ପ୍ରଥମେ ବାହାରିଲା ଧୂଆଁ,ଆଉ ତାପରେ ହୁ ହୁ ହୋଇ ଜଳିବାକୁ ଲାଗିଲା OLA ଇଲେକ୍ଟ୍ରିକ ସ୍କୁଟର, କିଣିବାପାଇଁ ପ୍ଲାନ୍ କରୁଥିଲେ ଏହି ଭିଡ଼ିଓ ଦେଖନ୍ତୁ ନାହିଁ !

0

Get real time updates directly on you device, subscribe now.

Ola S1 Pro – ଓଲା ଏସ1 ପ୍ରୋ ଇଲେକ୍ଟ୍ରିକ ସ୍କୁଟର ଭାରତରେ ଦ୍ରୁତ ଗତିରେ ଭାରତରେ ଗ୍ରାହକମାନଙ୍କୁ ପସନ୍ଦ ହେଉଛି, ଏହି କଥା ଏହାର ବିକ୍ରି ଆକଳନ କହୁଛି । କିନ୍ତୁ ପୁଣେରେ ରେଜିଷ୍ଟର୍ଡ ଗୋଟିଏ Ola S1 Pro ରେ ନିଆଁ ଲାଗିଗଲା । ରାସ୍ତାକଡ଼ରେ ଠିଆ ହୋଇଥିବା ଏହି ସ୍କୁଟର ଦେଖୁ ଦେଖୁ ହୁ ହୁ ହୋଇ ଜଳିବାକୁ ଲାଗିଲା । ଏହି ଭିଡ଼ିଓରେ Ola S1 Pro ରୁ ପ୍ରଥମେ ଧୂଆଁ ବାହାରୁଛି ଏବଂ ତାପରେ ଛୋଟ ଧମାକା ସହିତ ଏଥିରେ ଭୟଙ୍କର ନୂଆଁ ଲାଗିଯାଏ । ଏହି ବିଷୟରେ ଓଲା କହିଛି ଯେ ବାହନ ମାଲିକଙ୍କ ସହିତ ତାଙ୍କର କଥାବାର୍ତ୍ତା ହୋଇଛି ଏବଂ ସେ ସଂପୂର୍ଣ୍ଣ ଭାବେ ଠିକ୍ ଅଛନ୍ତି ।

ଦେଖନ୍ତୁ ଭିଡିଓ :-

ଓଲା ଘଟଣା ଉପରେ ଦେଲା ଏହି ଜବାବ :-

ଏହି ଘଟଣାକୁ ନିଶ୍ଚିତ କରି ଓଲା ଇଲେକ୍ଟ୍ରିକ ଗୋଟିଏ ଷ୍ଟେଟମେଣ୍ଟ ଜାରି କରିଛି । ଯେଉଁଥିରେ ଲେଖାଯାଇଛି, ” ପୁଣେରେ ଆମର ଗୋଟିଏ ସ୍କୁଟର ଜଳିଯିବା କଥାର ମୁଖ୍ୟ କାରଣ ଜାଣିବାକୁ ଆମେ ଯାଞ୍ଚ କରୁଛୁ ଏବଂ ଶୀଘ୍ର ଆପଣମାନଙ୍କୁ ଏହାର ଅଧିକ ସୂଚନା ଯୋଗାଇ ଦିଆଯିବ । ଆମେ ଲଗାତାର ଭାବେ ଗ୍ରାହକଙ୍କ ଯୋଗାଯୋଗରେ ଅଛୁ ଏବଂ ସେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଛନ୍ତି । ବାହନର ସୁରକ୍ଷା ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଆମେ ନିଜ ପ୍ରଡକ୍ଟଗୁଡିକରେ ଭଲ କ୍ୱାଲିଟି ବ୍ୟବହାର କରିଥାଉ । ଆମେ ଏହି ଘଟଣାକୁ ଗଭୀର ଭାବେ ବୁଝୁଛୁ ଏବଂ ଆଗାମୀ କିଛି ଦିନ ମଧ୍ୟରେ ହିଁ ଆମେ ଆପଣଙ୍କୁ ଏହାର ଅଧିକ ସୂଚନା ଦେବୁ ।”

ଏହି ସ୍କୁଟରର ଆରମ୍ଭ ମୂଲ୍ୟ 1 ଲକ୍ଷ ଟଙ୍କା :-

କୁହାଯାଉଛି ଯେ Ola S1 ର ଆରମ୍ଭ ମୂଲ୍ୟ 1 ଲକ୍ଷ ଟଙ୍କା ଅଟେ, ଯାହା S1 Pro ପାଇଁ 1.30 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଥାଏ । ଓଲା ଇଲେକ୍ଟ୍ରିକ ଏହି ସ୍କୁଟରକୁ ଦୁଇଟି ଭାରିଆଣ୍ଟ – S1 ଏଵଂ S1 Pro ଭାବରେ ଲଞ୍ଚ କରିଛି । ଏଥିରେ S1 2.98 କିଲୋୱାଟ ବ୍ୟାଟେରୀ ପ୍ୟାକ ସହିତ ଆସିଥାଏ ଏବଂ S1 Pro 3.97 କିଲୋୱାଟ ବ୍ୟାଟେରୀ ପ୍ୟାକ୍ ସହିତ ଆସିଥାଏ ।

ଥରେ ଚାର୍ଜ କଲେ 180 କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ :-

S1 କୁ ଥରେ ଫୁଲ ଚାର୍ଜ କଲେ 120 କିଲୋମିଟର୍ ପର୍ଯ୍ୟନ୍ତ ଚଲାଯାଇପାରିବ ଏବଂ S1 Pro କୁ ଥରେ ଫୁଲ ଚାର୍ଜ କଲେ 180 କିଲୋମିଟର୍ ପର୍ଯ୍ୟନ୍ତ ଚଲାଯାଇପାରିବ । ଏହି ଦୁଇଟି ଯାକ ଇଲେକ୍ଟ୍ରିକ ସ୍କୁଟରର ମୂଲ୍ୟ ଅଲଗା ଅଲଗା ରାଜ୍ୟଗୁଡ଼ିକ ଦ୍ଵାରା ଦିଆଯାଇଥିବା ସବ୍ସିଡି ହିସାବରେ କମ୍ ହୋଇଥାଏ ।

Leave A Reply

Your email address will not be published.