ସଲମାନ ଖାଁ ମୋତେ ହ-ତ୍ୟା କରିବା ପାଇଁ ୫୦ କୋଟିର ସୁପାରୀ ଦେଇଛନ୍ତି : କେଆରକେ

0

Get real time updates directly on you device, subscribe now.

ବଲିଉଡର ଦବଙ୍ଗ ସଲମାନ ଖାନ ମୋତେ ମାରିବା ପାଇଁ ସୁପାରୀ ଦେଇଛନ୍ତି। ପାଖାପାଖି ୫୦କୋଟି ଟଙ୍କାର ସୁପାରୀ ଦିଆଯାଇଛି। ବିଭିନ୍ନ ଫିଲ୍ମକୁ ନେଇ ଏହି ବିବାଦୀୟ ବୟାନ ଦେଉଥିବା କମାଲ ରଶିଦ ଖାନ୍ ବର୍ତ୍ତମାନ ଏଭଳି ଦାବି କରିଛନ୍ତି। ବଲିଉଡର ଅଭିନେତା ସଲମାନ ଖାନଙ୍କ ଉପରେ ସେ ବର୍ତ୍ତମାନ ଏଭଳି ସଙ୍ଗୀନ ଅଭିଯୋଗ ସବୁ ଲଗାଇଛନ୍ତି।

ଏକାଧିକ ଟୁଇଟ କରି କମାଲ ରଶିଦ ଖାନ ଏହାକୁ ପ୍ରକାଶ କରିଛନ୍ତି। ତାଙ୍କ ଟ୍ୱିଟ ଅନୁସାରେ, ଜଣେ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୟଙ୍କଠାରୁ ସେ ଏହି ବିଷୟରେ ସୂଚନା ପାଇଛନ୍ତି। ସଞ୍ଜୟ, କମାଲଙ୍କର ଅନେକ ଗୁମର ବିଷୟରେ ଜଣାଇଥିବା ସହ ତାଙ୍କ ନିକଟରେ ଥିବା ପେନ ଡ୍ରାଇଭରେ ତାଙ୍କର ସମ୍ବେଦନଶୀଳ ରେକର୍ଡିଂକୁ ଥିବା ଦାବି କରିଛନ୍ତି। କିନ୍ତୁ ଏହି ପେନ ଡ୍ରାଇଭ ଦେବା ପାଇଁ କମାଲଙ୍କୁ ସଞ୍ଜୟ ୧୦ଲକ୍ଷ ଟଙ୍କା ଦେବା ପାଇଁ କହିଛନ୍ତି।

କମାଲଙ୍କ କହିବା ଅନୁସାରେ, ସଲମାନ ଖାନ ତାଙ୍କୁ ହତ୍ୟା କରିବା ପାଇଁ ମୁମ୍ବାଇ ଏବଂ ଦିଲ୍ଲୀ ପୁଲିସକୁ ୫୦କୋଟି ଟଙ୍କା ଦେଇଛନ୍ତି। ଏଥିରେ ଅନେକ ମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି। ତେଣୁ ଯେତେବେଳେ ମୁଁ ଭାରତ ଆସିବି, ସେତେବେଳେ ମୋତେ ହତ୍ୟା କରାଯିବ। ପେନ ଡ୍ରାଇଭରେ ସଲମାନ ଖାନ, ଅନେକ ମନ୍ତ୍ରୀ ଏବଂ ପୋଲିସ କର୍ମଚାରୀଙ୍କର ରେକର୍ଡିଂ ଅଛି ବୋଲି ସଞ୍ଜୟ ଦାବି କରିଛନ୍ତି।

କମାଲ ଦିଲ୍ଲୀ ଏବଂ ମୁମ୍ବାଇ ପୋଲିସକୁ ଟ୍ବିଟରେ ଟ୍ୟାଗ୍ କରି କହିଛନ୍ତିଯେ ତାଙ୍କୁ ପ୍ରଥମେ ଏକ ମେଲ ଆସିଥିଲା ଏବଂ ଯୁବକଜଣକ ନିଜକୁ ମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ବୋଲି କହିଥିଲେ। ମେଲରେ ଦିଆଯାଇଥିବା ଏହି ନମ୍ବରକୁ ଫୋନ କରିବା ପରେ ମୋତେ ସେ ଅନ୍ୟ ଏକ ନମ୍ବରରୁ ହ୍ବାଟସଆପ କରି ମୋ ସହିତ ଜଡ଼ିତ ରେକର୍ଡିଂ ତାଙ୍କ ନିକଟରେ ଅଛି ବୋଲି କହିଥିଲେ।

Leave A Reply

Your email address will not be published.