ପୋଲିସ ଷ୍ଟେସନରେ ପହଞ୍ଚିଲା ୬ ବର୍ଷର ଶିଶୁ,ଅଫିସରଙ୍କ ପାଖକୁ ଯାଇ ରାଗରେ କହିଲା ଏମିତି କଥା,ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

0

Get real time updates directly on you device, subscribe now.

ଅଧିକାଂଶ ଭାରତୀୟ ସହରରେ ଟ୍ରାଫିକ୍ ଜାମ୍ ହେଉଛି ଏକ ଗୁରୁତର ସମସ୍ୟା । ଟ୍ରାଫିକ୍ ରେ ବସିବା ନା କେବଳ ବୟସ୍କ ପାଇଁ ବରଂ ପିଲାମାନଙ୍କ ପାଇଁ ମଧ୍ୟ ଭୟାନକ ଅଟେ । ଗୋଟିଏ
ଛଅ ବର୍ଷର ଶିଶୁ ଆନ୍ଧ୍ର ପ୍ରଦେଶର ତାଙ୍କ ସ୍କୁଲ ପାଖରେ ହେଉଥିବା ଟ୍ରାଫିକ୍ ଜାମ ପାଇଁ ଏତେ ବିରକ୍ତ ହୋଇଗଲା କି ସେ ତାର ନିରାଶାପଣ କୁ ବାହାରକରିବା ପାଇଁ ପୋଲିସ ଷ୍ଟେସନ ଚାଲିଗଲା । ପିଲାଟି ପୋଲିସ କର୍ମଚାରୀଙ୍କ ସହ ଟ୍ରାଫିକ୍ ସମସ୍ୟା ବିଷୟରେ ପ୍ରଶ୍ନ କରୁଥିବାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା ।

ୟୁକେଜିର ପିଲାଟି ପୋଲିସଙ୍କୁ ଆଶ୍ଚର୍ଯ୍ୟ କରିଦେଲା :-

ମିଡ଼ିଆ ରିପୋର୍ଟ ଅନୁଯାୟୀ,ୟୁକେଜିର ଛାତ୍ର ଗୁରୁବାର ଦିନ ଚିତ୍ତୁର ଜିଲ୍ଲା ପାଲମନେର ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରିଥିଲେ । କାର୍ତ୍ତିକେୟ ନାମକ ପିଲା ପାଲମନେର ସର୍କଲ ଇନ୍ସପେକ୍ଟର ଏନ ଭାସ୍କରଙ୍କୁ କହିଲେ କି ନାଳ କାମ ପାଇଁ ଖୋଳା ଯାଇଥିବା ସଡ଼କ ଆଉ ଟ୍ରାକ୍ଟର କାରଣରୁ ଟ୍ରାଫିକ୍ ସମସ୍ୟା ବଢୁଛି । ଏହି ସମସ୍ୟାର ସମାଧାନ ପାଇଁ ସେ ଅଧିକାରୀଙ୍କୁ ଏହି ଅଞ୍ଚଳ ପରିଦର୍ଶନ କରିବାକୁ କହିଥିଲେ ।

ଅଫିସରଙ୍କ ପାଖକୁ ଯାଇ ରାଗରେ କହିଥିଲେ ଏମିତି କଥା :-

କହିବାର କୌଣସି ଆବଶ୍ୟକତା ନାହିଁ କି ପିଲାଟିର କ୍ୟୁଟନେସ୍ ଏବଂ ଆତ୍ମବିଶ୍ୱାସ ପୋଲିସ ଅଧିକାରଙ୍କୁ ପ୍ରଭାବିତ କଲା ଯିଏ କି ତାଙ୍କୁ ମିଠା ଦେଇଥିଲେ ଆଉ ଏହି ମାମଲାର ଯାଞ୍ଚ କରିବାର ପ୍ରତିଶ୍ରୁତି ଦେଲେ । ଏନ ଭାସ୍କର ନିଜ ଫୋନ ନମ୍ବର ମଧ୍ୟ ଦେଲେ ଆଉ ତାକୁ କହିଲେ କି ଯେବେ ବି ତାକୁ ସ୍କୁଲ୍ ଯିବା ସମୟରେ ଏମିତି ଅସୁବିଧାର ସମ୍ମୁଖୀନ ହେବାକୁ ପଡେ ସେତେବେଳେ ସେ ତାଙ୍କୁ କଲ୍ କରିବ ।

ଶ୍ରୀଲକ୍ଷ୍ମୀ ମୁଟେଭି ଏହି ଭିଡିଓ ଦେଖି ଲେଖିଛନ୍ତି ଯେ ଚିତ୍ତୁର ଜିଲ୍ଲାର ପଲାମନେରର ୟୁକେଜିର ୬ବର୍ଷିୟ ଛାତ୍ର କାର୍ତ୍ତିକେୟ ତାଙ୍କ ସ୍କୁଲ ନିକଟରେ ଟ୍ରାଫିକ ସମସ୍ୟାକୁ ନେଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ସେ ବିଦ୍ୟାଳୟ ପରିଦର୍ଶନ କରି ସମସ୍ୟାର ସମାଧାନ କରିବା ପାଇଁ ପୋଲିସକୁ କହିଥିଲେ।

Leave A Reply

Your email address will not be published.