ମାତ୍ର ୩୫୦୦୦ ଟଙ୍କାରେ ଆଣନ୍ତୁ Maruti Alto CNG ! ଦେଖନ୍ତୁ କଣ କଣ ଏଥିରେ ସବୁ ଫିଚର୍ସ ରହିଛି !

0

Get real time updates directly on you device, subscribe now.

ଭାରତରେ ମାରୁତି ଅଲ୍ଟୋକୁ ବହୁତ ପସନ୍ଦ କରାଯାଏ। ଗ୍ରାହମାନଙ୍କର ପସନ୍ଦକୁ ଧ୍ୟାନରେ ରଖି କମ୍ପାନୀ ବର୍ତ୍ତମାନ ପୁଣିଥରେ ଏହାର ଲାଟେଷ୍ଟ ମଡେଲ ବାହାର କରିଛି। ଏହାର ଦାମ କମ ହୋଇଥିବା କାରଣରୁ ଏବଂ ଏହାର ମାଇଲେଜ ଭଲ ହୋଇଥିବା କାରଣରୁ ଗ୍ରାହକମାନଙ୍କୁ ଏହା ବହୁତ ପସନ୍ଦ ମଧ୍ୟ ଆସିଥାଏ। ବର୍ତ୍ତମାନ ଆପଣ maruti alto cng ଗାଡ଼ିକୁ ବହୁତ ଶସ୍ତାରେ କିଣିପାରିବେ। ଲକ୍ଷେ ଟଙ୍କାରେ ନୁହେଁ ବରଂ ମାତ୍ର ଅଳ୍ପ କେଇ ହଜାର ଟଙ୍କା ଦେଇ ଆପଣ ଏହାକୁ ନିଜର ଘରକୁ ଆଣିପାରିବେ। ଏହା ହେଉଛି maruti alto cng ସବୁଠାରୁ ପପୁଲାର ମଡେଲ। ଯାହାକୁ ଆପଣ କେବଳ ମାତ୍ର ୩୫ହଜାର ଟଙ୍କା ଦେଇ କିଣିପାରିବେ।

Alto 800 cng emi:

maruti alto 800 cng ମଡେଲର ଦାମ ୪.୮୯ ଲକ୍ଷ ଟଙ୍କା ରହିଛି। ଯଦି ଆପଣ ୩୫ହଜାର ଟଙ୍କାର ଡାଉନପେମେଣ୍ଟ କରୁଛନ୍ତି ତେବେ ଇଏମଆଇ ହିସାବରେ ଆପଣଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ୮ ପ୍ରତିଶତ ସୁଧରେ ୧୦,୧୯୯ ଟଙ୍କା ଦେଇ ସୁଝିବାକୁ ହେବ।

ତେବେ ଏହାର ଫିଚର ଓ ଡିଜାଇନ ଦମଦାର ରହିଛି। ଏଥିରେ ୫ସିଟର ହ୍ୟାଚବ୍ୟାକ ୭୯୬ ସିସିର ଏକ ଇଞ୍ଜିନ ଲଗାଯାଇଛି। ଯାହା ୪୭.୩୩ ବିଏଚପି ପର୍ଯ୍ୟନ୍ତ ପାଓ୍ଵାର ଜେନେରେଟ କରିଥାଏ। ଭାରତର ଏହା ସବୁଠାରୁ ଶସ୍ତା ସିଏନଜି କାର ଅଟେ। ଯାହା 31.59kmpl ମାଇଲେଜ ଦେଇଥାଏ। କିନ୍ତୁ ଅଲ୍ଟୋ ୮୦୦ ରେ 22.05kmpl ର ମାଇଲେଜ ରହିଛି।

maruti alto 800ର ଦୁଇଟି ଭାରିଏଣ୍ଟ ରହିଛି। ଏଲଏକ୍ସଆଇ ଓ ଏଲଏକଆଇ(ଓ)ରେ ସିଏନଜି ପାଓ୍ଵରଟ୍ରେନର ଅପସନ ମିଳୁଛି। ମାରୁତି ସୁଜୁକି ଅଲ୍ଟୋ 800 ସିଏନଜି ଏଲଏକ୍ସଆଇ ଭାରିଏଣ୍ଟର ବଡ଼ି କଲରର ବମ୍ପର୍ସ, ବଡ଼ି କଲର ଡୋର ହ୍ୟାଣ୍ଡେଲ, ଷ୍ଟିୟରିଂ ହ୍ଵିଲରେ ସିଲଭର ଏକ୍ସେଣ୍ଟ ସହ ଦୁଆଲ ଟୋନ ଇଣ୍ଟେରିୟର, ଏସି ଓ୍ଵିଥ ହିଟର, ପାଓ୍ଵର ଷ୍ଟିୟରିଂ ସହିତ ଫ୍ରଣ୍ଟ ପାଓ୍ଵାର ଓ୍ଵିଣ୍ଡୋର ସୁବିଧା ମଧ୍ୟ ରହିଛି।

ଅଲ୍ଟ୍ରା ଏଲଏକ୍ସଆଇ ଏସ ସିଏନଜି ମଡେଲରେ ସେଫ୍ଟି ଫିଚର୍ସରେ ଡ୍ରାଇଭର ସାଇଡ ଏୟାରବ୍ୟାଗ, ରିଭର୍ସ ପାର୍କିଂ ସେଂସର, ଇବିଡି ସହ ଏବିଏସ, ସ୍ପିଡ ଆଲର୍ଟ ସିଷ୍ଟମ ଏବଂ ସିଟ ବେଲ୍ଟ ରିମାଣ୍ଡର ସାମିଲ କରାଯାଇଛି। ଏହା ସହିତ ଫ୍ରଣ୍ଟ ପ୍ୟାସେଞ୍ଜରଙ୍କ ପାଇଁ ଏୟାରବ୍ୟାଗ ମଧ୍ୟ ଅଛି।

Leave A Reply

Your email address will not be published.