କଲେଜ ନାମଲେଖା : ଏଣିକି ଆଉ ଦ୍ବାଦଶ (+୨) ଶ୍ରେଣୀର ମାର୍କ ଆବଶ୍ୟକ ପଡ଼ିବ ନାହିଁ,ପ୍ରବେଶିକା ପରୀକ୍ଷା ଆଧାରରେ ହେବ ଆଡ଼ମିସନ

0

Get real time updates directly on you device, subscribe now.

ବଦଳିଲା କଲେଜ୍‌ ଆଡ୍‌ମିସନ୍‌ ଚୟନ ପ୍ରକ୍ରିୟା । ଏବେ ଦ୍ୱାଦଶ ଶ୍ରେଣୀ ମାର୍କ ନୁହେଁ କମନ୍‌ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ ବା ସିୟୁଇଟି ମାର୍କ ଆଧାରରେ ହେବ ଛାତ୍ରଛାତ୍ରୀଙ୍କ ସିଲେକ୍ସନ । ଏନେଇ ନାସ୍‌ନାଲ୍‌ ଟେଷ୍ଟିଂ ଏଜେନ୍ସି ସିୟୁଇଟି ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ୍‌ ପ୍ରକ୍ରିୟା ଆରମ୍ଭ କରିଦେଇଥିବା ଜଣାପଡ଼ିଛି । ଚଳିତ ବର୍ଷ ପାଇଁ ଏପ୍ରିଲ୍‌ର ପ୍ରଥମ ସପ୍ତାହରୁ ଏହି ପରୀକ୍ଷା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ୟୁଜିସି ଅଧ୍ୟକ୍ଷ ଏମ୍‌ ଜଗଦୀଶ ଏନେଇ କହିଛନ୍ତି ଯେ, ଦ୍ୱାଦଶ ଶ୍ରେଣୀ ପରେ ସ୍ନାତକ ପଢ଼ିବା ପାଇଁ କେନ୍ଦ୍ରୀୟ ୟୁନିଭରସିଟି ଗୁଡ଼ିକ ସିୟୁଇଟି ମାର୍କକୁ ବିଚାରକୁ ନେବେ । ଚଳିତ ବର୍ଷ ଠାରୁ ଏହି ନିୟମ ଲାଗୁ ହେବ ଏବଂ ଦ୍ୱାଦଶ ଶ୍ରେଣୀରେ ରଖିଥିବା ମାର୍କ ବଦଳରେ ସିୟୁଇଟି ମାର୍କ ଆଧାରରେ ସିଲେକ୍ସନ ହେବ । ଏହି ଏଣ୍ଟ୍ରାନ୍ସ ଜୁଲାଇ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବା ନେଇ ସେ ସୂଚନା ଦେଇଛନ୍ତି । ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ ନାସନାଲ୍‌ ଟେଷ୍ଟିଂ ଏଜେନ୍ସି ଉଭୟ ସ୍ନତକ ଏବଂ ସ୍ନାତକତ୍ତୋର ଶିକ୍ଷା ପାଇଁ ଏଣ୍ଟ୍ରାନ୍ସ କରାଇବ ।

ସମସ୍ତ ୟୁନିଭରସିଟି ଏହାର ଅଧିନରେ ଥିବା ସମସ୍ତ ବିଭାଗର ପାଠ୍ୟକ୍ରମ ପାଇଁ ସିୟୁଇଟି ମାର୍କକୁ ବିଚାରକୁ ନେବେ ବୋଲି ଜଗଦୀଶ କୁମାର ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ଏଣ୍ଟ୍ରାନ୍ସ ଟେଷ୍ଟ କମ୍ପ୍ୟୁଟର ବେସ୍‌ଡ ହେବ । ଛାତ୍ରଛାତ୍ରୀମାନଙ୍କ ପାଇଁ ଅବଜେକ୍ଟିଭ୍‌ ଟାଇପ୍‌ରେ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ । ଯାହାକି ବୈଷୟିକ ଦୃଷ୍ଟିରୁ ଭଲ ହେବ । ୟୁଜିସି ଅଧୀନରେ ଏବେ ୪୫ଟି କେନ୍ଦ୍ରୀୟ ୟୁନିଭରସିଟି ରହିଛି । ସିୟୁଇଟିର ସିଲାବସ୍‌ ଏନ୍‌ସିଆର୍‌ଟିର ଦ୍ୱାଦଶ ଶ୍ରେଣୀର ସିଲାବସ୍‌କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯିବ ବୋଲି ଜଗଦୀଶ କୁମାର କହିଛନ୍ତି । ତେବେ ୟୁଜିସି ସିୟୁଇଟି ପରୀକ୍ଷା ନେଇ କିଛି ତଥ୍ୟ ଜାରି କରିଛନ୍ତି ଯାହାଫଳରେ ସିୟୁଇଟି ପରୀକ୍ଷାରେ ସାମିଲ ହେବାକୁ ଯାଉଥିବା ପିଲାମାନଙ୍କୁ କୌଣସି ପ୍ରକାରର ସମସ୍ୟା ସମ୍ମୁଖୀନ ହେବାକୁ ପଡିବ ନାହିଁ । ଏହାର ରେଜିଷ୍ଟେସନ ଫର୍ମ ଏନଟିଏର ୱେବସାଇଟରୁ ଦେଖି ପାରିବେ । ଏବଂ ସୂଚନା ମୁତାବକ ପରୀକ୍ଷାଟି ୧୩ଟି ଭାଷା ତଥା ହିନ୍ଦୀ, ତେଲୁଗୁ, ତାମିଲ, ମରାଠୀ, ଆସାମି, ବଙ୍ଗାଳୀ, ଇଂରାଜୀ, ଉର୍ଦୃ, ପଂଜାବ, କନ୍ନଡ, ମାଲାୟଲମ ଏବଂ ଓଡିଆ ରେ ହେବ ।

Leave A Reply

Your email address will not be published.