ଜାଣନ୍ତୁ ଏହି କଳିଯୁଗର ଦ୍ରୌପଦୀଙ୍କ ବିଷୟରେ, ପାଞ୍ଚ ଭାଇଙ୍କୁ ବିବାହ କରି ଖୁସିରେ ଜୀବନ ବିତାଉଛନ୍ତି

0

Get real time updates directly on you device, subscribe now.

ମହାଭାରତ ବିଷୟରେ ସମସ୍ତେ ଜାଣିଛନ୍ତି ଏବଂ ଶୁଣିଛନ୍ତି । ଏହାସହିତ ମହାଭାରତରେ ଅଂଶଗ୍ରହଣ କରୁଥିବା ଅନେକ ଲୋକଙ୍କୁ ମଧ୍ୟ ଜାଣିଥିବେ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଦ୍ରୌପଦୀଙ୍କୁ ମଧ୍ୟ ଜାଣିଥିବେ । ଯିଏକି ପାଞ୍ଚ ଭାଇଙ୍କ ଏକମାତ୍ର ସ୍ତ୍ରୀ ଥିଲେ, ଯେଉଁ କାରଣରୁ ତାଙ୍କୁ ପାଞ୍ଚାଳୀ ମଧ୍ୟ କୁହାଯାଏ । ତେବେ ଆପଣ କଳିଯୁଗର ଦ୍ରୌପଦୀଙ୍କ ବିଷୟରେ ଜାଣିଛନ୍ତି କି ? ଯଦି ନାହିଁ, ତେବେ ଆମେ ଆଜି ଆପଣଙ୍କୁ ଏହି କଳିଯୁଗର ଦ୍ରୌପଦୀଙ୍କ ବିଷୟରେ କହିବୁ, ଯିଏକି ପାଞ୍ଚ ଭାଇଙ୍କ ସହିତ ବିବାହ କରି ଖୁସିରେ ଜୀବନ ବିତାଉଛନ୍ତି ।

ବର୍ତ୍ତମାନ ଆପଣ ଭାବୁଥିବେ ଯେ ପ୍ରକୃତରେ ଜଣେ ମହିଳା କିପରି 5 ଜଣ ବ୍ୟକ୍ତିଙ୍କ ସହିତ ରହିପାରିବେ ? ପଞ୍ଚୁ ପାଣ୍ଡବ ନିଜ ମାଙ୍କ ଆଦେଶ ପାଳନ କରି ଦ୍ରୌପଦୀଙ୍କୁ ବିବାହ କରିଥିଲେ, କିନ୍ତୁ ଆଜିର ସମୟରେ ମଧ୍ୟ ପାଞ୍ଚଜଣ ଭାଇଙ୍କ ସହିତ ଜଣେ ଦ୍ରୌପଦୀ କିପରି ହୋଇପାରିବେ ? ତେବେ ଆପଣ ଜାଣିବାପାଇଁ କହିରଖୁଛୁ କି ଏହି ଯୁବତୀ ଭାରତର ଉତ୍ତରାଖଣ୍ଡର ବାସିନ୍ଦା ଅଟନ୍ତି ଏବଂ ଏହି ଝିଅର ନାମ ରଜ୍ଜୋ ଅଟେ । ରଜ୍ଜୋ ପାଞ୍ଚ ଭାଇଙ୍କ ସହିତ ବିବାହ କରିଛନ୍ତି ।

ସୂଚନା ପାଇଁ କହିରଖୁଛୁ ଯେ ଉତ୍ତରାଖଣ୍ଡର ଦେହରାଦୁନ ନିକଟରେ ଗୋଟିଏ ଗାଁ ରହିଛି । ବର୍ଷ ବର୍ଷ ଧରି ଏହି ଗାଁରେ ଗୋଟିଏ ପରମ୍ପରା ଚାଲି ଆସୁଛି, ତେଣୁ ନିୟମ ଅନୁଯାୟୀ ଜଣେ ଯୁବତୀ ଗୋଟିଏ ଘରେ ଥିବା ସବୁ ଭାଇଙ୍କ ସହିତ ବିବାହ କରନ୍ତି । ଏହି ପରମ୍ପରାକୁ ପାଳନ କରିବାପାଇଁ ରଜ୍ଜୋ ମଧ୍ୟ ପାଞ୍ଚ ଭାଇଙ୍କ ସହିତ ବିବାହ କରିଛନ୍ତି ଏବଂ ବର୍ତ୍ତମାନ ଏହି ଭାଇମାନେ ଅଲଗା ଅଲଗା ଦିନ ରଜ୍ଜୋଙ୍କ ସହିତ ସମ୍ପର୍କ ରଖନ୍ତି ଏବଂ ଖୁସିରେ ଜୀବନ ବିତାଉଛନ୍ତି ।

ରଜ୍ଜୋଙ୍କୁ ମଧ୍ୟ ଏହି କଥା ପାଇଁ କୌଣସି ଆପତ୍ତି ନାହିଁ ଏବଂ ସେ ମଧ୍ୟ ପାଞ୍ଚ ଭାଇଙ୍କ ସହିତ ଖୁସିରେ ଅଛନ୍ତି । ଏହାସହିତ ସେହି ପାଞ୍ଚ ଭାଇ ମଧ୍ୟ ରଜ୍ଜୋଙ୍କ ସହିତ ବହୁତ୍ ଖୁସିରେ ଅଛନ୍ତି ଏବଂ ଖୁସିରେ ଜୀବନ ବିତାଉଛନ୍ତି । ତେବେ ଏହି ଖବର ପଢ଼ିବାପାଇଁ ଆପଣ ବହୁତ୍ ଆଶ୍ଚର୍ଯ୍ୟ ହେଉଥିବେ, କିନ୍ତୁ ଏହା ପ୍ରକୃତରେ ଗୋଟିଏ ସତ ଘଟଣା ଅଟେ, ଯାହାକି ଉତ୍ତରାଖଣ୍ଡରେ ଘଟିଛି । ଉତ୍ତରାଖଣ୍ଡର ଗୋଟିଏ ଗାଁରେ ଆଜି ବି ଏପରି ପରମ୍ପରା ପାଳନ କରାଯାଉଛି ।

Leave A Reply

Your email address will not be published.