ଖରାଦିନ ଆରମ୍ଭ ହେଲା,ମାତ୍ର 10,000 ବିନିମୟ କରି କରନ୍ତୁ ଏହି ବିଜନେସ, ହେବ ଜବରଦସ୍ତ ରୋଜଗାର

0

Get real time updates directly on you device, subscribe now.

ଯଦି ଆପଣ ଏମିତି ଏକ ବିଜନେସ ଖୋଜୁଛନ୍ତି ଯେଉଁଥିରେ କମ ନିବେଶ ସହିତ ଜବରଦସ୍ତ ରୋଜଗାର ହୋଇଥାଏ ତାହେଲେ ଏହି ନ୍ୟୁଜ କେବଳ ଆପଣଙ୍କ ପାଇଁ, ଏଥିରେ କ୍ଷତି ବିଲକୁଲ ହୋଇନଥାଏ। ପ୍ରତ୍ୟକ ମାସରେ ଏହି ଜିନିଷର ଆବଶ୍ୟକତା ପଡ଼ିଥାଏ। ଏହାକୁ ମାତ୍ର 10,000 ଟଙ୍କା ବିନିଯୋଗ କରି ଆରମ୍ଭ କରିପାରିବେ। ଆଜ୍ଞା ହଁ ଆମେ ଆଇସକ୍ରିମ ପାର୍ଲର କଥା କହୁଛୁ। ଗରମ ଦିନରେ ଲୋକମାନେ Ice cream କୁ ନିହାତି ରୂପରେ ଖୋଜିବେ। ଖରାଦିନ ସହିତ ପ୍ରାୟ ସମସ୍ତ ସିଜିନରେ ମଧ୍ୟ Ice cream ବିକ୍ରି ହୋଇଥାଏ।

କେମିତି ଆରମ୍ଭ କରିବେ ?:-

ଏହି ବିଜନେସ ଆରମ୍ଭ କରିବାପାଇଁ ଆପଣଙ୍କ ପାଖରେ ଏକ ଫ୍ରିଜର ରହିଥିବା ଆବଶ୍ୟକ। ଆପଣ ନିଜ ଘରେ ନଚେତ କେଉଁଠି ଭଡ଼ାଘର ନେଇ ଏହାକୁ ଆରମ୍ଭ କରିପାରିବେ। ଏହାସହ 400 ରୁ 500 ସ୍କୋୟାର ଫୁଟର କୌଣସି ବି କାର୍ପେଟ ଏରିଆ ଏହି ବିଜନେସ ଆରମ୍ଭ କରିବାପାଇଁ ସଠିକ ହେବ। ଏଥିରେ ଆପଣ 5 ରୁ 10 ଜଣ ଲୋକଙ୍କ ବସିବା ବ୍ୟବସ୍ଥା ମଧ୍ୟ କରିପାରିବେ। ଯଦି ଆପଣଙ୍କ ବିଜେନେସ ଭଲ ଚାଲିଲା ତାହେଲେ ଏହାକୁ ଆଗକୁ ବଢ଼ାଇବା ପାଇଁ ଆପଣ ଭାବିପାରିବେ।

ଟ୍ରେଡ଼ ବଡ଼ି FICCI ଙ୍କ କହିବା ହେଲା 2022 ସୁଦ୍ଧା ଆଇସକ୍ରିମର କାରବାର ଏକ ଆରବ ଡ଼ଲାର ପାର ହୋଇଯିବ। FSSAI ପାଖରୁ ଆପଣଙ୍କୁ ଲାଇସେନ୍ସ ମଧ୍ୟ ନେବା ଜରୁରୀ ଅଟେ। ଏହା 15 ନମ୍ବର ବିଶିଷ୍ଟ ଏକ ରେଜିଷ୍ଟ୍ରେସନ ନମ୍ବର ହୋଇଥାଏ। FSSAI ଏହା ନିର୍ଧାରଣ କରିଥାଏ କି, ଏଠାରେ ବନାଯାଉଥିବା ଖାଦ୍ୟ ଜିନିଷ ବହୁତ ଉପଯୋଗୀ ଅଟେ।

ଆଇସକ୍ରିମ ବିଜନେସ ଆରମ୍ଭ କରିବାପାଇଁ ଆପଣ ଅମୂଲ ଆଇସକ୍ରିମ ଫ୍ରାଞ୍ଚାଇଜ ମଧ୍ୟ ନେଇପାରିବେ। ଏଥିପାଇଁ ଅତିକମରେ 300 ସ୍କୋୟାରଫୁଟ ଜାଗା ଦରକାର ହେବ। ଯଦି ଆପଣଙ୍କ ପାଖରେ ଏତିକି ଜାଗା ଅଛି ତାହେଲେ ଫ୍ରାଞ୍ଚାଇଜ ଆପ୍ଲାଏ କରିବାପାଇଁ [email protected] ରେ ଇମେଲ କରନ୍ତୁ। ଏହାବ୍ୟତୀତ ଏହି ଲିଙ୍କ http://amul.com/m/amul scooping parlours କୁ ଯାଇ ଡ଼ିଟେଲସ ନେଇପାରିବେ।

Leave A Reply

Your email address will not be published.