କେବେହେଲେ ଲକଡାଉନ ହୋଇନଥିବା ଦେଶରେ କରୋନାର ଆତଙ୍କ,ଗୋଟିଏ ଦିନରେ ବାହାରିଲା ୬ ଲକ୍ଷ କେସ

0

Get real time updates directly on you device, subscribe now.

ଏସିଆର ଅନେକ ଦେଶରେ ପୁଣିଥରେ କରୋନାର ବୃଦ୍ଧି ମାମଲା ଦ୍ଵାରା ଲୋକଙ୍କ ଚିନ୍ତା ବଢ଼ିଯାଇଛି । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ମଧ୍ୟ ଏହାକୁ ନେଇ ଚିନ୍ତା ପ୍ରକାଶ କରିଛି । ଭାରତରେ ବର୍ତ୍ତମାନ କରୋନାର ତୃତୀୟ ଲହର କମି ଯାଇଛି ଏବଂ ଦୈନିକ ସଂକ୍ରମଣର ମାମଲା 3000ରୁ ତଳକୁ ଆସିଯାଇଛି । କିନ୍ତୁ ଚିନ, ହଂକଂ, ସିଙ୍ଗାପୁର ପରେ ବର୍ତ୍ତମାନ ଦକ୍ଷିଣ କୋରିଆରେ ଦୃତ ଗତିରେ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଦକ୍ଷିଣ କୋରିଆରେ ଗୁରୁବାର ଦିନ କରୋନାର ରେକର୍ଡ 6 ଲକ୍ଷରୁ ଅଧିକ ନୂତନ କେସ ମିଳିଛି । ଦୁନିଆର କୌଣସି ଦେଶରେ କରୋନା ସଂକ୍ରମଣର ଗୋଟିଏ ଦିନରେ ବର୍ତ୍ତମାନ ସୁଦ୍ଧା ଏତେ ଅଧିକ ମାମଲା ସାମ୍ନାକୁ ଆସିନଥିଲା ।

ବହୁତ୍ ହେଉଛି କୋଭିଡ ଟେଷ୍ଟିଂ :-

କୋରିଆର ଭାଇରସ ଫାଇଟର୍ସ କହିଛନ୍ତି ଯେ ସାଉଥ୍ କୋରିଆରେ ଲଗାତାର ହେଉଥିବା କୋଭିଡ୍ ଟେଷ୍ଟିଂ କାରଣରୁ ସଂକ୍ରମଣର ଏତେ ଅଧିକ ମାମଲା ସାମ୍ନାକୁ ଆସିଛି । ଗୁରୁବାର ଦିନ ସେଠାରେ ଗୋଟିଏ ଦିନରେ ରେକର୍ଡ 6,21,317 କରୋନା କେସ ସାମ୍ନାକୁ ଆସିଛି । କୋରିଆର ପ୍ରଶାସନ ଏଟ- ରିସ୍କ ମାମଲାର ଚିହ୍ନଟ କରିବା ଏବଂ ସଂକ୍ରଣରର ଅବସ୍ଥା ଗଭୀର ହେବା ପୂର୍ବରୁ ହିଁ ହସ୍ପିଟାଲରେ ଭର୍ତ୍ତି କରିବାକୁ ଆଦେଶ ଦେଇଛି ।

ମୃତ୍ୟୁ ହାର ବହୁତ୍ କମ୍ :-

କରୋନାର ମାମଲା ମଧ୍ୟରେ ଭଲ କଥା ଏହା ଯେ ନୂତନ ମାମଲାର ରେକର୍ଡ ସଂଖ୍ୟା ସତ୍ତ୍ବେ ଦକ୍ଷିଣ କୋରିଆ ଭାଇରସ ଦ୍ଵାରା ସବୁଠାରୁ କମ୍ ମୃତ୍ୟୁ ହାର ଥିବା ଦେଶଗୁଡିକରେ ସାମିଲ ରହିଛି । ସାଧାରଣତଃ କରୋନାର ମାମଲା ବୃଦ୍ଧି ହେଲେ ମୃତ୍ୟୁ ହାର ମଧ୍ୟ ବଢ଼ିଥାଏ, କିନ୍ତୁ ସାଉଥ୍ କୋରିଆରେ ଏପରି କିଛି ବି ଦେଖିବାକୁ ମିଳିନାହିଁ ।

ଦକ୍ଷିଣ କୋରିଆ କେବେହେଲେ କରିନାହିଁ ଲକଡାଉନ୍ :-

ଆପଣଙ୍କୁ କହିରଖୁଛୁ ଯେ କୋରିଆରେ କରୋନା ମହାମାରୀ ପାଇଁ ବର୍ତ୍ତମାନ ସୁଦ୍ଧା ଲକଡାଉନ୍ କରାଯାଇ ନାହିଁ । ମହାମାରୀ ସହିତ ମୁକାବିଲା କରିବାପାଇଁ ଅପରମ୍ପରାଗତ ରଣନୀତି ଉପରେ ବହୁତ୍ କାମ କରିଛି । କୋରିଆ ଶୀଘ୍ର ଟେଷ୍ଟିଂ ଏବଂ ହାଇ ଟେକ୍ନୋଲୋଜି ବାଲା କନଟ୍ରାକଟ ଟ୍ରେସିଂ ବ୍ୟବହାର କରିଛି । 2020 ଆରମ୍ଭ ପରଠାରୁ ଏଠାରେ 8 ମିଲିୟନରୁ ଅଧିକ ମାମଲା ରିପୋର୍ଟ ହୋଇଛି ।

Leave A Reply

Your email address will not be published.