HDFC ପରେ ପରେ Axis Bank ଗ୍ରାହକଙ୍କର ବଲ୍ଲେବଲ୍ଲେ,ବ୍ୟାଙ୍କ୍ ଦେଲା ଏହି ଖୁସି ଖବର

0

Get real time updates directly on you device, subscribe now.

Axis Bank FD Interest Rate : ଏହି ମାସରେ ଅନେକ ବଡ ବଡ ବ୍ୟାଙ୍କ୍ ଏଫଡିର ବ୍ୟାଙ୍କ୍ ଦର ପ୍ରାଇଭେଟ୍ ସେକ୍ଟର ବଢାଇଛନ୍ତି । ବର୍ତ୍ତମାନ ଏକ୍ସିସ ବ୍ୟାଙ୍କ୍ ମଧ୍ୟ ନିଜର ଫିକ୍ସଡ ଡିପୋଜିଟର ସୁଧ ଦରରେ ପରିବର୍ତ୍ତନ କରିଦେଇଛି । ଯଦି ଆପଣ ମଧ୍ୟ ଗ୍ୟାରେଣ୍ଟି ସହିତ ଲାଭ ରୋଜଗାର କରିବାକୁ ଚାହୁଁଛନ୍ତି, ତେବେ ଏଫଡି କରାଇ ପାରିବେ ।

ଏକ୍ସିସ ବ୍ୟାଙ୍କ୍ ବଢ଼ାଇଲା ଏଫଡିର ସୁଧ ଦର :-

ଏକ୍ସିସ ବ୍ୟାଙ୍କ୍ କେବଳ ଗୋଟିଏ ମ୍ୟାଚ୍ୟୋରିଟି ପିରିୟଡ଼ ଥିବା ଫିକ୍ସଡ ଡିପୋଜିଟର ରେଟ୍ସ ବଢ଼ାଇଛି । ଏହା ଅଧୀନରେ ଯଦି କୌଣସି ଗ୍ରାହକ 1 ବର୍ଷ 11 ଦିନଠାରୁ ନେଇ 1 ବର୍ଷ 25 ଦିନ ଧରି କମ୍ ଅବଧି ପାଇଁ 2 କୋଟି ଟଙ୍କାରୁ କମ ଫିକ୍ସଡ ଡିପୋଜିଟ କରେ, ତେବେ ତାକୁ ଅଧିକ ଫାଇଦା ମିଳିବ । ବ୍ୟାଙ୍କର ଅଫିସିଆଲ୍ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ନୂତନ ଦର ମାର୍ଚ୍ଚ 21 ଠାରୁ ହିଁ ଲାଗୁ ହୋଇଯାଇଛି ।

କେଉଁଠି ମିଳୁଛି ଅଧିକ ଫାଇଦା :-

ଏକ୍ସିସ ବ୍ୟାଙ୍କର ଅଫିସିଆଲ୍ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ବ୍ୟାଙ୍କ୍ ତରଫରୁ ଗ୍ରାହକଙ୍କୁ 7ଦିନ ଠାରୁ ନେଇ 10 ବର୍ଷ ପର୍ଯ୍ୟନ୍ତ ବ୍ୟାଙ୍କ୍ ଏଫଡି ଉପରେ ବଢ଼ିଥିବା ସୁଧର ଫାଇଦା ଦେଉଛି । ଏହା ଅଧୀନରେ ଗ୍ରାହକଙ୍କୁ 2.50 ପ୍ରତିଶତ ଠାରୁ ନେଇ 5.75 ପ୍ରତିଶତ ପର୍ଯ୍ୟନ୍ତ ଫାଇଦା ମିଳୁଛି ।

ଜାଣନ୍ତୁ ବର୍ତ୍ତମାନ କେତେ ସୁଧ ମିଳିବ ?

ବ୍ୟାଙ୍କ୍ ତରଫରୁ ସୁଧ ଦରରେ କରାଯାଇଥିବା ସଂଶୋଧନ ପରେ 1 ବର୍ଷ 11 ଦିନଠାରୁ ନେଇ 1 ବର୍ଷ 25 ଦିନ ଧରି କମର ଫିକ୍ସଡ ଡିପୋଜିଟ ଉପରେ 5.30 ପ୍ରତିଶତ ଦରରେ ସୁଧର ଫାଇଦା ମିଳିବ । ସେହିପରି ବ୍ୟାଙ୍କ୍ ପ୍ରଥମେ ଗ୍ରାହକଙ୍କୁ ଏହି ଅବଧିର ଫିକ୍ସଡ ଡିପୋଜିଟ ଉପରେ 5.25 ପ୍ରତିଶତ ଦରର ସୁଧର ଲାଭ ଦେଉଥିଲା । ଏହାସହିତ ଆପଣଙ୍କୁ କହିରଖୁଛୁ ଯେ ବ୍ୟାଙ୍କ୍ କୌଣସି ଅନ୍ୟ ମ୍ୟାଚ୍ୟୋରିଟି ପିରିୟଡ଼ର ଫିକ୍ସଡ ଡିପୋଜିଟରେ କୌଣସି ପରିବର୍ତ୍ତନ କରିନାହିଁ । କୌଣସି ପ୍ରକାରର ସମ୍ପୂର୍ଣ୍ଣ ସୂଚନା ପାଇଁ ଆପଣ ବ୍ୟାଙ୍କର ଅଫିସିଆଲ୍ ୱେବସାଇଟକୁ ଯାଇ ଦେଖିପାରିବେ ।

ଚେକ୍ କରନ୍ତୁ ଅଫିସିଆଲ୍ ଲିଙ୍କ :-

ଯଦି ଆପଣ ମଧ୍ୟ ଏଫଡି କରିବାକୁ ଚାହୁଁଛନ୍ତି, ତେବେ ଆକ୍ସିସ ବ୍ୟାଙ୍କର ଅଫିସିଆଲ୍ ଲିଙ୍କକୁ ଯାଇ ଆପଣ ବ୍ୟାଙ୍କର ସବୁ ଅବଧିର ଲାଟେଷ୍ଟ ସୁଧ ଦର ଚେକ୍ କରିପାରିବେ । https://www.axisbank.com/docs/default-source/interest-rates-new/fixed-de…

Leave A Reply

Your email address will not be published.