ପୋଷ୍ଟ ଅଫିସର ସୁପରହିଟ ସ୍କିମ : 10 ବର୍ଷରୁ ବଡ ପିଲାମାନଙ୍କର ଖାତା ଖୋଲନ୍ତୁ, ଆଉ ପ୍ରତି ମାସରେ ୨୫୦୦ ଟଙ୍କା ପାଆନ୍ତୁ !

0

Get real time updates directly on you device, subscribe now.

ପୋଷ୍ଟ ଅଫିସର ସ୍କିମଗୁଡ଼ିକ ସେହି ଲୋକଙ୍କ ପାଇଁ ଲାଭଦାୟକ ଅଟେ, ଯେଉଁମାନେ କୌଣସି ରିସ୍କ୍ ବିନା ଲାଭ ପାଇବାକୁ ଚାହାଁନ୍ତି । ପୋଷ୍ଟ ଅଫିସର MIS ଏମିତି ଏକ ସେଭିଂ ସ୍କିମ ଅଟେ, ଯେଉଁଥିରେ ଆପଣ ଥରେ ପଇସା ଲଗାଇ ପ୍ରତିମାସରେ ସୁଧ ରୂପରେ ଲାଭ ରୋଜଗାର କରିପାରିବେ ।

ଏହି ଆକାଉଣ୍ଟରେ ଅନେକ ବେନେଫିଟ ରହିଛି । ଏହି ଆକାଉଣ୍ଟ 10 ବର୍ଷରୁ ଅଧିକ ବୟସର ପିଲାମାନଙ୍କ ନାମରେ ମଧ୍ୟ ଖୋଲାଯାଇପାରିବ । ଯଦି ଆପଣ ନିଜ ପିଲାମାନଙ୍କ ନାମରେ ଏହି ସ୍ପେଶଲ୍ ଖାତା ଖୋଲନ୍ତି, ତେବେ ପ୍ରତି ମାସରେ ଆପଣଙ୍କୁ ଯେଉଁ ସୁଧ ମିଳିବ ତାକୁ ଆପଣ ଟିଉସନ୍ ଫିସ ଭାବେ ଦେଇପାରିବେ । ଆସନ୍ତୁ ଜାଣିବା ଏହି ସ୍କିମ ବିଷୟରେ ସଂପୂର୍ଣ୍ଣ ବିବରଣୀ ।

କେଉଁଠି ଏବଂ କିପରି ଖାତା ଖୋଲିବେ :-

– ପୋଷ୍ଟ ଅଫିସର ଏହି ଆକାଉଣ୍ଟକୁ (Post Office Monthly Income Scheme Benefits) ଆପଣ ଯେକୌଣସି ପୋଷ୍ଟ ଅଫିସରେ ଖୋଲି ପାରିବେ ।

– ଏହା ଅଧୀନରେ ଅତି କମରେ 1000 ଟଙ୍କା, ଅଧିକରୁ ଅଧିକ 4.5 ଲକ୍ଷ ଟଙ୍କା ଜମା କରାଯାଇପାରିବ ।

– ବର୍ତ୍ତମାନ ଏହି ସ୍କିମ ଅଧୀନରେ ଇଣ୍ଟରେଷ୍ଟ ରେଟ 6.6 ପ୍ରତିଶତ ରହିଛି ।

– ଯଦି ପିଲାର ବୟସ 10 ବର୍ଷରୁ ଅଧିକ ଅଟେ, ତେବେ ଆପଣ ତା ନାମରେ ଏହି ଆକାଉଣ୍ଟ ଖୋଲିପାରିବେ । ଯଦି 10 ବର୍ଷରୁ କମ ଅଟେ, ତେବେ ତା ବଦଳରେ ଅଭିଭାବକ ଏହି ଆକାଉଣ୍ଟ ଖୋଲିପାରିବେ ।

– ଏହି ସ୍କିମର ପରିପକ୍ୱତା 5 ବର୍ଷ ହୋଇଥାଏ । ଏହାପରେ ଏହାକୁ ବନ୍ଦ କରାଯାଇପାରିବ ।

ପ୍ରତି ମାସରେ ମିଳିବ 1925 ଟଙ୍କା :-

ଏହି ଆକାଉଣ୍ଟର ବିଶେଷତା ଏହା ଯେ ଏହାକୁ ଜଣେ କିମ୍ବା ତିନିଜଣ ମିଶି ଜଏଣ୍ଟ ଆକାଉଣ୍ଟ ମଧ୍ୟ ଖୋଲିପାରିବେ । ଯଦି ଏହି ଆକାଉଣ୍ଟରେ ଆପଣ 3.50 ଲକ୍ଷ ଟଙ୍କା ଜମା କରନ୍ତି, ତେବେ ଆପଣଙ୍କୁ ବର୍ତ୍ତମାନ ଦରରେ ପ୍ରତିମାସରେ 1925 ଟଙ୍କା ମିଳିବ । ସ୍କୁଲରେ ପଢୁଥିବା ପିଲାମାନଙ୍କ ପାଇଁ ଏହା ବଡ ରକମ ଅଟେ ।

ଏହି ସୁଧ ପଇସା ଦ୍ଵାରା ଆପଣ ସ୍କୁଲ ଫିସ, ଟିଉସନ୍ ଫିସ ଭଳି ଖର୍ଚ୍ଚ ସହଜରେ ବାହାର କରିପାରିବେ । ଏହି ସ୍କିମର ଅଧିକାଂଶ ଲିମିଟ ଅର୍ଥାତ୍ 4.5 ଲକ୍ଷ ଜମା କଲେ ପ୍ରତିମାସରେ 2475 ଟଙ୍କାର ଲାଭ ନେଇପାରିବେ ।

Leave A Reply

Your email address will not be published.