Licence କୁ ନେଇ ଆସିଲା ବଡ ଖବର, ପରିବହନ ବିଭାଗ ନେଲା ବଡ ନିଷ୍ପତ୍ତି

0

Get real time updates directly on you device, subscribe now.

ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାଶ ଗେହଲଟ ମାର୍ଚ୍ଚ ୩୧ ତାରିଖରେ ସମାପ୍ତ ହେଉଥିବା ଲର୍ନର ଡ୍ରାଇଭିଙ୍ଗ ଲାଇସେନ୍ସର ବୈଧତାକୁ ଦୁଇ ମାସ ପାଇଁ ବଢ଼ାଇ ୩୧ ମଇ ୨୦୨୨ ପର୍ଯ୍ୟନ୍ତ କରିଦେଇଛି। ସେ କହିଛନ୍ତିକି ଲୋକମାନଙ୍କ ପାଇଁ ନିଜର ଲର୍ନର ଲାଇସେନ୍ସ ରିନ୍ୟୁ କରିବା ପାଇଁ ଏହା ଶେଷ ସୁଯୋଗ ଅଟେ।

ଗେହଲଟ ଆଗକୁ ଟ୍ଵିଟ କରି କହିଛନ୍ତିଯେ ‘ଯେଉଁ ଲର୍ନର୍ସ ଲାଇସେନ୍ସର ବୈଧତା ୩୧ ମାର୍ଚ୍ଚ ସୁଦ୍ଧା ସମାପ୍ତ ହେଉଛି ସେମାନଙ୍କ ପାଇଁ ଏହି ଅବଧିକୁ ୨ ମାସ ଅର୍ଥାତ ୩୧ ମଇ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। କାରଣ ଡ୍ରାଇଭିଙ୍ଗ ସ୍କିଲ ଟେଷ୍ଟ ଏବଂ ଟେଷ୍ଟ ପାଇଁ ନୂଆ ନିଯୁକ୍ତିକୁ ଡିଡିଏମଏଙ୍କ ଦିଶା ନିର୍ଦ୍ଦେଶରେ ଅନୁପାଳନରେ ନିଲମ୍ବିତ କରିଦିଆଯାଇଥିଲା।

ଦିଲ୍ଲୀ ସରକାରଙ୍କର ପରିବହନ ବିଭାଗ ଲର୍ନିଙ୍ଗ ଡ୍ରାଇଭିଙ୍ଗ ଲାଇସେନ୍ସ ଧାରକମାନଙ୍କୁ ବଡ ଆସ୍ୱସ୍ତି ଦେଇ ୩୧ ମାର୍ଚ୍ଚ ସୁଦ୍ଧା ଶେଷ ହେଉଥିବା ଲାର୍ନିଙ୍ଗ ଡ୍ରାଇଭିଙ୍ଗ ଲାଇସେନ୍ସର ଅବଧିକୁ ବଢ଼ାଇ ଦେଇ ୩୧ ମଇ ୨୦୨୨ ପର୍ଯ୍ୟନ୍ତ ମାନ୍ୟ କରିଦେଇଛନ୍ତି। ଏହାପୂର୍ବରୁ ମଧ୍ୟ ଡ୍ରାଇଭିଙ୍ଗ ଲାଇସେନ୍ସର ବୈଧତାକୁ ଆହୁରି ବୃଦ୍ଧି କରାଯାଇଥିଲା। ଯେଉଁ ଲାଇସେନ୍ସର ବୈଧତା ୧ ଫେବୃୟାରୀ ୨୦୨୦ ଠାରୁ ୩୧ ଜାନୁଆରୀ ୨୦୨୨ ଭିତରେ ସମାପ୍ତ ହେଉଅଛି ସେମାନଙ୍କର ବୈଧତାକୁ ବର୍ତ୍ତମାନ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ମାନ୍ୟ କରିଦିଆ ଯାଇଥିଲା।

Leave A Reply

Your email address will not be published.