ବଲିଉଡ୍‌ ଅଭିନେତ୍ରୀ ରେଖା ବାହା ନହୋଇ କାହିଁକି ପିନ୍ଧୁଛନ୍ତି ସିନ୍ଦୁର,ଜାଣନ୍ତୁ କାରଣ …….

0

Get real time updates directly on you device, subscribe now.

ବଲିଉଡର ଅନେକ ପ୍ରେମ କାହାଣୀ ପ୍ରାୟତଃ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ସେମାନଙ୍କ ମଧ୍ୟରୁ ଅମିତାଭ ବଚ୍ଚନ ଏବଂ ରେଖାଙ୍କର ପ୍ରେମ କାହାଣୀ ବହୁତ ନିଆରା ଅଟେ। ରେଖା କେବଳ ଭାରତରେ ନୁହେଁ ବରଂ ଭାରତ ବାହାରେ ମଧ୍ୟ ଜଣାଶୁଣା। ଦର୍ଶକଙ୍କୁ ଶହେରୁ ଅଧିକ ସୁପରହିଟ୍‌ ଚଳଚ୍ଚିତ୍ର ଭେଟି ଦେଇ ସେ ବର୍ତ୍ତମାନ ମଧ୍ୟ ସେମାନଙ୍କ ମନରେ ରାଜ୍ କରୁଛନ୍ତି। ବୟସ ୬୮ ଛୁଇଁଥିଲେ ମଧ୍ୟ ସେ ଆଜି ମଧ୍ୟ କୁଆଁରୀ ଅଛନ୍ତି। ଏହାରି ପଛରେ ତାଙ୍କର ନିଃସ୍ୱାର୍ଥପର ପ୍ରେମ ରହିଛି।

ବଲିଉଡ ବିଗବି ଅମିତାଭ ବଚ୍ଚନ ଓ ରେଖାଙ୍କର ଏହି ପ୍ରେମ କାହାଣୀ ଲୋକେ ଆଜି ମଧ୍ୟ ମନେରଖିଛନ୍ତି। ଏମିତି ଏକ ସମୟ ଥିଲା ଯେତେବେଳେ ବଡ ପରଦାରେ ସବୁଠାରୁ ଗ୍ଲାମର୍ସ ଅନ ସ୍କ୍ରିନ ଯୋଡି ମଧ୍ୟରୁ ଗୋଟିଏ ଥିଲା ଅମିତାଭ ଓ ରେଖାଙ୍କ ଯୋଡି। ବିଗ ବି ଓ ରେଖାଙ୍କ ଯୋଡି ଦର୍ଶକମାନଙ୍କୁ ବହୁତ ପସନ୍ଦ ଥିଲା।

ଉଭୟ ପରସ୍ପରକୁ ପ୍ରେମ କରୁଥିଲେ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇପାରିନଥିଲେ। ଅମିତାଭ ବଚ୍ଚନ ଜୟା ବଚ୍ଚନଙ୍କୁ ବିବାହ କରିଲେ ଓ ଘର ପରିବାର ସହିତ ଖୁସିରେ ଜୀବନ କାଟୁଛନ୍ତି। କିନ୍ତୁ ରେଖା ନିଜର ଜୀବନରେ ଏକା ରହିଗଲେ। ଆଜି ମଧ୍ୟ ରେଖା ଅମିତାଭର ପ୍ରଶଂସା କରନ୍ତି। ଆଜି ମଧ୍ୟ ଉଭୟଙ୍କ ସମ୍ପର୍କର ଆଦୌ ସମାଧାନ ହୋଇପାରିନାହିଁ।

