ସ୍ୱାମୀକୁ ଭାଗ କରିନେଲେ ଦୁଇ ସ୍ତ୍ରୀ, ଜାଣନ୍ତୁ କାହା ଭାଗରେ କଣ୍ ପଡିଲା ?

0

Get real time updates directly on you device, subscribe now.

ଆପଣ ଘର, ଦୋକାନ, ଜମି ଭାଗ ହେବା କଥା ତ ନିଶ୍ଚୟ ଶୁଣିଥିବେ, କିନ୍ତୁ କଣ ଆପଣ ସ୍ବାମୀ ଭାଗ ହେବା କଥା ଶୁଣିଛନ୍ତି । ଆଜ୍ଞା ହଁ, ବିହାରରେ ଜଣେ ସ୍ୱାମୀକୁ ଭାଗ କରାଯାଇଛି । ଶୁଣିବାକୁ ହୁଏତ ଏହି ମାମଲା ବହୁତ୍ ଅଜବ ଲାଗୁଛି, କିନ୍ତୁ ଏହା ସତ ଅଟେ । ଏଠାରେ ଦୁଇଜଣ ସ୍ତ୍ରୀ ନିଜ ସ୍ୱାମୀକୁ ଭାଗ କରିଛନ୍ତି । ସବୁଠାରୁ ବଡ କଥା ହେଉଛି ଦୁହେଁ ନିଜ ସହମତିରେ ଭାଗ କରିଛନ୍ତି । ଚାଲନ୍ତୁ ଜାଣିବା ପୁରା ମାମଲା କଣ୍ ଏବଂ କାହା ଭାଗରେ କଣ୍ ଆସିଛି ।

ବିହାରର ପୂର୍ଣିଆର ମାମଲା :-

ଏହି ଅଜବ ପ୍ରକାରର ମାମଲା ବିହାର ରାଜ୍ୟର ପୂର୍ଣିଆ ଜିଲ୍ଲାରୁ ସାମ୍ନାକୁ ଆସିଛି । ଏଠାରେ ଦୁଇଜଣ ସ୍ତ୍ରୀ ପରସ୍ପରର ସହମତି ଦ୍ଵାରା ନିଜ ସ୍ୱାମୀକୁ ବାଣ୍ଟି ନେଇଛନ୍ତି । ଏହି କାରଣରୁ ସାରା ଅଞ୍ଚଳରେ ଏ ବିଷୟରେ ଚର୍ଚ୍ଚା ହେଉଛି ଏବଂ ଲୋକମାନେ ଖୁବ୍ ମଜା ନେଉଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ ଏହି ଭାଗବଣ୍ଟା ପରିବାର ପରାମର୍ଶ କେନ୍ଦ୍ର କରାଇଛି ।

ମାମଲାଟି ଭବାନିପୁର ଥାନାର ଅଟେ । ଏଠାରେ ଗୋଡିଆରି ଅଞ୍ଚଳରେ ରହୁଥିବା ଜଣେ ମହିଳା ଅଭିଯୋଗ ନେଇ ଆସିଥିଲେ । ସେହି ମହିଳା ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ଵାମୀଙ୍କର ଆଗରୁ ବିବାହ ହୋଇସାରିଥିଲା । ତାଙ୍କର 6ଟି ପିଲା ମଧ୍ୟ ଥିଲେ । ଏହା ପରେ ମଧ୍ୟ ସେ ମିଛ କହି ବିବାହ କରିଛନ୍ତି ।

