ଝିଅର ପଠାପଢ଼ା ଓ ବିବାହ ଚିନ୍ତା ଖତମ, PNB ଦେଉଛି ପୁରା 15 ଲକ୍ଷ ଟଙ୍କା। ଜାଣନ୍ତୁ କେମିତି ପାଇବେ !

0

Get real time updates directly on you device, subscribe now.

ଦେଶରେ ଏବେବି ଏମିତି ଲୋକ ଅଛନ୍ତି ଯିଏକି ଝିଅ ଜନ୍ମ ହେବା କାରଣରୁ ମନ ଊଣା କରୁଛନ୍ତି, ତାଙ୍କୁ ଭଲ ଶିକ୍ଷା ମଧ୍ୟ ଦେଇପାରନ୍ତି ନାହିଁ। ବୟସ ହେବାପୂର୍ବରୁ ବିବାହ କରାଇ ଦେଇ ବହୁତ ଜୀବନ ନଷ୍ଟ କରିଦିଅନ୍ତି। ଏହାର ଗୋଟିଏ କାରଣ ହେଉଛି ଟଙ୍କା ସଠିକ ସମୟରେ ଟଙ୍କା ନଥିବାରୁ ସେମାନେ ଝିଅର ବିବାହ ସଠିକ ଜାଗାରେ କରି ପାରନ୍ତିନାହିଁ।

ଏମିତି ସମୟରେ ଆପଣ ମାନଙ୍କୁ ଚିନ୍ତା କରିବାର ଆବଶ୍ୟକ ନାହିଁ। କାରଣ ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଭିତରୁ ଗୋଟିଏ ବ୍ୟାଙ୍କ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଆପଣଙ୍କୁ ଅଫର ଦେଉଛି। ଯାହାଦ୍ୱାରା ଆପଣ ନିଜ ଝିଅ ପାଇଁ ପୁରା 15 ଲକ୍ଷର ଫଣ୍ଡ ବନାଇ ପାରିବେ। PNB ଆପଣଙ୍କୁ ସୁକନ୍ୟା ସମୃଦ୍ଧି ଖାତା ଖୋଲିବାକୁ ସୁଯୋଗ ଦେଉଛି। PNB ଆପଣଙ୍କୁ ଜଣାଉଛି କି, ନିଜ କୁନି ଝିଅ ପାଇଁ ଏକ ବଡ଼ ରାଶି ସଞ୍ଚୟ କରନ୍ତୁ।

ଆପଣ ସୁକନ୍ୟା ସମୃଦ୍ଧି ଖାତାରେ ମିନିମମ ମାସିକ 250 ଟଙ୍କା ରଖି ବଡ଼ ଆମଉଣ୍ଟ ବନାଇ ପାରିବେ। ବର୍ତ୍ତମାନ ସମୟରେ ଏହି ସ୍କିମରେ 7.6 ପ୍ରତିଶତ ଚକ୍ରବର୍ତ୍ତୀ ସୁଧ ମିଳିବାରେ ଲାଗିଛି। ଏହି ସ୍କିମର ସୁଧକୁ ସରକାର 3 ମାସରେ ଥରେ ରିଭାଇଜ କରିଥାଆନ୍ତି। ଆପଣ ଏଥିରେ ମିନିମମ 250 ଟଙ୍କା ଓ ସର୍ବାଧିକ 150,000 ନିବେଶ କରିପାରିବେ।

ଏହାର ସବୁଠାରୁ ଭଲ କଥା ହେଲା ଆପଣଙ୍କୁ 21 ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡିନଥାଏ। ଆକାଉଣ୍ଟ ଖୋଲିବା ଠାରୁ 15 ବର୍ଷ ପର୍ଯ୍ୟନ୍ତ ଆପଣଙ୍କୁ ଡିପୋଜିଟ କରିବାକୁ ହେବ, ଝିଅକୁ 21 ବର୍ଷ ହେବା ପର୍ଯ୍ୟନ୍ତ ଏଥିରେ ସୁଧ ଆପଣଙ୍କୁ ମିଳୁଥିବ। ଯଦି ଆପଣ ଏହି ସ୍କିମରେ ମାସିକ 3 ହଜାର ନିବେଶ କରୁଛନ୍ତି ତାହେଲେ ବାର୍ଷିକ 36 ହଜାର ଟଙ୍କା ଓ 7.6 ପ୍ରତିଶତ ଚକ୍ରବର୍ତ୍ତୀ ସୁଧର ଫାଇଦା ମଧ୍ୟ ପାଇପାରିବେ। ଏହିପରି ଭାବରେ ମ୍ୟାଚୁରିଟି ସମୟରେ ଆପଣ 15,22,221 ଟଙ୍କା ପାଇପାରିବେ। ଏହି ଖାତା ବିଷୟରେ ଅଧିକ ସୂଚନା ପାଇଁ https://tinyurl.com/2euz3378 କୁ ଭିଜିଟ କରନ୍ତୁ।

Leave A Reply

Your email address will not be published.