ୟୁକ୍ରେନ ଯୁଦ୍ଧରେ ପୁତିନଙ୍କ ଜୀବନରେ ଆସିଲା ଭୂମିକମ୍ପ, ଝିଅର ବ୍ରେକଅପ ହେବାସହ ଗାର୍ଲଫ୍ରେଣ୍ଡଙ୍କ ଏହି ପରିସ୍ଥିତି

0

Get real time updates directly on you device, subscribe now.

ରୁଷ ଓ ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧରେ ୟୁକ୍ରେନର ବହୁତ ବର୍ବାଦ ହେବାରେ ଲାଗିଛି। କିନ୍ତୁ ବର୍ବାଦୀର କାରଣ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଜୀବନରେ ଆସିଛି। ରୁଷର ନିର୍ବାଚିତ ଖୋଜି ପତ୍ରକାର ସରଗେଇ କେନେବଙ୍କ ଅନୁସାରେ ଭ୍ଲାଦିମିର ପୁତିନଙ୍କ ସଭା ବଡ଼ ଝିଅ ମାରିଆ ବୋରୋତସ୍ବବା (36) ଙ୍କର ଛାଡ଼ପତ୍ର ହୋଇଯାଇଛି। ସେହିପରି ରାଷ୍ଟ୍ରପତି ପୁତିନଙ୍କ ଗାର୍ଲଫ୍ରେଣ୍ଡ ଅଲିନା କବାଇବାଙ୍କ ଜୀବନରେ ମଧ୍ୟ ଉଥାନ ପତନ ଲାଗି ରହିଛି।

ପୁତିନଙ୍କ ଝିଅର ହେଲା ଛାଡ଼ପତ୍ର:-

ପୁତିନଙ୍କ ଝିଅ ଡ଼କ୍ଟର ମାରିଆ ବୋରତସ୍ୱବା ଦୁର୍ଲଭ ଆନୁବଂଶିକ ରୋଗର ସ୍ପେଶାଲିଷ୍ଟ ଡ଼କ୍ଟର ଅଟନ୍ତି। ଖୋଜି ଆଉଟଲେଟ ଦ ଇଂସାଇଡର ନିର୍ବାସିତ ସଂପାଦକ ରୋମାନ ଡୋବ୍ରୋଖୋତବଙ୍କ ମୁତାବିକମାରିଆଙ୍କ ନିଜର ଡଚ ବ୍ୟବସାୟୀ ପତି ଜୋରିଟ ଫାସେନଙ୍କ ସହିତ ଛାଡ଼ପତ୍ର ହୋଇଯାଇଛି। ଏହି ଛାଡ଼ପତ୍ରର ନିଷ୍ପତି ପୁତିନଙ୍କର ୟୁକ୍ରେନ ଉପରେ ଯୁଦ୍ଧ କରିବାର ଫଇସଲା ବୋଲି କୁହାଯାଉଛି। ଏହାର କାରଣ କିନ୍ତୁ ସ୍ପଷ୍ଟ ହୋଇ ପାରିନାହିଁ।

ମାରିଆ ଙ୍କର ଏକ ସନ୍ତାନ ମଧ୍ୟ ରହିଛନ୍ତି। ପୁତିନ କିନ୍ତୁ କେବେବି ନିଜ ଝିଅ ଓ ନାତି ମାନଙ୍କ ସହିତ ପବ୍ଲିକକୁ ଆସି ନାହାଁନ୍ତି। ସେ କେବେବି ତାଙ୍କ ବିଷୟରେ କିଛି କହି ନାହାଁନ୍ତି। ପୁତିନଙ୍କ ଜ୍ବାଇଁ ରୁଷ ରେ ମଧ୍ୟ ନିବେଶ କରି ରଖିଛନ୍ତି। ସେହିପରି ପୁତିନଙ୍କ ଝିଅ ଡ଼କ୍ଟର ମାରିଆ ନିଜ ନାମ ଆଗରେ ନିଜ ଜେଜେମାଆଙ୍କ ଉପନାମ ବୋରତସ୍ୱବା ୟୁଜ କରିଥାଆନ୍ତି। ସେ ରୁଷର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏଣ୍ଡକ୍ରିନୋଲୋଜିର ରାଷ୍ଟ୍ରୀୟ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ରର ଏକ ମୂଖ୍ୟ ରିସର୍ଚ୍ଚର ଅଟନ୍ତି।

