ଆସନ୍ତା 28 ତାରିଖରୁ ଖୋଲିବ ଅଙ୍ଗନଓ୍ଵାଡିି କେନ୍ଦ୍ର,ସକାଳ ୭ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା

0

Get real time updates directly on you device, subscribe now.

ଏତେ ଦିନର ବ୍ୟବଧାନ ପରେ ରାଜ୍ୟ ସରକାର ପିଲାଙ୍କ ସ୍କୁଲ୍ ଖୋଲିବାକୁ ନେଇ ନିଷ୍ପତି ନେଇଛନ୍ତି । ଏପ୍ରିଲ୍‌ ରୁ ରାଜ୍ୟର ସମସ୍ତ ସରକାରୀ ସ୍କୁଲ ରେ ପୁଣି ଥରେ ପାଠ ପଢ଼ିବା ସହିତ ସମସ୍ତ ଅଙ୍ଗନୱାଡିରେ ମଧ୍ୟ ଆରମ୍ଭ ହେବ ପିଲାଙ୍କ ପାଠ ପଢା ଖାଲି ଏତିକି ନୁହେଁ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ର ବ୍ୟବସ୍ଥା ହେବ ବୋଲି କୁହାଯାଇଛି । ସ୍କୁଲ ଓ ଅଙ୍ଗନୱାଡ଼ି ସହିତ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବାକୁ ଗଣଶିକ୍ଷା ବିଭାଗ ର ଏମ୍‌ଡିଏମ୍‌ ୟୁନିଟ୍‌ ନୋଡାଲ ଅଫିସର ଚିଠ ଲେଖିଛନ୍ତୀ । ରାଜ୍ୟ ର ସବୁ ଜିଲ୍ଲାପାଳ ଙ୍କୁ ଚିଠି ଲେଖି ଅଙ୍ଗନୱାଡ଼ି ଖାଲି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଦ୍ଵାରା ପିଲା ଙ୍କୁ ଅନଲାଇନ ପାଠ ପଢା ସହିତ ଶୁଖିଲା ରାସନ ଦିଆ ଯିବ ର ବ୍ୟବସ୍ଥା କର ଯାଇଥିଲା ।

ପିଲାଙ୍କ ସୁବିଧା ବାବଦରେ ଅର୍ଥ ପିଲାଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ସିଧାସଳଖ ପଠାଇ ଦିଆ ଯାଇଥିଲା । ୨୮ତାରିଖ ରୁ ଖାଲି ଥିବା ଅଙ୍ଗନୱାଡି କେନ୍ଦ୍ର ପୁଣି ଥରେ ଚଳଚଞ୍ଚଳ ହେବ ବୋଲି କୁହାଯାଉଛି। କୋଭିଡ ସଂକ୍ରମଣ କମିବା ପରେ ସ୍ୱାଭାବିକ ହେବାକୁ ଯାଉଛି ପିଲାଙ୍କ ପାଠ ପଢା ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିିଠି ଲେଖିଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ। ସକାଳ ସାଢେ ୭ଟା ରୁ ଆରମ୍ଭ ହୋଇ ସାଢେ ୯ଟା ଯାଏ ପିଲା କ ପାଠପଢା ହେବ ।ସେଠାରେ ୩ ରୁ ୬ବର୍ଷ ର ଛୋଟ ପିଲାଙ୍କୁ ଖାଦ୍ୟ ଖାଇବାକୁ ଦିଆଯିବାର ମଧ୍ୟ ବ୍ୟବସ୍ଥା ରଖାଯାଇଛି । ଖାଇବାକୁ ଦିଆଯିବା ବେଳେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି । କୋଭିଡ ର ୨ୟ ଲହରରେ ସଂକ୍ରମଣ ବଢିବା ପରେ ୨୦୨୧ ଏପ୍ରିଲ ୧୯ ତାରିଖରୁ ବନ୍ଦ ରହିଥିଲା ସମସ୍ତ ଅଙ୍ଗନୱାଡି କେନ୍ଦ୍ର ।

Leave A Reply

Your email address will not be published.