ଯୁଦ୍ଧ ଆରମ୍ଭ ହେବା ପରଠାରୁ ୟୁକ୍ରେନର ରାଷ୍ଟ୍ରପତି କେବଳ ସବୁଜ ରଙ୍ଗର ଟି ସାର୍ଟ କାହିଁକି ପିନ୍ଧୁଛନ୍ତି ?

0

Get real time updates directly on you device, subscribe now.

ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ସୋମବାର ଦିନ ୨୬ ଦିନ ପୂରା ହୋଇଛି|କିନ୍ତୁ ଏହି ଯୁଦ୍ଧ ମଧ୍ୟରେ ଦୁନିଆର ଯାହା ସବୁଠାରୁ ଚର୍ଚ୍ଚିତ ତାହା ହେଲା ୟୁକ୍ରେନ ରାଷ୍ଟ୍ରପତି ଜେଲେନେସ୍କିଙ୍କ ସବୁଜ ରଙ୍ଗର ଟି ସାର୍ଟ ଓ ଋଷିଆ ରାଷ୍ଟ୍ରପତି ପୁଟିନଙ୍କ ମହଙ୍ଗା ଜ୍ୟାକେଟ|ୟୁକ୍ରେନ ରାଷ୍ଟ୍ରପତି ଯୁଦ୍ଧ ଆରମ୍ଭ ହେବା ପରଠାରୁ ଲଗାତାର ସବୁଜ ରଙ୍ଗର ଟି-ସାର୍ଟରେ ଦେଖାଯାଉଛନ୍ତି|ସେ ଏହି ଟି ସାର୍ଟ ରେ ଆମେରିକା,କାନାଡା,ବ୍ରିଟେନ, ଜର୍ମାନୀ ଓ ୟୁରୋପୀୟ ୟୁନିୟନକୁ ସମ୍ବୋଧିତ କରିସାରିଛନ୍ତି|ଏହି ଦେଶର ସାଂସଦମାନେ ତାଙ୍କ ପାଇଁ ମଧ୍ୟ ଜୋର ତାଳି ମାରିଛନ୍ତି|

ଅନ୍ୟପକ୍ଷରେ ରୂଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ନିକଟରେ ମସ୍କୋରେ ହୋଇଥିବା କାର୍ଯ୍ୟକ୍ରମରେ ପାଖାପାଖି ୧୪ ହଜାର ୟୁଏସ$ ମାନେ ୧୧ ଲକ୍ଷ ଟଙ୍କାର ଜ୍ୟାକେଟ ପିନ୍ଧିଥିଲେ|ଏହାକୁ ଇଟାଲୀର ପ୍ରସିଦ୍ଧ କମ୍ପାନୀ ଲାରୋ ପିଆନା ଡିଜାଇନ୍ କରିଥିଲେ|ଏହି ଜ୍ୟାକେଟ ତଳେ ପୁଟିନ ଯେଉଁ ସ୍ୱଟର ପିନ୍ଧିଥିଲେ ତାର ମୂଲ୍ୟ ୪ ହଜାର ୨୧୮ ୟୁଏସ$ ମାନେ ପାଖାପାଖି ୩.୫ ଲକ୍ଷ ଟଙ୍କା|

ଜେଲେନସ୍କି ନେତା ହେବା ସହ ଜଣେ ଅଭିନେତା|ସେ ଦୁନିଆର ସାମ୍ନାକୁ ଯେତେବେଳେ ଆସନ୍ତି ସେତେବେଳେ ତାଙ୍କର କପଡ଼ା ଓ ହାବଭାବରେ କିଛି ସନ୍ଦେଶ ଲୁଚି ରହିଥାଏ|ସେ ଜଣେ ବିଦ୍ରେହୀ ଓ ପୋଷ୍ଟର ଵୟ ଭାବେ ଦୁନିଆ ସାମ୍ନାରେ ଆସୁଛନ୍ତି|କିନ୍ତୁ ପୁଟିନଙ୍କ କପଡାକୁ ନେଇ ଲାଗେ ଯେ ପୁରା ସ୍ଥିତି ନିୟନ୍ତ୍ରଣରେ ରହିଛି, ଆତ୍ମବିଶ୍ବାସରେ ଭରପୁର ରହିଛି ଓ ୟୁକ୍ରେନ ଓ ବାକି ପଶ୍ଚିମ ଦେଶ ହେଭି ଅଟନ୍ତି|

ଯୁଦ୍ଧ ଆରମ୍ଭ ହେବା ପରେ ଜେଲେନସ୍କି ବହୁ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ସେ କେଵେ ଲୋକଙ୍କ ମଧ୍ୟରେ ଦେଖାଯାଆନ୍ତି ତ କେତେବେଳେ କିବ ସଡକରେ ଦେଖାଯାଏ|ୟୁକ୍ରେନ ସରକାର ଓ ନିଜେ ଜେଲେନେସ୍କି ଋଷିଆ ଠାରୁ ନିଜର ଜୀଵନକୁ ବିପଦପୂର୍ଣ୍ଣ କହିଛନ୍ତି|କିନ୍ତୁ ଏହି ଭିଡିଓରେ ଏପରି ଲାଗେ ଯେ ତାଙ୍କ କଥାରେ କୈଣସି ସତ୍ୟତା ନାହିଁ|

Leave A Reply

Your email address will not be published.