।

ଖାଲି ପଦବୀ ସଂଖ୍ୟା:-

ପଦବୀ ନାମ: ଗ୍ରେଡ୍ ବି ଅଧିକାରୀ (DR)

ଖାଲି ପଦବୀ ସଂଖ୍ୟା: ୨୯୪

ସାଧାରଣ: ୨୩୮

DEPR: ୩୧

DSIM: ୨୫

ବୟସର ସୀମା:-

– ୨୧ ରୁ ୩୦ ବର୍ଷ

– M.Fil ଧାରଣ କରିଥିବା ପ୍ରାର୍ଥୀମାନଙ୍କ ପାଇଁ ୩୨ ବର୍ଷ

– Ph.D. ଯୋଗ୍ୟତା ଥିବା ପ୍ରାର୍ଥୀ ମାନଙ୍କ ପାଇଁ ୩୪ ବର୍ଷ

ଦରମା:-

ମାସିକ ଦରମା: ୩୫,୧୫୦ ଟଙ୍କା (ବେସିକ୍ ପେ)

ଚାକିରି ଅବସ୍ଥାନ: ସମଗ୍ର ଭାରତରେ

ତାରିଖ:-

ବିଜ୍ଞପ୍ତି ପ୍ରକାଶ: ୨୧ ମାର୍ଚ୍ଚ ୨୦୨୨ପଞ୍ଜୀକରଣ ପ୍ରକ୍ରିୟା: ୨୮ ମାର୍ଚ୍ଚ ୨୦୨୨
ଶେଷ ତାରିଖ : ୧୮ ଏପ୍ରିଲ୍ ୨୦

୨୨ପରୀକ୍ଷା: ୨୮ମଇ ୨୦୨୨ – ୦୬ ଅଗଷ୍ଟ ୨୦୨୨

ପ୍ରଥମ ପର୍ଯ୍ୟାୟ ପରୀକ୍ଷା: ୨୮ ମଇ ୨୦୨୨, ୨ ଜୁଲାଇ ୨୦୨୨

ଫଳାଫଳ: ଜୁନ୍ ୨୦୨୨

ଦ୍ୱିତୟ ପର୍ଯ୍ୟାୟ କଲ୍ ଲେଟର: ୨୫ ଜୁନ୍ ଏବଂ ୬ ଅଗଷ୍ଟ ୨୦୨୨

ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା: ଜୁଲାଇ ୨୦୨୨

ଆବେଦନ:

ଅଫିସିଆଲ ୱେବସାଇଟ୍: www.rbi.org.in

ଆବେଦନ ଶୁଳ୍କ:-

ସାଧାରଣ/OBC- ୮୫୦ ଟଙ୍କା

SC / ST / PWD- ୧୦୦ ଟଙ୍କା

ଆରବିଆଇ କର୍ମଚାରୀ- ନିଃଶୁଳ୍କ

ଚୟନ ପ୍ରକ୍ରିୟା:-

ନିଯୁକ୍ତି ଆଧାର: ସିଧାସଳଖ ନିଯୁକ୍ତି

ଚୟନ ପ୍ରକ୍ରିୟା: ପ୍ରଥମ ପର୍ଯ୍ୟାୟ, ଦ୍ୱିତୀୟ ପର୍ଯ୍ୟାୟ ଏବଂ ସାକ୍ଷାତକାର

ପ୍ରେଲିମ୍ସ ପରୀକ୍ଷା ପାଟର୍ନ/ ପରୀକ୍ଷା ସିଲାବସ:-

ସମୟ: ୨ ଘଣ୍ଟା

ମୋଟ ମାର୍କ: ୨୦୦

ସାଧାରଣ ସଚେତନତା

ପରିମାଣିକ ଦକ୍ଷତା

ଇଂଗ୍ରାଜୀ ଭାଷା

ତର୍କ

ମେନ୍ସ ପରୀକ୍ଷା ପାଟର୍ନ:-

ପେପର ୧:

ଅର୍ଥନୀତି ଏବଂ ସାମାଜିକ ସମସ୍ୟା – ୫୦% ଅବଜେକ୍ଟିଭ୍ + ୫୦% ବର୍ଣ୍ଣନାକାରୀ (କିବୋର୍ଡ୍ ସାହାଯ୍ୟରେ ଟାଇପ୍ ହେବ)

ମୋଟ ମାର୍କ: ୧୦୦

ସମୟ: ୨ ଘଣ୍ଟା (୩୦ମି.+୯୦ମି.)

ପେପର ୨:

ଇଂରାଜୀ (ଲେଖା ଦକ୍ଷତା)-ବର୍ଣ୍ଣନାକାରୀ (୩ ପ୍ରଶ୍ନ)

ମୋଟ ମାର୍କ: ୧୦୦

ସମୟ: ୯୦ ମି.

ପେପର ୩:

Finance and Management – ୫୦% ଅବଜେକ୍ଟିଭ୍ + ୫୦% ବର୍ଣ୍ଣନାକାରୀ

ମୋଟ ମାର୍କ: ୧୦୦

ସମୟ: ୨ ଘଣ୍ଟା (୩୦ମି.+୯୦ମି.)

ସାକ୍ଷାତକାର ପ୍ରକ୍ରିୟା:-

ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ପେପର ୧, ପେପର ୨ ଏବଂ ପେପର ୩ରେ ମିଳିଥିବା ଏଗ୍ରିଗେଟ୍ ମାର୍କ ଉପରେ ଆଧାର କରି ପ୍ରାର୍ଥୀମାନେ ସାକ୍ଷାତକାର ପାଇଁ ସର୍ଟଲିଷ୍ଟ କରାଯିବ। ଏଥିରେ ସାକ୍ଷାତକାର ପାଇଁ ୫୦ ମାର୍କର ହେବ।

Leave A Reply

Your email address will not be published.