ଏକା ଇଣ୍ଟରଭ୍ୟୁରେ ରେଖା କହିଥିଲେକି, “ମୋତେ ଲାଗୁଛି ମୁଁ କଣ ଚାହୁଁଚି ତାକୁ ନେଇ କାହାକୁ କିଛି ଫରକ ପଡିବ ନାହିଁ। ସେ ନାଁ ନ ନେଇ ଜୟା ବଚ୍ଚନଙ୍କୁ ଟାର୍ଗେଟ କରି କହିଥିଲେକି ଆଉ ଜଣେ ନିରୀହ ଭଳି ଅଛନ୍ତି। ଏସବୁ ଜାଣିବା ସତ୍ତ୍ୱେ ଗୋଟିଏ ଛାତ ତଳେ କିଭଳି ରହିପାରେ। ସେ ଭଲ ଭାବରେ ଜାଣିଛନ୍ତିଯେ ସେ ଆଉ ଜଣକୁ ଭଲପାଏ। ଆମେ ଯଦି ପରସ୍ପରକୁ ପ୍ରେମ କରୁଛୁ ତ କରୁଛୁ। ତାକୁ ନେଇ କିଏ କଣ ଭାବୁଛି ମୋତେ ସେଥିରୁ କିଛି ଫରକ ପଡ଼େ ନାହିଁ। ଅମିତାଭ ନିଜର ପତ୍ନୀ ଓ ପୁଅଝିଅଙ୍କ ସୁରକ୍ଷା ପାଇଁ ଏସବୁ କରୁଛନ୍ତି, ବହୁତ ଭଲ କଥା।”

ସେ କହିଛନ୍ତିକି ତାଙ୍କର କାହା ସହିତ କିଛି ମତଲବ ନାହିଁକି ତାଙ୍କୁ ଲୋକଙ୍କର କୋଉ କଥା ଚିନ୍ତିତ କରେ ନାହିଁ। ତାଙ୍କର ପ୍ରେମ ବର୍ତ୍ତମାନ ଯାଏଁ ସୀମିତ, ଏ କାହକୁ ଦେଖାଇବା ପାଇଁ ନୁହଁ ବୋଲି ରେଖା କହିଛନ୍ତି। ସେ ଅମିତାଭଙ୍କୁ ପ୍ରେମ କରନ୍ତି ଓ ଅମିତାଭ ତାଙ୍କୁ। ଲୋକେ କୁହନ୍ତି ବିଚାରି ରେଖା ପାଗଳ ଅଟନ୍ତି। କିନ୍ତୁ ଲୋକମାନଙ୍କ କଥାରେ ତାଙ୍କର କିଛି ଯାଏ ଆସେ ନାହିଁ ବୋଲି ସେ ଆହୁରି କହିଛନ୍ତି।

ଅମିତାଭଙ୍କୁ ବିବାହ ନ କରିଥିଲେ ମଧ୍ୟ ରେଖା ଆଜି ମଧ୍ୟ ମଥାରେ ସିନ୍ଦୁର ପିନ୍ଧୁଛନ୍ତି। ବିବାହିତ ମହିଳା ଯେଉଁପରି ଶୃଙ୍ଗାର କରନ୍ତି ଠିକ ସେହିପରି ସେ ମଧ୍ୟ କରନ୍ତି । ଲୋକେ କୁହନ୍ତିକି ସେ ତାଙ୍କ ପ୍ରେମ ଅର୍ଥାତ ଅମିତାଭ୍‌ଙ୍କ ନାଁରେ ସୁନ୍ଦୁର ପିନ୍ଧୁଛନ୍ତି। ପୂର୍ବରୁ ଦେଇଥିବା ଏକ ସାକ୍ଷାତକାରରେ ରେଖା କହିଛନ୍ତିକି, ତାଙ୍କୁ ଜଣେ ଭାରତୀୟ ବିବାହିତ ମହିଳାଙ୍କ ଭଳି ରହିବା ପାଇଁ ପସନ୍ଦ। ଏହାଛଡ଼ା ତାଙ୍କୁ ସାଢ଼ି ପିନ୍ଧିବା ଅଧିକ ପସନ୍ଦ ଥିବାରୁ ସିନ୍ଥି ତାଙ୍କର ଖାଲି ରହିଲେ ଭଲ ଲାଗିବ ନାହିଁ ବୋଲି ସେ କହିଛନ୍ତି। ସୁନ୍ଦରତା ବଢ଼ିବା ପାଇଁ ସେ ସିନ୍ଦୁର ପିନ୍ଧନ୍ତି ବୋଲି କହିଛନ୍ତି। ଅର୍ଥାତ କହିବାକୁ ଗଲେ ରେଖା ତାଙ୍କର ସୁନ୍ଦରତା ବଢ଼ାଇବା ପାଇଁ ସିନ୍ଦୁର ପିନ୍ଧନ୍ତି ବୋଲି ତାଙ୍କର ଏକ ବୟାନରେ କହିଛନ୍ତି।

Leave A Reply

Your email address will not be published.