Window AC ନା Split AC : କେଉଁ AC କିଣିବା ଲାଭଦାୟକ,ଜାଣନ୍ତୁ AC ବିଷୟରେ କିଛି ଗୁରୁତ୍ଵପୂର୍ଣ୍ଣ ସୂଚନା

0

Get real time updates directly on you device, subscribe now.

ଅତ୍ୟଧିକ ଗରମରେ ଫ୍ୟାନ ଏବଂ କୁଲର ଗୋଟିଏ ସୀମା ପର୍ଯ୍ୟନ୍ତ ହିଁ ଘରକୁ ଥଣ୍ଡା ରଖିପାରନ୍ତି । ଏପରି ପରିସ୍ଥିତିରେ ପ୍ରକୃତ ଆରମ ଏସି ହିଁ ଦେଇଥାଏ । ସେଥିପାଇଁ ଖରାଦିନ ଆସିବା ମାତ୍ରେ ହିଁ ଏସିର ଡିମାଣ୍ଡ ବଢ଼ିବାକୁ ଲାଗେ । ତେବେ ଏସି କିଣିବାକୁ ଗଲେ ଲୋକଙ୍କ ମନରେ ପ୍ରଶ୍ନ ଉଠେ ଯେ ସ୍ପ୍ଲିଟ ଏସି କିଣିବେ ନା ୱିଣ୍ଡୋ ଏସି କିଣିବେ । ତେବେ ଚାଲନ୍ତୁ ଆମ ଆପଣକୁ କହିବୁ କେଉଁ ଏସି କେତେ ଭଲ ଅଟେ ।

ଏହା ହେଉଛି ଦୁହିଁଙ୍କ ମଧ୍ୟରେ ପାର୍ଥକ୍ୟ :-

ସ୍ପ୍ଲିଟ ଏସି ଏବଂ ୱିଣ୍ଡୋ ଏସି ମଧ୍ୟରେ ବଡ ପାର୍ଥକ୍ୟ ଏହା ଯେ ସ୍ପ୍ଲିଟ ଏୟାର କଣ୍ଡିସନର 2 ୟୁନିଟ ସହିତ ଆସିଥାଏ, କିନ୍ତୁ ୱିଣ୍ଡୋ ଏୟାର କଣ୍ଡିଶନର ସିଙ୍ଗଲ ୟୁନିଟ ସହିତ ଆସିଥାଏ । ସ୍ପ୍ଲିଟ ଏୟାର କଣ୍ଡିସନର ଏୟାର କଣ୍ଡିଶନର ତୁଳନାରେ କମ୍ ସାଉଣ୍ଡ କରିଥାଏ । ତେବେ ତାକୁ ସେଟ କରିବା ସହଜ ହୋଇନଥାଏ ଏବଂ ଏହା ୱିଣ୍ଡୋ ଏସି ତୁଳନାରେ ଅଧିକ ଜାଗା ନେଇଥାଏ ।

ସ୍ପ୍ଲିଟ ଏସିର ଫାଇଦା ଏବଂ କ୍ଷତି :-

ସ୍ପ୍ଲିଟ ଏସିର ଫାଇଦା ବିଷୟରେ କହିବାକୁ ଗଲେ ଏହା ରୁମକୁ ବହୁତ୍ ଶୀଘ୍ର ଥଣ୍ଡା କରିଦିଏ । ଏଥିରେ ଚଉଡ଼ା ବ୍ଲୋଅର୍ ଲାଗିଥାଏ, ଯାହା ଅଧିକ ପରିମାଣରେ ଥଣ୍ଡା ପବନ ଦେଇଥାଏ । ଏହାର କମ୍ପ୍ରେଶର କମ୍ ଶବ୍ଦ କରିଥାଏ । ଆପଣଙ୍କ ରୁମରେ ୱିଣ୍ଡୋ ନଥିଲେ ମଧ୍ୟ ଆପଣ ଏହାକୁ ରୁମରେ ଲଗାଇ ପାରିବେ ।

ସ୍ପ୍ଲିଟ ଏସିର କ୍ଷତି ବିଷୟରେ କହିବାକୁ ଗଲେ ଏହାକୁ ଇନଷ୍ଟଲ କରିବା ସହଜ ହୋଇନଥାଏ । ଏଥିପାଇଁ ଆପଣଙ୍କୁ କାନ୍ଥରେ ଡ୍ରିଲ କରିବାକୁ ପଡ଼ିଥାଏ । ଏହି ଏସି ଅଧିକ ଦାମ୍ ହେବା ସହିତ ଅଧିକ ବିଦ୍ୟୁତ୍ ଆବଶ୍ୟକ କରେ । ଏହାର ମେଣ୍ଟେନାନ୍ସ ୱିଣ୍ଡୋ ଏସି ତୁଳନାରେ ଟିକେ ଅଧିକ ହୋଇଥାଏ ।

ୱିଣ୍ଡୋ ଏସୀର ଫାଇଦା ଏବଂ କ୍ଷତି :-

ୱିଣ୍ଡୋ ଏସିକୁ ସହଜରେ ଇନଷ୍ଟଲ କରାଯାଇପାରିବ । ଏହା ସ୍ପ୍ଲିଟ ଏସି ତୁଳନାରେ ଟିକେ କମ୍ ମହଙ୍ଗା ହୋଇଥାଏ । ଏହି ଏସି ପାଇଁ ଆପଣଙ୍କୁ କାନ୍ଥରେ ଡ୍ରିଲ୍ କରିବାକୁ ପଡ଼ିବ ନାହିଁ । ଏହି ଏସିରେ ମେଣ୍ଟେନାନ୍ସର ଖର୍ଚ୍ଚ ବହୁତ୍ କମ୍ ହୋଇଥାଏ । ଏହା କମ୍ ବିଦ୍ୟୁତ ଗ୍ରହଣ କରେ ।

ତେବେ ୱିଣ୍ଡୋ ଏସି ପୁରା ରୁମରେ ଧୀରେ ଧୀରେ ଥଣ୍ଡା କରିଥାଏ । ଏହା ଅଧିକ ଶବ୍ଦ ମଧ୍ୟ କରେ । ଏହାସହିତ ଏହାକୁ ଲଗାଇବା ପାଇଁ ରୁମରେ ଝରକା ଥିବା ନିହାତି ଆବଶ୍ୟକ ଅଟେ । ବାହାରେ ଲାଗିବା କାରଣରୁ ଏହା ଶୀଘ୍ର ଖରାପ ହେବାର ସମ୍ଭାବନା ରହିଥାଏ ।

Leave A Reply

Your email address will not be published.