ପ୍ରଥମେ ପ୍ରେମ ଆଉ ତାପରେ ବିବାହ,ଆଉ ତା ପରେ ସ୍ବାମୀ କଲା ଏମିତି ପ୍ଲାନ୍ ଯେ ସ୍ତ୍ରୀ ଫେରାର ହେବାକୁ ବାଧ୍ୟ ହେଲା, ଜାଣନ୍ତୁ ପୁରା କାହାଣୀ

0

Get real time updates directly on you device, subscribe now.

ଗୋଣ୍ଡା ଜିଲ୍ଲାରୁ ଗୋଟିଏ ନିର୍ଦ୍ଦୟ ପ୍ରେମର ଯନ୍ତ୍ରଣାଦାୟକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ପ୍ରେମ କରି ବିବାହ କରିବାପରେ ଏମିତି ଧୋକା ଦେଲା ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଜିଲ୍ଲା ମହିଳା ହସ୍ପିଟାଲରେ ଜୀବନର ଯୁଦ୍ଧ ଲଢ଼ୁଥିବା ମହିଳା ନିଜେ ନିଜ କାହାଣୀକୁ କହିଛନ୍ତି ।

ବାସ୍ତବରେ ଅଯୋଧ୍ୟା ଜିଲ୍ଲାର ଯୁବକ ଜ୍ଞାନଚନ୍ଦ୍ର ଜଣେ ଯୁବତୀ ନେହାଙ୍କୁ ଭଲପାଇଲେ ଏବଂ ଘରୁ ପଳାଇ ଯାଇ କୋର୍ଟ ମ୍ୟାରେଜ କରିଲେ । ଯୁବକଙ୍କ ମା ଯେତେବେଳେ ଏ କଥା ଜାଣିବାକୁ ପାଇଲେ, ସେତେବେଳେ ତାଙ୍କ କହିବା ମୁତାବକ ଯୁବକ ନିଜ ସ୍ତ୍ରୀକୁ ନେଇ ଘରେ ପହଞ୍ଚିଲା ଏବଂ ଦୁହେଁ ପରିବାର ସହିତ ରହିବାକୁ ଲାଗିଲେ । ଏହି ସମୟରେ ସ୍ତ୍ରୀ ଏବଂ ମା ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଝଗଡ଼ା ହେବା ଆରମ୍ଭ ହେଲା, ଯେଉଁଥିପାଇଁ ଯୁବକ ନିଜ ସ୍ତ୍ରୀକୁ ଖୁବ୍ ପିଟିଲେ । ବର୍ତ୍ତମାନ ଯେତେବେଳେ ତାର ସ୍ତ୍ରୀ ନିଜ ଘରକୁ ଯିବାପାଇଁ କହେ, ସେତେବେଳେ ସେ ତା ସ୍ତ୍ରୀ ଅଧିକ ମାଡ଼ ଦେବା ଆରମ୍ଭ କଲା ।

ଲକ୍ଷ୍ନୌରେ ରହିବାପାଇଁ ବାହାନା କଲା ଏବଂ ତାପରେ …

ଯେତେବେଳେ ମାମଲା ଅଧିକ ବଢିଲା, ସେତେବେଳେ ସ୍ତ୍ରୀକୁ ଘରୁ ଲକ୍ଷ୍ନୌରେ ରହିବା ପାଇଁ ବାହାନା କରି ନେଇ ଯୁବକ ବାହାରିଲା । ଟ୍ରେନରେ ପ୍ରଥମେ ସେ ନିଜ ସ୍ତ୍ରୀକୁ ନିର୍ଦ୍ଦୟ ଭାବେ ପିଟିଲା ଏବଂ ତାପରେ ଚଳନ୍ତା ଟ୍ରେନରୁ ଫିଙ୍ଗି ଫେରାର ହୋଇଗଲା ।

ବର୍ତ୍ତମାନ ମହିଳା ଗୁରୁତର ଅବସ୍ଥାରେ ଜିଲ୍ଲା ମହିଳା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏବଂ ନ୍ୟାୟ ଭିକ୍ଷା କରିଛନ୍ତି । ସେ ଚାହୁଁଛନ୍ତି ଯେ ତାଙ୍କ ସ୍ୱାମୀକୁ କଠୋରରୁ କଠୋର ଦଣ୍ଡ ଦିଆଯାଉ । ପୋଲିସ ପୀଡ଼ିତ ମହିଳାଙ୍କ ଅଭିଯୋଗ ଊପରେ କେସ କରିଛି ଏବଂ ଯାଞ୍ଚ କରୁଛି ।

Leave A Reply

Your email address will not be published.