ବର୍ଷର ଏହି ତାରିଖରେ ଲାଗିବାକୁ ଯାଉଛି ପ୍ରଥମ ସୂର୍ଯ୍ୟ ପରାଗ,ଏହି ରାଶି ମାନଙ୍କ ଉପରେ ପଡ଼ିବ ଅଧିକ ପ୍ରଭାବ

0

Get real time updates directly on you device, subscribe now.

ଏହିବର୍ଷ 2022 ର ପ୍ରଥମ ସୂର୍ଯ୍ୟ ଗ୍ରହଣ ଏପ୍ରିଲ ମାସ 30 ତାରିଖରେ ଲାଗିବାକୁ ଯାଉଛି। ଗ୍ରହଣ ଏକପ୍ରକାରର ଖଗୋଲୀୟ ଘଟଣା ଅଟେ। ସୂର୍ଯ୍ୟ ଗ୍ରହଣର ଏହି ଅବଧିରେ ଚନ୍ଦ୍ରମା ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ଆବୃତ କରିଥାଏ। ଯାହାପାଇଁ ପୃଥିବୀରେ ସୂର୍ଯ୍ୟ କିରଣ ପହଞ୍ଚି ପାରିନଥାଏ। ଏହି ସମ୍ପୂର୍ଣ ଘଟଣା କ୍ରମକୁ ସୂର୍ଯ୍ୟ ଗ୍ରହଣ କୁହାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଶୁଭ ମାନାଯାଏ। ଆସନ୍ତୁ ଜାଣିବା ସୂର୍ଯ୍ୟ ଗ୍ରହଣରେ କେଉଁ ରାଶି ଉପରେ କେଉଁ ପ୍ରଭାବ ପଡ଼ିବ।

ମେଷ: ଧନ ସହିତ ଜଡ଼ିତ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ଗ୍ରହଣ ସମୟରେ ଧନ ସହ ଜଡ଼ିତ କୌଣସିବି କାମ କରିବାରୁ ବଞ୍ଚନ୍ତୁ।

ବୃଷ: ସୂର୍ଯ୍ୟ ଗ୍ରହଣ ସମୟରେ ଆତ୍ମବିଶ୍ବାସରେ ଅଭାବ ଦେଖାଦେବ ତେଣୁ ସେଥିପାଇଁ ଏହିଦିନ ଅନାବଶ୍ୟକ କ୍ରୋଧିତ ହୁଅନ୍ତୁ ନାହିଁ।

ମିଥୁନ: ମିଥୁନ ରାଶିର ବ୍ୟକ୍ତି ଏହିଦିନରେ ଭିଡ଼ ଅଞ୍ଚଳକୁ ଯିବାରେ ବଞ୍ଚନ୍ତୁ ଓ ନିଜ ପାଖାପାଖି ଧ୍ୟାନ ରଖନ୍ତୁ। ଏହାସହ ସତର୍କତା ଅବଲମ୍ବନ କରନ୍ତୁ।

କର୍କଟ: ଏହି ରାଶିରେ ଜନ୍ମ ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟ ଗ୍ରହଣ ଭଲ ରହିବ। ପାରିବାରିକ ସମସ୍ୟା ଦୂର ହେବାସହ ଆର୍ଥିକ ସମସ୍ୟା ମଧ୍ୟ ସେମାନଙ୍କ ପାଇଁ ଦୂର ହେବ।

ସିଂହ: ଏହି ରାଶିର ଲୋକଙ୍କୁ ବ୍ୟାପାରରେ ଲାଭ ହୋଇପାରେ। ସୂର୍ଯ୍ୟ ଗ୍ରହଣ ସମୟରେ କୌଣସି ପ୍ରକାରର ଆର୍ଥିକ ନିବେଶରୁ ବଞ୍ଚିବାକୁ ହେବ।

କନ୍ୟା: ସୂର୍ଯ୍ୟ ଗ୍ରହଣ ସମୟରେ ଅଧିକ ପରିଶ୍ରମ କଲେ ସଫଳତା ପାଇ ପାରିବେ। ଏହାସହ ଏହି ଦିନରେ ଚାକିରୀ ବଦଳାଇବାକୁ ଚେଷ୍ଟା କରନ୍ତୁ ନାହିଁ।

ତୁଳା: ଏହି ରାଶି ପାଇଁ ସୂର୍ଯ୍ୟ ଗ୍ରହଣ ସମୟ ନାକାରାତ୍ମକ ସାବ୍ୟସ୍ତ ହେବ। ନିଜ ଶରୀର ପ୍ରତି ଧ୍ୟାନ ଦିଅନ୍ତୁ। ଆଇନଗତ ବିବାଦରୁ ବଞ୍ଚନ୍ତୁ।

ବିଛା: ସୂର୍ଯ୍ୟ ଗ୍ରହଣ ସମୟରେ ଚାକିରୀରେ ଆପଣଙ୍କୁ ସମସ୍ୟାର ସାମ୍ନା କରିବାକୁ ହେବ। ଏଥିସହ ବ୍ୟବସାୟରେ ମଧ୍ୟ ଆର୍ଥିକ ସମସ୍ୟା ଦେଖାଦେବ।

ଧନୁ: ସ୍ୱାସ୍ଥ୍ୟ ଭଲ ରହିବ। ଏହି ସମୟରେ ଅଧିକ ଆତ୍ମ ବିଶ୍ବାସରୁ ବଞ୍ଚିବାକୁ ହେବ। ଏହି ସମୟରେ ସ୍ଵଭାଵ ନମ୍ର ହେବ।

ମକର: ଏହି ସମୟରେ ପିଲାଙ୍କ ସ୍ୱାସ୍ଥ୍ୟରେ ଧ୍ୟାନ ରଖିବାକୁ ହେବ। ଏହାସହ ଜୁଆ ଖେଳରୁ ବଞ୍ଚିବାକୁ ହେବ।

କୁମ୍ଭ: ନିବେଶରେ କ୍ଷତି ହୋଇପାରେ ପାରିବାରିକ ବିବାଦରେ ମନ ଅଶାନ୍ତ ରହିବ। ଜୀବନସାଥୀଙ୍କ କଥାରେ ମନ କଷ୍ଟ ସହ୍ୟ କରିବ। କୌଣସି ପ୍ରକାରର ଦୁର୍ଘଟଣାରୁ ବର୍ତ୍ତିବାରେ ଧୈର୍ଯ୍ୟ ରଖନ୍ତୁ।

ମୀନ: ସୂର୍ଯ୍ୟ ଗ୍ରହଣ ଆପଣଙ୍କ ପାଇଁ ଭଲ ସାବ୍ୟସ୍ତ ହେବ। ବ୍ୟାପାରରେ କରାଯାଇଥିବା ଆର୍ଥିକ ନିବେଶରେ ଲାଭ ହେବ। ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହୋଇପାରେ। ଏହାସହ ଶତ୍ରୁ ମାନଙ୍କ ଉପରେ କାବୁ ପାଇବେ।

Leave A Reply

Your email address will not be published.