ପୁତିନଙ୍କ ଗାର୍ଲଫ୍ରେଣ୍ଡଙ୍କ ଜୀବନରେ ଆସିଲା ଭୂମିକମ୍ପ:-

ସେହିପରି ଅନ୍ୟ ପଟରେ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ କଥିତ ଗାର୍ଲଫ୍ରେଣ୍ଡ ଏଲିନା କବାଇବା ଙ୍କ ଜୀବନରେ ଭୂକମ୍ପ ଆସିଛି। ତାଙ୍କୁ ସ୍ୱିଜରଲାଣ୍ଡରୁ ବାହାରକୁ ଯିବାପାଇଁ କୁହାଯାଉଛି। ଏଲିନା ରୁଷ ର ପୂର୍ବତନ ଜିମ୍ନାଷ୍ଟିକ ଖେଳାଳି ଓ ଅଲମ୍ପିକ ମଡେଲ ବିଜେତା ଆଥଲେଟ ଅଟନ୍ତି। ସେ ବିଗତ କିଛି ସମୟ ହେବ କୁଆଡ଼େ ଗାୟବ ରହିଛନ୍ତି। କୁହାଯାଉଛି ସେ ସ୍ୱିଜରଲାଣ୍ଡର ମାଉଁଣ୍ଟେନ ବୋଥଲରେ ରହୁଛନ୍ତି।

ରାଷ୍ଟ୍ରପତି ପୁତିନ ଓ ଏଲିନା କବାଇବାଙ୍କର କଥିତ ରୂପରେ ଦୁଇଟି ପୁଅ ଓ ଦୁଇଟି ଝିଅ ଅଛନ୍ତି। ଏହାର କୌଣସି ପୁଷ୍ଟି ହୋଇନାହିଁ। ପୁତିନ ଏହାପରେ ନିଜର କଥିତ ପ୍ରେମିକାଙ୍କୁ ନେଇ ପବ୍ଲିକରେ ଆଲୋଚନା କରିନାହାନ୍ତି। ଆଲୋଚକଙ୍କ ଆରୋପ ଏହାକି ଯେ ବର୍ତ୍ତମାନ ଯୁଦ୍ଧ ପରେ ସ୍ୱିଜରଲାଣ୍ଡ ପୁତିନଙ୍କ ଶାସନର ଏକ ସହଯୋଗୀ ହୋଇ ରହିଛି।

ଏଲିନାଙ୍କୁ ଶେଷଥର 2018 ମସିହାରେ ଦେଖାଯାଇଥିଲା।ଯେତେବେଳେ ସେ ପ୍ରେଗନାଣ୍ଟ ଥିଲେ। ଏହାପରେ ତାଙ୍କୁ ନେଇ କୌଣସି ଖାଆସ ସୂଚନା ମିଳିନାହିଁ। ମାନା ଯାଉଛି ସେ ଏକ ସିକ୍ରେଟ ଲାଇଫ ଅତିବାହିତ କରୁଛନ୍ତି। କିନ୍ତୁ ପୁତିନ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ତାଙ୍କର ମୁସ୍କିଲ ଆହୁରି ବଢ଼ି ଯାଇଛି।

ଏହି କାରଣ ପାଇଁ ପତ୍ନୀ ଦେଇଥିଲେ ଛାଡପତ୍ର:-

ପୁତିନଙ୍କର ପୂର୍ବରୁ ଛାଡ଼ପତ୍ର ହୋଇସାରିଛି। ସେ ଏୟାର ହୋଷ୍ଟେସ ଲିୟୁଦମିଲା ପୁତିନଙ୍କ ସହ ବିବାହ କରିଥିଲେ। ଦୀର୍ଘ 30 ବର୍ଷର ବୈବାହିକ ଜୀବନ ପରେ ସେମାନଙ୍କର ଛାଡ଼ପତ୍ର ହୋଇଯାଇଥିଲା। ଛାଡ଼ପତ୍ରର କାରଣ କହି ଲିୟୁଦମିଲା କୁହନ୍ତି କି, ଆମେ ଏଥିପାଇଁ ଅଲଗା ହେଲୁ କାରଣ ଆମେ ମୁସ୍କିଲରେ ଜଣେ ଆଉଜଣଙ୍କ ଚେହେରା ଦେଖୁଥିଲୁ। ପୁତିନ ନିଜ କାମରେ ବ୍ୟସ୍ତ ରହୁଥିଲେ ଓ ପିଲାମାନେ ବଡ଼ ହୋଇ ସେମାନଙ୍କ ଜୀବନ ଜିଉଁଥିଲେ। ମୋତେ ସେତେବି ପବ୍ଲିସିଟି ପସନ୍ଦ ନୁହେଁ।

Leave A Reply

Your email address will not be published.