ଦେଖନ୍ତୁ ଭିଡ଼ିଓ : ଦୁଇ ସ୍କୁଲ ଛୁଆ ମହିଳାଙ୍କୁ ସାହାଯ୍ୟ କରି ଜିତିଲେ ସମସ୍ତଙ୍କ ହୃଦୟ,ଲୋକମାନେ କହିଲେ “ଏଥିପାଇଁ ତ ତାଙ୍କୁ ଭଗବାନଙ୍କ ସ୍ଵରୁପ କୁହାଯାଏ”

0

Get real time updates directly on you device, subscribe now.

ଆଜିର ଦୈଡାଦୈଡି ଜୀବନରେ ଲୋକଙ୍କୁ କେବଳ ନିଜ କାମ ସହ ସମ୍ବନ୍ଧ ଥାଏ|କିଏ କ’ଣ କରୁଛି, କିପରି କରୁଛି ଏହାର କୈାଣସି ସମ୍ପର୍କ ନାହିଁ|ମଣିଷପଣିଆ ଆଜିର ସମୟରେ ବହୁତ କମ ଦେଖିବାକୁ ମିଳୁଛି|ଯଦି ସଡକରେ ଚାଲୁଥିବା ସମୟରେ କାହାକୁ ଆଘାତ ଲାଗେ ତ ଲୋକମାନେ ସାହାଯ୍ୟ କରିବା ପରିବର୍ତ୍ତେ ଭିଡିଓ ବନାଇଥାନ୍ତି|କିଛି ଲୋକ ଏପରି ଯେ ଦୁନିଆ ସହ ତାଙ୍କର ସମ୍ପର୍କ ନାହିଁ|ଯଦି କିଏ ସାହାଯ୍ୟ ଭିକ୍ଷା କରୁଥାଏ ତାକୁ ଅଣଦେଖା କରି ଚାଲି ଯାଇଥାନ୍ତି|ସେଥିପାଇଁ କୁହାଯାଏ ଆଜିର ଦୁନିଆ ସ୍ୱାର୍ଥପର ହୋଇଗଲା|ସୋସିଆଲ ମିଡିଆରେ ଆପଣ ଏଭଳି ଵହୁ ଭିଡିଓ ଦେଖିଥିବେ ଯେଉଁଥିରେ ଲୋକଙ୍କ ସାହାଯ୍ୟ ପରିବର୍ତ୍ତେ ନିଜର ରାସ୍ତାରେ ପଳାଇ ଥାନ୍ତି|ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ଦେଖି ଆପଣଙ୍କ ରାଗ ସହ ପ୍ରେମ ଆସିବ|

ପ୍ରକୃତରେ ଏହି ଭିଡିଓରେ ଦୁଇଜଣ ସ୍କୁଲ ଛୁଆ ଜଣେ ମହିଳାଙ୍କ ସାହାଯ୍ୟ କରୁଥିବା ଦେଖାଯାଏ,ଓ କିଛି ଲୋକ ସାହାଯ୍ୟ କରିବା ପରିବର୍ତ୍ତେ ନିଜର ରାସ୍ତାରେ ଯାଉଛନ୍ତି|ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ମହିଳା ଠେଲା ନେଇ ଯାଉଛନ୍ତି, ସେତେବେଳେ ଚଢାଣି ରାସ୍ତା ମିଳେ ସେ ଠେଲା ଉପରକୁ ଚଢାଇବାକୁ ଚେଷ୍ଟା କରନ୍ତି କିନ୍ତୁ ଠେଲା ଚଢିପାରେ ନାହିଁ|ଲୋକମାନେ ଆଖପାଖ ଦେଇ ଯାଉଛନ୍ତି କିନ୍ତୁ କେହି ସାହାଯ୍ୟ ପାଇଁ ଅଟକାଇ ନଥିଲେ|ଜଣେ ଛୁଆ ଠେଲାକୁ ଅଗରୁ ଟାଣେ ଓ ମହିଳା ଓ ଗୋଟିଏ ଛୁଆ ଠେଲାକୁ ପଛରୁ ଠେଲନ୍ତି|ଯେତେବେଳେ ଠେଲା ଚଢିଯାଏ ମହିଳା ଖୁସିରେ ଗୋଟେ ଗୋଟେ କଦଳୀ ଛୁଆକୁ ଦେଇଥାନ୍ତି|

ଆଇଏଏସ୍ ଅଧିକାରୀ ଅବନୀଶ ସରଣ ଏହି ହୃଦୟସ୍ପର୍ଶୀ ଭିଡିଓକୁ ନିଜ ଟୁଇଟରରେ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି,”ଆପଣଙ୍କ ଡିଗ୍ରୀ ଏକ କାଗଜ ,ଯଦି ତାହା ବ୍ୟବହାରରେ ଦେଖାନଯାଏ”|୩୦ ସେକେଣ୍ଡର ଏହି ଭିଡିଓକୁ ୬ ଲକ୍ଷ ୩୭ ହଜାରରୁ ଉର୍ଦ୍ଧ୍ବ ଲୋକ ଦେଖିଛନ୍ତି ଓ ୭୪ ହଜାରରୁ ଉର୍ଦ୍ଧ୍ବ ଲାଇକ କରିଛନ୍ତି|

ବହୁ ଲୋକ ଏଥିରେ କମେଣ୍ଟ କରି ମାନଵତାକୁ ପ୍ରଶଂସା କରିଛନ୍ତି|ଜଣେ ଲେଖିଛନ୍ତି ମୁଁ ଜାଣି ପାରୁନି ଆଜିର ସମୟରେ ହୃଦୟ ଏତେ କଠୋର କାହିଁକି ?କାହାକୁ ବେସାହାରା ଓ ସମସ୍ୟାପୂର୍ଣ ଦେଖି କେତେ ସରଳତା ସହ ଅଣଦେଖା କରାଯାଉଛି|ଆଉଜଣେ ଲେଖିଛନ୍ତି,”ଏଥିପାଇଁ ଛୁଆକୁ ଭଗବାନଙ୍କ ସ୍ୱରୂପ କୁହାଯାଏ”|

Leave A Reply

Your email address will not be published.