ନିଜ ବାପାଙ୍କର ଛୋଟ ବିଜନେସକୁ ୩୦୦୦ କୋଟି ଟଙ୍କାର କମ୍ପାନୀରେ ପରିଣତ କଲା ଝିଅ,ପାଲଟିଲେ ଅନ୍ୟମାନଙ୍କ ପାଇଁ ଉଦାହରଣ,ଜାଣନ୍ତୁ ସଫଳତାର ରହସ୍ୟ

0

Get real time updates directly on you device, subscribe now.

ଆଜିକାଲି ଦୁନିଆରେ ଝିଅମାନେ ପୁଅମାନଙ୍କ ଠାରୁ ବିଲକୁଲ ପଛରେ ନାହାନ୍ତି । ଜଣେ ଝିଅ ଭାବରେ ଆଜିକାଲିର ମହିଳାମାନେ ନିଜ ବାପାମାଆଙ୍କ ପାଇଁ ସାହାରା ପାଲଟିଥାଆନ୍ତି ଏବଂ ଅନେକ କ୍ଷେତ୍ରରେ ନିଜ ବାପାମାଆଙ୍କ ସହିତ ନିଜ ଦେଶର ନାମ ମଧ୍ୟ ଉଜ୍ବଳ କରୁଛନ୍ତି ।

ଆଜି ଆମେ ଆପଣକୁ ଏମିତି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏକି ଡାକ୍ତର ନୁହଁନ୍ତି କିନ୍ତୁ ସ୍ବାସ୍ଥ୍ୟ ସେବା ଦ୍ଵାରା କିଛି ବଡ କରିବାକୁ ଚାହାଁନ୍ତି, କାରଣ ସେ ଜଣେ ଡାକ୍ତର ପରିବାରର ଅଟନ୍ତି । ଆମେ ଯାହା ବିଷୟରେ କଥା ହେଉଛନ୍ତି ତାଙ୍କ ନାମ ହେଉଛି ଅମିରା ଶାହ । ଅମିରା ଶାହଙ୍କର ଗୋଟିଏ କ୍ରାନ୍ତିକାରୀ ଭାବନା ତାଙ୍କ ବାପାଙ୍କ ଦ୍ଵାରା ପରିଚାଳିତ ଗୋଟିଏ ଛୋଟ ଲ୍ୟାବକୁ 3000 କୋଟି ଟଙ୍କାର ବହୁରାଷ୍ଟ୍ରୀୟ କମ୍ପାନୀରେ ବଦଳାଇ ଦେଲା ।

ଆପଣଙ୍କୁ କହିରଖୁଛୁ ଯେ ଅମିରା ଶାହଙ୍କ ବାପାଙ୍କ ନାମ ଡ. ସୁଶୀଲ ଶାହ । ଏସବୁ 1980 ମସିହାରେ ଆରମ୍ଭ ହୋଇଥିଲା । ସୁଶୀଲ ଶାହ ମେଡିକାଲ କଲେଜରୁ ସ୍ନାତକ ହେବାପରେ ଦେଶରେ ଥିବା ସ୍ବାସ୍ଥ୍ୟସେବାକୁ କିଛି ଅଲଗା କରିବାପାଇଁ ପ୍ରେରିତ କଲେ । ତାପରେ ଆମେରିକାରେ ପାଠପଢିବା ପରେ ପୁଣି ଫେରିଆସି ସେ ” ସୁଶୀଲ ଶାହ ପ୍ରୟୋଗଶାଳା ” ନାମରେ ଗୋଟିଏ ପ୍ୟାଥୋଲୋଜି ଲ୍ୟାବକୁ ଆରମ୍ଭ କଲେ । ବହୁତ୍ କମ୍ ପୁଞ୍ଜି ସହିତ ସେ ନିଜ ଗ୍ୟାରେଜରେ କାମ କରିବା ଆରମ୍ଭ କଲେ ଏବଂ ରୋଷେଇକୁ କ୍ଲିନିକ୍ ଭାବରେ ବ୍ୟବହାରରେ ଆଣିଲେ ।

ଡାକ୍ତର ସାହେବ୍ ସେହି ସମୟରେ ସ୍ବାସ୍ଥ୍ୟ ଦୁନିଆରେ ପ୍ରୟୋଗଶାଳା ଟେକନିକକୁ ଓହ୍ଲାଇଥିବା ପ୍ରଥମ ଡାକ୍ତର ଥିଲେ । ଡାକ୍ତର ଶାହ ନିଜ କାରବାର ସହିତ ଝିଅ ଅମିରା ଶାହଙ୍କୁ ଭଲ ଶିକ୍ଷା ଯୋଗାଇବାକୁ ନେଇ ସବୁବେଳେ ଜାଗ୍ରତ ଥିଲେ । ଅମୀରା ନିଜର ପରବର୍ତ୍ତୀ ପାଠପଢ଼ା ପାଇଁ ଆମେରିକା ଚାଲିଗଲେ ଏବଂ ଟେକ୍ସାସ ବିଶ୍ଵବିଦ୍ୟାଳୟରୁ ସ୍ନାତକ ହେବାପରେ ସେ ବହୁରାଷ୍ଟ୍ରୀୟ ଫର୍ମ ଗୋଲ୍ଡମ୍ୟାନ ଫାଉଣ୍ଡେସନ ସହିତ ନିଜ କ୍ୟାରିୟର ଆରମ୍ଭ କଲେ ।

