ସ୍ତ୍ରୀକୁ ଏତେ ଭଲପାଇ ବସିଲେ ଯେ ଜିନିଷପତ୍ର ବାନ୍ଧି ୨୦୦୦ KM ଦୂର ସମୁଦ୍ରକୁ ପାର ହେବାକୁ ଲାଗିଲେ,ଆଉ ରାସ୍ତାରେ ହେଲା ଏମିତି କିଛି….

0

Get real time updates directly on you device, subscribe now.

ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ସହିତ ଦେଖା କରିବାପାଇଁ ଏତେ ବ୍ୟସ୍ତ ହୋଇପଡିଲେ ଯେ ଉଡାଜାହାଜ ବଦଳରେ ସମୁଦ୍ରର ରାସ୍ତାରେ ଯିବାକୁ ନିଷ୍ପତ୍ତି ନେଇଗଲେ । ଭାରତର ମୁମ୍ବାଇ ସହରରେ ରହୁଥିବା ସ୍ତ୍ରୀ ସହିତ ଦେଖା କରିବାପାଇଁ ବ୍ୟକ୍ତିଜଣକ ଥାଇଲ୍ୟାଣ୍ଡର ଫୁକେଟ ତଟରୁ ବାହାରି ପଡିଲେ । ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ଯାତ୍ରା କରିବାପରେ ଯେତେବେଳେ ଜଣେ ମତ୍ସ୍ୟଜୀବୀ ତାଙ୍କୁ ଦେଖିଲା, ସେତେବେଳେ ସେ ଥାଇ ନେଭିଙ୍କୁ ଏହାର ସୂଚନା ଦେଲା । ଥାଇ ନେଭି ତୁରନ୍ତ ତାଙ୍କ ପାଖକୁ ଯାଇ ବଂଚାଇଲେ ଏବଂ ତାପରେ ଗିରଫ କରିନେଲେ । ପଚରାଉଚରା କରିବାରୁ ଜଣାପଡ଼ିଲା ଯେ ସେ ନିଜ ସ୍ତ୍ରୀ ସହିତ ଦେଖା କରିବାପାଇଁ ସମୁଦ୍ର ରାସ୍ତାରେ ଯିବାକୁ ଭାବିଲେ । ବ୍ୟକ୍ତିଜଣକ ଦୁଇ ସପ୍ତାହ ମଧ୍ୟରେ କେବଳ 50 ମାଇଲ (80 କିଲୋମିଟର୍) ର ରାସ୍ତା ଅତିକ୍ରମ କରିଥିଲେ ।

ଥାଇଲ୍ୟାଣ୍ଡରୁ କସ୍ତି ନେଇ ବାହାରିଲା ଏହି ବ୍ୟକ୍ତି :-

ମିଡ଼ିଆ ରିପୋର୍ଟ ଅନୁଯାୟୀ, ଥାଇଲ୍ୟାଣ୍ଡରୁ ହୋ ହୋଆଙ୍ଗ ହୁଙ୍ଗ ନାମକ ବ୍ୟକ୍ତି ରବରର କସ୍ତି ଦ୍ଵାରା ମୁମ୍ବାଇ ଯିବାକୁ ବାହାରିଥିଲେ । ହୋଆଙ୍ଗ ଭିଏତନାମର ବାସିନ୍ଦା ଅଟନ୍ତି ଏବଂ ଥାଇ ହଲିଡେ ଥାଇଲ୍ୟାଣ୍ଡରୁ ନିଜ ଯାତ୍ରା ଆରମ୍ଭ କଲେ । ଯେଉଁଠାରୁ ଯାତ୍ରା ଆରମ୍ଭ କଲେ, ସେଠାରୁ ସମୁଦ୍ରର ରାସ୍ତା ମୁମ୍ବାଇର ଦୂରତା ପ୍ରାୟ 2000 କିଲୋମିଟର୍ ଅଟେ । ଏହି ରବରର କସ୍ତିରେ ବିନା ନେଭିଗେଶନ ସିଷ୍ଟମର ଇନ୍ଷ୍ଟାଣ୍ଟ ନୁଡ଼ଲ୍ସ ନେଇ ନିଜ ଯାତ୍ରାରେ ବାହାରି ପଡ଼ିଥିଲେ । ଥାଇଲ୍ୟାଣ୍ଡରୁ ପ୍ରାୟ 80 କିଲୋମିଟର୍ ଦୁର ସିମିଲନ ଦ୍ଵୀପ ସମୂହ ଠାରେ ପହଞ୍ଚିବାରୁ କିଛି ମତ୍ସ୍ୟଜୀବି ଦେଖିନେଲେ । ତାପରେ ଥାଇ ନେଭୀଙ୍କୁ ଏହି ବିଷୟରେ କହିଲେ, ତାପରେ ସେମାନେ ତାଙ୍କୁ ବଞ୍ଚାଇ ଦେଲେ ।

ସ୍ତ୍ରୀ ସହିତ ଦେଖା କରିବାପାଇଁ ବିଚଳିତ ଅଟନ୍ତି ଭିଏତନାମର ନାଗରିକ :-

ଥାଇ ମେରିଟାଇମ୍ ଇନଫୋର୍ସମେଣ୍ଟ କମାଣ୍ଡ ସେଣ୍ଟରର କ୍ୟାପଟେନ ପିଚେଟ ସୋଙ୍ଗଟାନଙ୍କ ଅନୁଯାୟୀ, ହୋଆଙ୍ଗ ହୁଙ୍ଗ କହିଛନ୍ତି ଯେ ମୁମ୍ବାଇରେ ରହୁଥିବା ନିଜ ସ୍ତ୍ରୀ ପାଖକୁ ଯିବାପାଇଁ ସମୁଦ୍ର ରାସ୍ତାକୁ ବାଛିଲେ । କରୋନା କାରଣରୁ ସେ ନିଜ ସ୍ତ୍ରୀ ଠାରୁ ଦୁଇ ବର୍ଷ ଧରି ଦୂରରେ ଅଛନ୍ତି । ତାଙ୍କ କସ୍ତୀରେ କୌଣସି ମ୍ୟାପ, ଜିପିଏସ କିମ୍ବା କମ୍ପାସ ନଥିଲା । ପୋଷାକ ଏବଂ ପାଣି ମଧ୍ୟ ଲିମିଟେଡ ଥିଲା । ବିନା ଭିଜାରେ ଇଣ୍ଡିଆ ଯାଇପାରିନଥାନ୍ତେ, ଏହି କାରଣରୁ ସେ ଫୁକେଟ୍ ରୁ କସ୍ତୀ କିଣିଲେ ଏବଂ ମାର୍ଚ୍ଚ 5 ତାରିଖରେ ବାହାରି ପଡ଼ିଲେ ।

କିନ୍ତୁ ସମୁଦ୍ରରେ ଫସିଯିବା କାରଣରୁ ସେ ଦୁଇ ସପ୍ତାହ ମଧ୍ୟରେ ବହୁତ୍ କମ ଯାତ୍ରା କରିପାରିଲେ । ଅଧିକାରୀ କହିଛନ୍ତି ଯେ ସେ ଭିଏତନାମ ଏବଂ ଇଣ୍ଡିଆର ଏମ୍ବେଶୀ ସହିତ କଥାବାର୍ତ୍ତା ହୋଇଛନ୍ତି, କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାରର ଜବାବ ମିଳିନାହିଁ ।

Leave A Reply

Your email address will not be published.