୧୫ ମିନିଟ ପୂର୍ବରୁ ଗୁଗୁଲରେ କ’ଣ ଖୋଜିଥିଲେ ଆପଣ, କେହି ଜାଣିପାରିବେନି,ଜାଣନ୍ତୁ ସିକ୍ରେଟ ଟ୍ରିକ !

0

Get real time updates directly on you device, subscribe now.

ଆପଣ ନିଶ୍ଚିତ ଜାଣିଥିବେକି ବର୍ତ୍ତମାନ ସମୟରେ ଅନେକ କାମରେ ଗୁଗଲ ଆମକୁ ଅନେକ ମାତ୍ରାରେ ସାହାଯ୍ୟ କରୁଛି। ଯେକୌଣସି କାମ ବିଷୟରେ ଜାଣିବାର ଥିଲେ, ତାହା ଆମେ ଗୁଗଲରେ ଖୋଜି ପାଇଯାଉ। କିନ୍ତୁ ଅନେକ ସମୟରେ ଏମିତି କିଛି ଜିନିଷ ଭୁଲରେ ଆମେ ସର୍ଚ୍ଚବାରରେ ଲେଖି ଦେଇଥାଉ ଯାହାକି ପରବର୍ତ୍ତୀ ସମୟରେ ଆମକୁ ଅନେକ ଅସୁବିଧାରେ ମଧ୍ୟ ପକାଇଥାଏ।

ଯାହାକୁ ଆମେ ଡିଲେଟ କରିବାକୁ ଚାହୁଁ। ଯଦି ଆପଣ ୧୫ ମିନିଟ୍ ପୂର୍ବରୁ ଆପଣଙ୍କର ସମସ୍ତ ଗୁଗଲ ସର୍ଚ୍ଚ ହିଷ୍ଟ୍ରୀ ହଟାଇବାକୁ ଚାହାଁନ୍ତି, ତେବେ ଆଜି ଆମେ ଆପଣଙ୍କୁ କହିବୁ ଏହାକୁ ଡିଲିଟ କରିବାର ଷ୍ଟେପ ବିଷୟରେ କହିବୁ। ଏହାପରେ ଆପଣ ଯାହାବି କିଛି ସର୍ଚ୍ଚ କରିବେ ତାହା ଅନ୍ୟ କେହି ଦେଖିବାକୁ ସମର୍ଥ ହେବେ ନାହିଁ। ଗୁଗୁଲ୍, ମୋବାଇଲ୍ ଆପ୍ ପାଇଁ ଏକ ନୂଆ ଫିଚର୍ ଲଞ୍ଚ କରିବା ଆରମ୍ଭ କରିଛି, ଯାହା ଆପଣଙ୍କ ପାଇଁ ଏହା ଆହୁରି ସହଜ କରିବ। ଯାହା କମ୍ପାନୀ ୨୦୨୧ ମସିହାରେ ଏକ ପ୍ରେସ କନଫରେନ୍ସରେ ଘୋଷଣା କରିଥିଲା। ଏହି ଫିଚର୍ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ମୋବାଇଲ୍ ଆପରୁ ୧୫ ମିନିଟ୍ ପୂର୍ବରୁ ଗୁଗୁଲ୍ ସର୍ଚ୍ଚ ହିଷ୍ଟ୍ରି କାଟିବାର ସାହାଯ୍ୟ କରିବ। ସବୁଠାରୁ ବଡ଼ କଥା ହେଉଛି ଏହାକୁ କେହି ଦେଖି ମଧ୍ୟ ପାରିବେ ନାହିଁ।

ସର୍ବପ୍ରଥମେ ଆପଣଙ୍କର ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ଗୁଗୁଲ୍ ଆପ୍ ଖୋଲନ୍ତୁ। ଆପର ଉପର ଡାହାଣ ପାର୍ଶ୍ୱରେ ଥିବା ପ୍ରୋଫାଇଲ୍ ଛବି ଆଇକନ୍ ଉପରେ କ୍ଲିକ୍ କରନ୍ତୁ। ଏହାପରେ ଏଠାରେ ଆପଣ ‘ ଡିଲଟ୍ ଲାଷ୍ଟ ୧୫ ମିନିଟ ‘ ଅପ୍ସନ୍ ଦେଖିବେ। ଏହା ଉପରେ କ୍ଲିକ୍ କରି, ଗୁଗୁଲ୍ ସର୍ଚ୍ଚ ହିଷ୍ଟ୍ରିର ଶେଷ ୧୫ ମିନିଟ ଡିଲିଟ ହୋଇଯିବ।

ଯେଉଁ ଉପଭୋକ୍ତାଙ୍କର ଆଣ୍ଡ୍ରଏଡ୍ ଫୋନରେ ଏହି ଫିଚର୍ ଦେଖା ଯାଉ ନାହିଁ, ସେମାନଙ୍କୁ ସେମାନଙ୍କର ଗୁଗୁଲ୍ ଆପକୁ ଅପଡେଟ୍ କରିବା ପାଇଁ ପଡିବ। ଯଦି ଅପଡେଟ କରିବା ପରେ ମଧ୍ୟ ଏହି ଫିଚର ଆପଣ ଦେଖି ପାରୁନାହାନ୍ତି, ତେବେ ଏହାର ଅର୍ଥ ହେଉଛି ଆପଣଙ୍କୁ ଏହି ଫିଚର୍ ପାଇଁ ଅପେକ୍ଷା କରିବାକୁ ପଡିବ କାରଣ ଗୁଗଲ ଧୀରେ ଧୀରେ ସମସ୍ତ ଉପଭୋକ୍ତା ମାନଙ୍କ ପାଇଁ ଏହି ଅପଡେଟ୍ ଦେଉଛି।

ଏହି ଫିଚର୍ ଉପଭୋକ୍ତାମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ। ଏପରି ସ୍ଥିତିରେ, ଯେଉଁ ଉପଭୋକ୍ତାମାନେ ସେମାନଙ୍କର ସବୁ ଦିନର ସର୍ଚ୍ଚ ହିଷ୍ଟ୍ରି ଏଣ୍ଡ ନ କରି କେବଳ ଅଳ୍ପ ସମୟର ହିଷ୍ଟ୍ରି ଡିଲେଟ୍ କରିବାକୁ ଚାହାଁନ୍ତି, ତେବେ ସେମାନେ ଏମିତି ୧୫ ମିନିଟର ହିଷ୍ଟ୍ରି ଡିଲେଟ୍ କରିବାର ଅପ୍ସନ ଦେବ। ଆପଣ ଏହାକୁ ଡିଲେଟ୍ କରିବା ଦ୍ୱାରା ଅନ୍ୟ ଏକ ବଡ଼ ଲାଭ ହେବଯେ ଆପଣଙ୍କର ଫୋନ ବାରମ୍ବାର ହ୍ୟାଙ୍ଗ୍ ହେବନାହିଁ ଓ ଆପଣ ଭୁଲ ଡାଟା ମଧ୍ୟ ପାଇବେନି। ଆପଣ ସର୍ଚ୍ଚବାରରେ ଯାହାବି କିଛି ଖୋଜିବେ ସେହି ତଥ୍ୟ ହିଁ ଆପଣ ପାଇବେ।

Leave A Reply

Your email address will not be published.