ଅମିରା ଶାହ ସେଠାରେ କିଛି ବର୍ଷ କାମ କରିବାପରେ 2001 ରେ ଭାରତ ଫେରିଆସିଲେ । ସେହି ସମୟରେ ଦେଶ ଭିତରେ ସୂଚନା ପ୍ରଦ୍ୟୋଗିକ ଏବଂ ଟେକନିକ ବହୁତ୍ କମ୍ ଥିଲା । ଡାକ୍ତର ଶାହ ନିସନ୍ଦେହରେ କିଛି ଅଲଗା କରୁଥିଲେ, କିନ୍ତୁ ତାଙ୍କର ପ୍ରକ୍ରିୟା ପୁରୁଣା ହିଁ ଥିଲା । ଦକ୍ଷିଣ ମୁମ୍ବାଇରେ ଏହା ଏକମାତ୍ର ପ୍ରୟୋଗଶାଳା ଥିଲା ଏବଂ ଲୋକଙ୍କ ମଧ୍ୟରେ ଭରଷା ସ୍ଥାପନ କରିବାରେ ସଫଳ ହୋଇଥିଲା ।

ଡାକ୍ତର ଶାହଙ୍କର ଇଚ୍ଛା ଥିଲା ଯେ ପୁରା ଭାରତରେ ସେ ନିଜ ଲ୍ୟାବର ଗୋଟିଏ ଶୃଙ୍ଖଳା କରିବେ, କିନ୍ତୁ ତଳ ସ୍ତରରେ ଏହାର ବିସ୍ତାର କରିବାର ପ୍ରକ୍ରିୟା ସେ ବୁଝିପାରୁ ନଥିଲେ । ତାପରେ ଅମିରା ଶାହ ନିଜ ବାପାଙ୍କ ସ୍ବପ୍ନକୁ ପୁରା କରିବାକୁ ଇଚ୍ଛା କଲେ ଏବଂ ଡିଜିଟାଲ ସଂସାରର ସାଧନକୁ ବ୍ୟବହାର କରି ” ଡାକ୍ତର ସୁଶୀଲ ଶାହ ପ୍ରୟୋଗଶାଳା ” ନାମକୁ ବଦଳାଇ ” ମେଟ୍ରୋପୋଲିସ ହେଲ୍ଥ କେୟାର” ରଖିଲେ । ସମୟ ବଢିବା ସହିତ ସାରା ଦେଶରେ ମଧ୍ୟ ନିଜ ଲ୍ୟାବକୁ ବିସ୍ତାର କରି ଗୋଟିଏ ଶୃଙ୍ଖଳା ନିର୍ମାଣ କଲେ । କିଛି ବର୍ଷ ମଧ୍ୟରେ କମ୍ପାନୀ ଲୋକଙ୍କ ଭରଷା ଜିତିବାରେ ସଫଳ ହେଇଗଲା ।

ଯଦି ଆମେ ବର୍ତ୍ତମାନ ବିଷୟରେ କଥା ହେବା ତାହେଲେ ମେଟ୍ରୋପୋଲିସ ହେଲ୍ଥ କେୟାରର କାରବାର 25ରୁ ଅଧିକ ଦେଶରେ ବ୍ୟାପିଛି । କେବଳ ଏତିକି ନୁହେଁ, କମ୍ପାନୀ 4000 ରୁ ଅଧିକ ଲୋକଙ୍କୁ ଚାକିରି ଯୋଗାଇଛି । ଏହା ବିଶ୍ଵର ସବୁଠାରୁ ବଡ ପ୍ୟାଥୋଲୋଜି ଗୁଡ଼ିକ ମଧ୍ୟରୁ ଗୋଟିଏ ଅଟେ । ଏହିପରି ଅମିରା ଶାହ ନିଜ ବାପାଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ଛୋଟ ଲ୍ୟାବକୁ 3000 କୋଟି ଟଙ୍କାର ସାମ୍ରାଜ୍ୟରେ ବଦଳାଇ ଦେଲେ । ଆଜି ଅମିରା ଶାହ ବିଶ୍ଵର ସବୁଠାରୁ ପ୍ରଭାବଶାଳୀ ମହିଳା ଉଦ୍ୟୋଗୀଙ୍କ ଲିଷ୍ଟରେ ଯାଇଥାନ୍ତି ।

Leave A Reply

Your email address will not be published.