ସାଥିରେ ରଖିବାପାଇଁ ଚାହୁଁନଥିଲା ସ୍ବାମୀ :-

ମହିଳା ଅଭିଯୋଗ କରିଛନ୍ତି ଯେ ସେ ବିବାହ ତ କଲେ, କିନ୍ତୁ ସେ ବର୍ତ୍ତମାନ ପ୍ରଥମ ସ୍ତ୍ରୀକୁ ନିଜ ସହ ରଖିବାକୁ ଚାହୁଁନାହାଁନ୍ତି । ମହିଳା କହିଛନ୍ତି ଯେ ସେ ତାଙ୍କୁ ବ୍ୟବହାର କରି ଅଲଗା ହେବା ଚକ୍କରରେ ଅଛନ୍ତି । ସେହିପରି ଅଭିଯୁକ୍ତ ଯୁବକଙ୍କ ପ୍ରଥମ ସ୍ତ୍ରୀ ମଧ୍ୟ ଯୁବକଙ୍କୁ ଛାଡ଼ିବାକୁ ଚାହୁଁନାହାଁନ୍ତି ଏବଂ ସେ ମଧ୍ୟ ସ୍ବାମୀ ସହିତ ରହିବାକୁ ଚାହୁଁଛି ।

ଦୁଇ ମହିଳାଙ୍କ ଜିଦ୍ ଶୁଣି ପରିବାର ପରାମର୍ଶ କେନ୍ଦ୍ରର ଅଫିସର୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ସେ ମଧ୍ୟ ବୁଝିପାରୁ ନଥିଲେ ଯେ ପ୍ରକୃତରେ ଏହି ମାମଲାକୁ କିପରି ସମାଧାନ କରାଯିବ । ଏହାପରେ କେନ୍ଦ୍ର ଗୋଟିଏ ଅଜବ ସମାଧାନ ଶୁଣାଇଲା, ଯାହାକୁ ଦୁଇ ସ୍ତ୍ରୀ ମଧ୍ୟ ମାନିନେଲେ । କେନ୍ଦ୍ର ଦୁଇ ସ୍ତ୍ରୀଙ୍କ ମଧ୍ୟରେ ସ୍ୱାମୀକୁ ଭାଗ କରି ବାଣ୍ଟି ଦେଲା ।

ଜାଣନ୍ତୁ କିପରି ସ୍ୱାମୀକୁ ଭାଗ କରାଗଲା :-

କେନ୍ଦ୍ରର ସମାଧାନ ଅନୁଯାୟୀ ସ୍ୱାମୀକୁ ନିଜର ଦୁଇ ସ୍ତ୍ରୀକୁ ନିଜ ସହିତ ରଖିବାକୁ ପଡ଼ିବ । କେବଳ ଏତିକି ନୁହେଁ ସେମାନଙ୍କ ଖାଇବା ଠାରୁ ନେଇ ପିନ୍ଧିବା ପାର୍ଯ୍ୟନ୍ତର ସବୁ ବ୍ୟବସ୍ଥା ତାକୁ ହିଁ କରିବାକୁ ପଡ଼ିବ । ସ୍ବାମୀ ଦୁଇ ସ୍ତ୍ରୀଙ୍କୁ ଅଲଗା ଅଲଗା ଘରେ ରଖିବାକୁ ପଡିବ ।

ବର୍ତ୍ତମାନ ସ୍ୱାମୀକୁ ପ୍ରଥମ ସ୍ତ୍ରୀକୁ 15 ଦିନ ସମୟ ଦେବାକୁ ପଡ଼ିବ, ଅର୍ଥାତ୍ ସେ ପ୍ରଥମ ସ୍ତ୍ରୀ ସହିତ ଘରେ 15 ଦିନ ରହିବ । ସେହିପରି ଦ୍ୱିତୀୟ ସ୍ତ୍ରୀ ପାଇଁ ମଧ୍ୟ ସେତିକି ସମୟ ହିଁ ଦେବାକୁ ପଡ଼ିବ । ସେ ଦ୍ଵିତୀୟ ସ୍ତ୍ରୀ ସହିତ ମଧ୍ୟ 15 ଦିନ ରହିବ । କେନ୍ଦ୍ରର ନିଷ୍ପତ୍ତି ପରେ ତିନିଜଣଙ୍କ ଦ୍ଵାରା ବଣ୍ଡ ମଧ୍ୟ କରାଯାଇଛି, ଯେପରିକି ଭବିଷ୍ୟତରେ କୌଣସି ସମସ୍ୟା ଆସିବ ନାହିଁ ।

Leave A Reply

Your email address will not be published.