ଧୀରେଧୀରେ ଖୋଲୁଛି ମାନସ ସ୍ୱାଇଁ ହତ୍ୟାକାଣ୍ଡର ଗୁମର ! ଶର୍ମିଷ୍ଠାଙ୍କ ଅଫିସ୍ ପଛପଟୁ ମିଳିଲା ଭାଏଗ୍ରା ଟ୍ୟାବଲେଟ୍ !

0

Get real time updates directly on you device, subscribe now.

ବହୁଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ୱାଇଁଙ୍କର ହତ୍ୟା ମାମଲାରେ ବର୍ତ୍ତମାନ ସମୟରେ ନୂଆ ନୂଆ ତଥ୍ୟ ସବୁ ସାମ୍ନାକୁ ଆସୁଅଛି। ଏହି ଘଟଣାର ମୁଖ୍ୟ ମାଷ୍ଟରମାଇଣ୍ଡ କୁହାଯାଉଥିବା ଶର୍ମିଷ୍ଠାଙ୍କୁ ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ଗିରଫ କରି ପାରିନାହିଁ। ଏହି ମାମଲାରେ ପୋଲିସ ଅନ୍ୟ ଦୁଇଜଣଙ୍କୁ ଅଟକ ରଖିଥିବା ସମୟରେ ଶର୍ମିଷ୍ଠାଙ୍କ ଅଫିସ ପଛପଟୁ ଭାଏଗ୍ରା ଓ ଅନ୍ୟ କିଛି ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି।

ସୂଚନା ଅନୁସାରେ ଭାଏଗ୍ରା ଏକ ଯୌନ ଉଦ୍ଦୀପକ ଔଷଧ ଅଟେ ଓ ଏହାକୁ ଯୌନ ସମ୍ବନ୍ଧ ସ୍ଥାପନ କରିବା ପୂର୍ବରୁ ବ୍ୟବହାର କରାଯାଇଥାଏ। ଶର୍ମିଷ୍ଠାଙ୍କ ଅଫିସ ପଛପଟ ଏଭଳି ସାମଗ୍ରୀ ମିଳିବା ପୋଲିସର ସନ୍ଦେହକୁ ଆହୁରି ଦୃଢ଼ୀବୁତ କରୁଛି। ସମ୍ପୃକ୍ତ ସ୍ଥାନରେ ଆଡଲ୍ଟ ଫିଲ୍ମ ସୁଟିଂ ଚାଲିଥିବ ବୋଲି ପୋଲିସ ସନ୍ଦେହ କରୁଛି।

ଏହିପରି ଚଳଚିତ୍ର ସେଠାରେ ସୁଟିଂ ଚାଲିଥିବା ସମୟରେ ମୃତ କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ଏହାକୁ ରେକର୍ଡ଼ କରୁଥିବା କୁହାଯାଉଛି। ଏଥିରେ ବ୍ୟବହୃତ ହୋଇଥିବା ଚିପ ପୋଲିସ ହାତରେ ଲାଗିନଥିବା ସମୟରେ ଏହାରି ପାଇଁ ହିଁ ମାନସ ସ୍ୱାଇଁଙ୍କୁ ହତ୍ୟା କରାଯାଇଥିବ ବୋଲି ପୋଲିସ ଅନୁମାନ କରୁଛି। ଅନ୍ୟପକ୍ଷରେ ସୂଚନା ଓ ଲୋକସଂପର୍କ ବିଭାଗର ଅବସରପ୍ରାପ୍ତ ଅଧିକାରୀ ନିରଞ୍ଜନ ସେଠୀ ଏବଂ ରାଜ କମ୍ୟୁନିକେସନର ମାଲିକ ରଞ୍ଜନ ନାୟକଙ୍କୁ ମଧ୍ୟ ଚାନ୍ଦବାଲି ପୋଲିସ ଗିରଫ କରିଛି ବୋଲି ଜଣାପଡିଛି।

Leave A Reply

Your email address will not be published.