ଏହି ୫ଟି ସୀକ୍ରେଟ ଟ୍ରିକ ଦ୍ଵାରା ଲାଇନ୍ ବିଲ ହେଇଯିବ ଅଧା, ଏହିପରି ବ୍ୟବହାର କରନ୍ତୁ ଏସି ଆଉ କୁଲର

0

Get real time updates directly on you device, subscribe now.

ଏହା ହେଉଛି ବିଦ୍ୟୁତ୍ ବଞ୍ଚାଇବାର ସବୁଠାରୁ ବେସିକ ଟ୍ରିକ :-

ବର୍ତ୍ତମାନ ଯେଉଁ ଟ୍ରିକ ବିଷୟରେ ଆମେ ଆପଣଙ୍କୁ କହୁଛୁ ସେ ବିଷୟରେ ଆପଣ ବୋଧହୁଏ ଜାଣିଥିବେ । ଯଦି ଆପଣ ବିଦ୍ୟୁତ୍ ବଞ୍ଚାଇବା ପାଇଁ ଚାହୁଁଛନ୍ତି, ତେବେ ବ୍ୟବହାର କରିବାପରେ ନିଜ ଡିଭାଇସ୍ ଗୁଡ଼ିକୁ ଅଫ କରିବାକୁ ଭୁଲନ୍ତୁ ନାହିଁ । ପ୍ରାୟତଃ ଫୋନ୍ ଚାର୍ଜ କରିବାପରେ କିମ୍ବା ଟିଭି ଦେଖିବାପରେ ଆପଣ ମେନ ପ୍ଲଗକୁ ଅଫ କରିବା ଭୁଲିଯାନ୍ତି । ଏହାଦ୍ବାରା ବିଦ୍ୟୁତର ବହୁତ୍ କ୍ଷତି ହୋଇଥାଏ ।

AC ର ଏହି ସେଟିଂ ଉପରେ ଧ୍ୟାନ ରଖନ୍ତୁ :-

ଯଦି ଆପଣ ନିଜ AC କୁ 24 ଡିଗ୍ରୀରେ ଚଳାଇବେ, ତେବେ ଏହାଦ୍ବାରା ଏସି ଅଧିକ ବିଦ୍ୟୁତ୍ ଖର୍ଚ୍ଚ ହେବାକୁ ଦେବନାହିଁ ଏବଂ ଏହିପରି ଆପଣଙ୍କ ଲାଇନ୍ ବିଲରେ ବହୁତ୍ ଅନ୍ତର ହୋଇପାରେ । ଏହାସହିତ ଆପଣ ଟାଇମରର ମଧ୍ୟ ବ୍ୟବହାର କରିପାରିବେ । ଏସିର ସେଟିଂକୁ ବଦଳାଇ ଆପଣ ପ୍ରତି ମାସରେ ବହୁତ୍ ଟଙ୍କା ବଞ୍ଚାଇ ପାରିବେ ।

ପ୍ରଡକ୍ଟର ରେଟିଙ୍ଗ ପ୍ରତି ଧ୍ୟାନ ଦିଅନ୍ତୁ :-

ଏହାସହିତ ଯେକୌଣସି ଇଲେକ୍ଟ୍ରିକ ଜିନିଷ କିଣିବା ପୂର୍ବରୁ ତାର ରେଟିଙ୍ଗ ନିଶ୍ଚିତ ଭାବେ ଦେଖନ୍ତୁ ଏବଂ ଯାହାର ରେଟିଙ୍ଗ ଅଧିକ ଥିବ ଏବଂ ବିଦ୍ୟୁତ୍ ବଞ୍ଚାଇ ପାରୁଥିବା ପ୍ରଡକ୍ଟ କିଣନ୍ତୁ ।

ଏହି ଡିଭାଇସ୍ ବ୍ୟବହାର କରନ୍ତୁ :-

ଆପଣ ଚାହିଁଲେ ଅନେକ ଡିଭାଇସ୍ ପାଇଁ ଗୋଟିଏ ଏକ୍ସଟେନସନ ବୋର୍ଡ ମଧ୍ୟ ବ୍ୟବହାର କରିପାରିବେ । କାରଣ ଏହିପରି ଆପଣ ଗୋଟିଏ ଶୁଇଚକୁ ବନ୍ଦ୍ କରି ଅନେକ ଡିଭାଇସ ଠାରୁ ଏକାବେଳେ ବିଦ୍ୟୁତ୍ ବଞ୍ଚାଇ ପାରିବେ ।

ଏହିପରି କିଣନ୍ତୁ :-

ଯଦି ଆପଣ ଘର ପାଇଁ ଟ୍ୟୁବ୍ ଲାଇଟ କିମ୍ବା ବଲବ ନେବାକୁ ଯାଉଛନ୍ତି, ତେବେ ଚେଷ୍ଟା କରନ୍ତୁ ଯେ ସିଏଫଏଲ୍ ବଦଳରେ ଆପଣ ଏଲ୍ଇଡି ବଲବ ଏବଂ ଲାଇଟ ବ୍ୟବହାର କରନ୍ତୁ ।

Leave A Reply

Your email address will not be published.