ମନ୍ଦିର ମେଳାକୁ ମୁସଲିମ ଦୋକାନୀମାନଙ୍କୁ ମନା,ବଢ଼ିଲା ବିବାଦ…

0

Get real time updates directly on you device, subscribe now.

କର୍ଣ୍ଣାଟକା ଜିଲ୍ଲାର ଉଡୁପିରେ ପାରମ୍ପରିକ ହୋସା ମାରିଗୁଡ଼ି ମନ୍ଦିର ହେଉଥିବା ମେଳାରେ ମୁସଲିମ ସଂପ୍ରଦାୟର କୌଣସି ଲୋକମାନେ ଆଦୌ ବ୍ୟବସାୟ କରିପାରିବେ ନାହିଁ। ମୁସଲିମ ଦୋକାନୀମାନଙ୍କ ଉପରେ ଏପରି ବ୍ୟାନ ଲଗାଯିବା ପରେ ବର୍ତ୍ତମାନ ବିବାଦ ସୃଷ୍ଟି ହୋଇଛି। ପ୍ରତ୍ଯେକ ବର୍ଷ ଏହି ମେଳାରେ ହିନ୍ଦୁ-ମୁସଲିମମାନଙ୍କ ମଧ୍ୟରେ ଥିବା ଭାଇଚାରାକୁ ଦେଖିବାକୁ ମିଳିଥାଏ। ହିନ୍ଦୁ ଲୋକମାନଙ୍କ ପରି ମୁସଲିମ ଦୋକାନୀମାନେ ମଧ୍ୟ ଏହି ମେଳାରେ ବ୍ୟବସାୟ କରିବାକୁ ଆସିଥାନ୍ତି। ପ୍ରତ୍ଯେକ ବର୍ଷ ୧୦୦ରୁ ଅଧିକ ମୁସଲିମ ଲୋକ ଏଠାରେ ଦୋକାନ କରି ବ୍ୟବସାୟ କରିଥାଆନ୍ତି। କିନ୍ତୁ ଏଥର ଏହି ମେଳାରେ ବ୍ୟତିକ୍ରମ ଦେଖାଯାଇଛି।

ମନ୍ଦିର ମେଳାରେ ମୁସଲିମ ଦୋକାନୀମାନଙ୍କୁ ବ୍ୟବସାୟ କରିବା ପାଇଁ ଅନୁମତି ମିଳିବ ନାହିଁ ବୋଲି କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ପୋଷ୍ଟର ମଧ୍ୟ ଲଗାଯାଇଛି। ବର୍ତ୍ତମାନ ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ବିବାଦ ବଢ଼ୁଥିବାରୁ ରାଜ୍ୟ ସରକାର ଉକ୍ତ ପୋଷ୍ଟରକୁ ଲଗାଇଥିବା ବ୍ୟକ୍ତିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ଉଡପିର ଷ୍ଟ୍ରିଟ ଭେଣ୍ଡର ଆସୋସିଏସନର ସାଧାରଣ ସମ୍ପାଦକ ମହମ୍ମଦ ଆରିଫ କହିଛନ୍ତିକି, “ଆମେ ମନ୍ଦିର କମିଟି ସଦସ୍ୟମାନଙ୍କ ସହ ଭେଟ ହୋଇ କଥା ହେବାକୁ ଚାହୁଁଛୁ। ତେବେ ସେମାନେ କେବଳ ହିନ୍ଦୁ ବ୍ୟବସାୟୀଙ୍କର ଷ୍ଟଲ ପାଇଁ ନିଲାମୀ ଡାକିବାକୁ କହୁଛନ୍ତି। ଆମକୁ ରାଜି ହେବା ପାଇଁ ବାଧ୍ୟ କରାଯାଉଛି। ଆମକୁ ଲାଗୁଛି ସେମାନେ ମଧ୍ୟ ଚାପରେ ଅଛନ୍ତି।”

ମନ୍ଦିରର ପ୍ରଶାସନ ମଧ୍ୟ ଦକ୍ଷିଣପନ୍ଥୀ ସଂଗଠନର ଚାପରେ ଏପରି କରିବା ପାଇଁ ବାଧ୍ୟ ହେଉଛନ୍ତି ବୋଲି ସ୍ୱୀକାର କରିଛନ୍ତି। ହୋସା ମାରିଗୁଡ଼ି ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ ସେଟ୍ଟୀ କହିଛନ୍ତିକି,” ହଁ, ଆମ ଉପରେ ଦକ୍ଷିଣ ପନ୍ଥୀ ସଂଗଠନର ଚାପ ବହୁତ ପଡ଼ିଛି। ସେମାନେ ଆମକୁ ଏପରି କରିବା ପାଇଁ କହିଛନ୍ତି। ଆଲୋଚନା ପରେ ଆମେ ମୁସଲିମ ଦୋକାନୀମାନଙ୍କ ଉପରେ ବ୍ୟାନ ଲଗାଇବା ପାଇଁ ନିଷ୍ପତ୍ତି ନେଇଛୁ।” ଏହି ପ୍ରସଙ୍ଗ କର୍ଣ୍ଣାଟକର ବିଧାନସଭାରେ ମଧ୍ୟ ଉଠିଥିଲା। ସରକାର ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଗୃହରେ ମଧ୍ୟ ପ୍ରତିଶୃତି ଦେଇଛନ୍ତି।

Leave A Reply

Your email address will not be published.