ସିଜିନ ଆରମ୍ଭ ପୂର୍ବରୁ ଆମ୍ବକୁ ମିଳିଲା ଜେଡ଼ ପ୍ଲସ ସୁରକ୍ଷା, ଛିଣ୍ଡାଇବା ତ ଦୂରର କଥା ପାଖକୁ ମଧ୍ୟ ଯାଇ ପାରିବନାହିଁ

0

Get real time updates directly on you device, subscribe now.

ଖରାଦିନ ଆସିଲାଣି, ଏମିତିରେ ଫଳ ଭିତରେ ରାଜା କୁହାଯାଉଥିବା ଫଳ ଆମ୍ବକୁ କିଏ ବା ଭୁଲି ପାରିବ ! ଗରମ ଦିନ ଆସିବା କ୍ଷଣୀ ଲୋକେ ଚାତକ ପରି ଆମ୍ବକୁ ଚାହିଁ ରହିଥାନ୍ତି। ଲୋକମାନେ ବଜାରରୁ ଆମ୍ବ କିଣିବାରେ ବ୍ୟସ୍ତ ରହିବାବେଳେ କିଛି ଲୋକ ନିଜ ଘରେ ଆମ୍ବ ଗଛ ଲଗାନ୍ତି। କାରଣ ଗରମରେ ଯେପରି ଲୋକମାନେ ଏହି ରସଭରା ଆମ୍ବ ଖାଇବାର ମଜା ନେଇପାରିବେ।

ଜେଡ଼ ପ୍ଲସ ସୁରକ୍ଷା ଭିତରେ ରହିଛି ଆମ୍ବ:-

ଏମିତିରେ ଯେଉଁ ଲୋକମାନେ ନିଜ ଘର କିମ୍ବା ବଗିଚାରେ ଆମ୍ବ ଗଛ ଲଗାଇଥାନ୍ତି ସେମାନେ ଏହାର ସୁରକ୍ଷା ପାଇଁ ନିଜେ ଚୌକିଦାର ହୋଇଯାଇଥାନ୍ତି। ଯଦି ରାସ୍ତାରେ କେହି ଯାଉଥାଏ ଓ ତା’ ନଜର ଏହି ଆମ୍ବ ଗଛ ଉପରେ ପଡ଼େ ତାହେଲେ କେମିତି ସେ ରହିପାରିବ। ଏଥିପାଇଁ ଲୋକେ ଆମ୍ବ ଗଛରେ ଆମ୍ବ ଫଳିବା ପରେ ଏହାର ସୁରକ୍ଷା କରିବାକୁ ମଧ୍ୟ ଲାଗିଯାଆନ୍ତି।

କିଛି ଏମିତି ହିଁ ଏଠାରେ ଦେଖିବାକୁ ମିଳିଛି। ଏଠାରେ ଗଛରେ ଲୋକେ ଆମ୍ବକୁ ଜେଡ଼ ପ୍ଲସ ସୁରକ୍ଷା ଦେଉଛନ୍ତି। ଆପଣ ଭାବୁଥିବେ ଯେଉଁ ସୁରକ୍ଷା ବଡ଼ ବଡ଼ ନେତା ମାନଙ୍କୁ ଦିଆଯାଇଥାଏ ସେମିତି ସୁରକ୍ଷା ଏକ ଆମ୍ବ ଗଛକୁ କେମିତି ? ଜଣାଇଦେଉଛୁ କି, ଏହା କୌଣସି ସାଧାରଣ ସୁରକ୍ଷା ନୁହେଁ ବରଂ ଲୋକମାନେ ଏହା ପାଖକୁ ମଧ୍ୟ ଯିବାକୁ ଡରିଥାଆନ୍ତି।

ଜେଡ଼ ପ୍ଲସ ସୁରକ୍ଷାକୁ ଭେଦ କରିବା ସହଜ ନୁହେଁ:-

ଲୋକମାନେ ଟେକା ମାରି ଆମ୍ବ ଝଡ଼ାଇବାକୁ ମଧ୍ୟ ଭୟ କରିବେ। ଆପଣ ମଧ୍ୟ ସୋସିଆଲ ମିଡ଼ିଆରେ ଏହିପରି ଫୋଟୋ ଦେଖିଥିବେ। ଯେଉଁଠି ଏକ ଆମ୍ବ ଗଛକୁ ଜେଡ଼ ପ୍ଲସ ସିକ୍ୟୁରିଟି ପ୍ରଦାନ କରାଯାଇଛି। ଏହି ଜେଡ଼ ପ୍ଲସ ସିକ୍ୟୁରିଟିକୁ ଭେଦ କରିବା ସହଜ ନୁହେଁ।

ଆପଣ ଫୋଟୋରେ ଦେଖିପାରିବେ ଏହାର ସୁରକ୍ଷା ଅନ୍ୟ କେହି ନୁହେଁ ବରଂ ମହୁମାଛିଙ୍କ ଗୋଷ୍ଠୀ କରୁଛି। ମଧୁମାଛିଙ୍କ ବିଷୟରେ ତ ଆପଣ ନିଶ୍ଚିତ ରୂପରେ ଜାଣିଥିବେ। ଏମିତିରେ ମଧୁମାଛିଙ୍କ ବସାକୁ ପଥର ମାରି ଆମ୍ବ ଛିଣ୍ଡାଇବା ଆପଣଙ୍କୁ ମହଙ୍ଗା ପଡ଼ିବ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ମହୁମାଛିଙ୍କ ଏହି ବସାକୁ ଆପଣ ଦେଖିପାରୁଥିବେ।

କ୍ୟାପ୍ସନ- ସିଜିନର ପ୍ରଥମ ଆମ୍ବ ଜେଡ଼ ପ୍ଲସ ସୁରକ୍ଷା ସହିତ:-

ସୋସିଆଲ ମିଡ଼ିଆରେ ଭାଇରାଲ ଏହି ଫୋଟୋ ସହିତ କ୍ୟାପ୍ସନରେ ଲେଖାହୋଇଛି କି, ସିଜିନର ପ୍ରଥମ ଆମ୍ବ ତାହା ବି ଜେଡ଼ ସିକ୍ୟୁରିଟି ସହିତ ଲୋକମାନେ ଏହି ଫୋଟୋକୁ ଦେଖିବାପରେ ଆମ୍ବକୁ ଖାଇବା ପାଇଁ ନିଜର ଜିଭ ବୁଲାଉଛନ୍ତି। ଜେଡ଼ ପ୍ଲସ ସୁରକ୍ଷା କାରଣରୁ ଲୋକମାନେ ଏହାକୁ ଖାଇବା ତ ଦୂରର କଥା ଏହା ପାଖକୁ ଯିବାକୁ ଭୟ କରୁଛନ୍ତି।

Leave A Reply

Your email address will not be published.