ସରକାରୀ ଚାକିରୀ କରିବା ପରେ ସାତ ଭଉଣୀ ବଦଳାଇ ଦେଲେ ପରିବାରର ଭାଗ୍ୟ, ଦିନ ଥିଲା ଲୋକେ ଥଟ୍ଟା କରୁଥିଲେ କିନ୍ତୁ ବର୍ତ୍ତମାନ…ଜାଣନ୍ତୁ ପୁରା ଖବର

0

Get real time updates directly on you device, subscribe now.

ଏହି ସାତ ଭଉଣୀମାନେ ନିଜର କଠିନ ପରିଶ୍ରମ ବଳରେ ସରକାରୀ ଚାକିରି ହାସଲ କରିଛନ୍ତି । ଯାହା ପରେ ସମସ୍ତେ ଏହି ଭଉଣୀଙ୍କ ଉପରେ ଗର୍ବ ଅନୁଭବ କରୁଛନ୍ତି । ଏହି ଭଉଣୀମାନେ ବିହାରର ବାସିନ୍ଦା ଅଟନ୍ତି । ପ୍ରକୃତରେ ବିହାରର ପାଟଣାରେ ଏକମା ନାମକ ଗାଁରେ ରାଜକୁମାର ସିଂହଙ୍କ ଘରେ ଏହି ସାତ ଭଉଣୀ ଜନ୍ମ ହୋଇଥିଲେ ।

ଚାରିଜଣ ଭଉଣୀ ପୋଲିସ କନେଷ୍ଟବଳ ଏବଂ ଆଉ ତିନିଜଣ ଭଉଣୀ ଅନ୍ୟ ପଦବୀରେ ନିୟୋଜିତ :-

ଝିଅମାନଙ୍କୁ ବୋଝ ବୋଲି ନ ଭାବି ସେମାନଙ୍କୁ ଲକ୍ଷ୍ମୀ ଭାବୁଥିବା ରାଜକୁମାର ନିଜର ଆର୍ଥିକ ସ୍ଥିତି ଖରାପ ଥିବା ସତ୍ତ୍ବେ ମଧ୍ୟ ନିଜର ସବୁ ଝିଅଙ୍କୁ ପଠା ପଢ଼ାଇ ଏମିତି ଯୋଗ୍ୟ ବନାଇ ଦେଲେ ଯେ ଆଜି ସେମାନେ ସମସ୍ତେ ସରକାରୀ ଚାକିରୀରେ ନିୟୋଜିତ ଅଛନ୍ତି ।

ଗୋଟିଏ ମିଡ଼ିଆ ରିପୋର୍ଟ ଅନୁଯାୟୀ ଏହି ସାତ ଭଉଣୀମାନଙ୍କ ମଧ୍ୟରୁ ଚାରିଜଣ ଭଉଣୀ ବିହାର ପୋଲିସରେ କନେଷ୍ଟବଳ ପଦରେ ନିଯୁକ୍ତି ପାଇଛନ୍ତି । ଏହାସହିତ ଅନ୍ୟ ତିନି ଭଉଣୀ ବିହାର ପୋଲିସ, ଏସଏସବି ଏବଂ ସିଆରପିଏଫରେ ନିଜର ସେବା ଦେଉଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ ରାଜକୁମାର ସିଂହ ଏବଂ ସାରଦା ଦେବୀଙ୍କର ବିବାହ ପରେ ଆଠଜଣ ଝିଅ ହୋଇଥିଲେ ଏବଂ ତାପରେ ଗୋଟିଏ ପୁଅ ହୋଇଥିଲା । ଏମାନଙ୍କ ମଧ୍ୟରୁ ସବୁଠାରୁ ବଡ଼ ଝିଅକୁ ଛାଡି ବାକି ସାତ ଭଉଣୀଙ୍କୁ ସରକାରୀ ଚାକିରୀ ମିଳିଗଲା । ଏହାସହିତ ତାଙ୍କ ପୁଅ ରାଜୀବ ମଧ୍ୟ ସରକାରୀ ଚାକିରୀ ପାଇଁ ପଢୁଛନ୍ତି ।

ଦିନ ଥିଲା ଲୋକମାନେ ଥଟ୍ଟା କରୁଥିଲେ, କିନ୍ତୁ ବର୍ତ୍ତମାନ କରୁଛନ୍ତି ପ୍ରଶଂସା :-

ଦିନ ଥିଲା ଯେତେବେଳେ ରାଜକୁମାରଙ୍କ ଘରେ କେବଳ ଝିଅମାନଙ୍କର ଜନ୍ମ ହେଲା, ସେତେବେଳେ ଲୋକମାନେ ଏହି ପରିବାରକୁ ଥଟ୍ଟା କରିବାକୁ ଗୋଟିଏ ବି ସୁଯୋଗ ଛାଡ଼ୁ ନଥିଲେ । କିନ୍ତୁ ଆଜି ଯେତେବେଳେ ଏହି ଭଉଣୀମାନେ ସରକାରୀ ଚାକିରୀ କଲେ, ସେତେବେଳେ ଲୋକମାନେ ସେମାନଙ୍କୁ ପ୍ରଶଂସା କରିବାକୁ ଥକୁନାହାନ୍ତି ।

Leave A Reply

Your email address will not be published.